ତତଲାଗଡ଼ର ଶେଷ ତାତି – ବଳବନ୍ତ ସାହୁ

ଅଣାୟତ ପରିସ୍ଥିତି ଯେ ଟାଣି ଆଣିଥିଲା ମୋତେ ଏଇ ତତଲାଗଡ଼ ମାଟିକୁ ପରିଚୟ ସୃଷ୍ଟି କରିଦେଇସାରିଥିଲା କେଇଟା ଲୋକଙ୍କ ହୃଦୟରେ ହେଲେ ସଂସାରର ନିୟମ ଯେ "ଆସିବୁ ଯଦି ଯିବାକୁ ବାଧ୍ୟ ତୁ" ଆଜି ଶେଷ କେଇଟା ମୁହୂର୍ତ୍ତ ଏଇ କଳାର ମାଟିରେ ବିଦାୟ ସମୟ ଆଉ ଗୋଟେ ପାଦ । ଟିଟିଲାଗଡ଼ ର ଝାଞ୍ଜି ମାଡ, ଏଠାକାର କିଛି ସ୍ୱାର୍ଥଖୋରଙ୍କ ଲୋଲୁପ ଦୃଷ୍ଟି, ତା'ସହ ମୋ ଅଳସୁଆମୀ ନେଇଗଲା ବହୁତ କିଛି ନା ରହିପାରିଲା ପୂର୍ବବତ୍ ଆଗ୍ରହ ନା ରହିଲା ପରିଶ୍ରମ ବହିମାନଙ୍କରେ ଡୋରି

ଜୀବନଛତ୍ର – ବଲବନ୍ତ ସାହୁ

ଟିଟିଲାଗଡ଼ ନୁହେଁ ତତଲାଗଡ଼ ଇଏ ଏଠି ଅପ୍ରିଲ ପହିଲାରେ ହିଁ ଆରମ୍ଭ ହୋଇଯାଏ ସବୁକିଛି ଏକଦମ୍ ଯୁଦ୍ଧକାଳୀନ ଭିତ୍ତିରେ ପ୍ରତି ଖବରକାଗଜ ପୃଷ୍ଠାରେ, ପ୍ରତି ଟିଭି ଚ୍ୟାନେଲ୍ ରେ ଦୁଃଖ ଗୋଟେ ହେଲେ ଭିନ୍ନ ଭିନ୍ନ ଶୀର୍ଷକ "ତତଲା-ତାୱାରେ-ଟିଟିଲାଗଡ" ପରି ଅନେକ । ବିଚ୍ଛେଦ ପ୍ରେମ ଠୁ ମଧ୍ୟ ଅସହ୍ୟ ତାତି ତମାମ୍ ଦିନ ଯାକ, ତା'ସାଥେ ସାଥେ ସାରା ରାତି କୁମୁଡା ପାର୍ଶ୍ୱରୁ ଧାଇଁଆସୁଥାଏ ନିତିଦିନିଆ ବର୍ଷା ହଁ... ସେ ଓଜନ ନଥିବା ହାଲୁକା ଝାଞ୍ଜିର ବର୍ଷା । ଯିଏକି ସେକେଣ୍ଡ ସେକେଣ୍ଡରେ ଜାହିର୍

ନ ଅରୀ ଯସ୍ୟ ସଃ – ବଲବନ୍ତ ସାହୁ

ଚବିଶ ଘଣ୍ଟିଆ ଦିନଚର୍ଯ୍ୟା ଭିତରୁ କେବେ କେମିତି କାଢିପାରେ କିଞ୍ଚିତ ସମୟ ଦେଖେ କଥାକୁହା ସେ ଟିଭି ସ୍କ୍ରିନକୁ ହଠାତ୍ ଟାଙ୍ଗୁରୀ ଉଠେ ମୋ ସର୍ବାଙ୍ଗର ମର୍ଦପଣିଆ ସତେକି ସ୍ୱାଧୀନତା ଦିବସରେ ପ୍ୟାରେଡ଼ କଲା ପରି , ଯେତେବେଳେ ଦେଖିଦିଏ ଅର୍ଦ୍ଧନଗ୍ନ ଅର୍ଦ୍ଧଜୀବନ୍ତ ନାରୀକୁ ପୁଣି ତା'ର ଦୃଶ୍ୟ ଅଦୃଶ୍ୟ ଲୁହକୁ । ଧିକ୍କାର୍ ଆସେ ନିଜ ମର୍ଦପଣିଆ ପ୍ରତି ସମାଜର ଶତ ଶତ ସଂସ୍କାର ନୀତି ଗୁଡାକ ପ୍ରତି ସମ୍ବିଧାନର ସହସ୍ର ସହସ୍ର ନୀତି ନିୟମ ଆଇନ କାନୁନ ପ୍ରତି ଲକ୍ଷ ଲକ୍ଷହୃଦୟ

ନାୟିକାର ସ୍ପର୍ଶ – ବଲବନ୍ତ ସାହୁ

ହଠାତ୍.. ବଦଳିଯାଏ ସବୁକିଛି.. ଟିଭି ଚେନାଲ ପରି.. ଟିଟିଲାଗଡ ର ହୁତୁହୁତୁ ନିଆଁର ଜ୍ୱାଳା କୁମୁଡା ପାର୍ଶ୍ବରୁ ବହି ଆସୁଥିବା ଝାଞ୍ଜି ପବନ ଶୀତାଳତା ଦେଉଥାଏ.. କାରଣ ଖୋଜିବାରେ ବ୍ୟସ୍ତ ମସ୍ତିଷ୍କ, ଭାବନା ତା'ର ଭାବନାରେ... ବଇଚି ସେ ନଈର ପ୍ରଶସ୍ତ ବୁକୁରେ ଆକାଶର ଛାତ ତଳେ ମୃଦୁ ମଳୟର ନିୟନ୍ତ୍ରିତ ଜଳବାୟୁରେ ହଠାତ ପୁଣି...ଏ କା' ସ୍ୱର ? କୁଳୁ କୁଳୁ ଶବ୍ଦରେ ମଧ୍ୟ ଖୁବ ପ୍ରାଞ୍ଜଳ ଭାବେ ଶୁଭୁଥାଏ- "ଏଇ ଶୁଣୁନ ?" କୁଞ୍ଚିତ କେଶର ଲମ୍ବା ବେଣୀ ଭାବପୂର୍ଣ୍ଣ ଚୋରା ଚାହାଣୀ ତୃଷାର୍ତ୍ତ ଓଠ ଓଠରେ ସ୍ମିତ ହସ ଓଦା ସର୍

କ୍ଷୁଦ୍ରଗଳ୍ପ – ଶେଷ ପରୀକ୍ଷା – ବଲବନ୍ତ ସାହୁ

ସ୍କୁଲ ଜୀବନର ଶେଷ ପରୀକ୍ଷା , ଇତିହାସ ପରୀକ୍ଷା । ସେ ଦିନର ଶେଷ ଘଣ୍ଟି ଆଉ ଶେଷ ଶବ୍ଦ ପରର ଶେଷ ପୂର୍ଣ୍ଣଛେଦ । ସେଇ ପୂର୍ଣ୍ଣଛେଦରେ ବହୁତ କିଛି ଦୁଃଖ ଦୁର୍ଦ୍ଦଶା କୁ ଜାକିଜୁକି ରଖିଦେଇଥିଲା ମୁନି । ପଞ୍ଜୁରୀ ଭିତରର ଶାରୀ ଟେ ପରି କାହିଁ କେତେଦିନ ହେଲା ରହିଆସିଛି । ମଥା ପାତି କେତେ କଣ ସହି ଆସିଛି । ସ୍ୱାଧୀନ ଭାରତରେ ମଧ୍ୟ

ଦୃଷ୍ଟାନ୍ତ – ନାରୀଟିଏ – ବଲବନ୍ତ ସାହୁ

ନିର୍ଜନ କାଳିମା ବୋଲା ଅନ୍ଧାର । ମାଘର ହାଡଭଙ୍ଗା ଶୀତ । କିଛି ବୁଲା କୁକୁରର ଭୋ... ଭୋ... ଶବ୍ଦରେ ଚମକି ଉଠିପଡେ -"ଦୀନବାଇ" । ଯଦିବା ଉଠିପାରେନାହିଁ ଭୁଷ୍ ଭାସ୍ କରି , ଉଠେ ତା'ପରି ଅସିବର୍ଷିଆ ବୁଢ଼ୀ ତୁଳନାରେ ବେଶ୍ ଚଞ୍ଚଳରେ ।ହାତ ବୁଲାଏ ତା'ଏକମାତ୍ର ସାଥୀ ସକାଶେ । ବଙ୍କୁଳି ସକାଶେ । ହାତରେ ପଡେ ଦିଆସିଲିଟେ । ଯେଉଁଠି ଥାଏ ମାତ୍ର ତିନି ଚାରିଟି

କୋଶଳୀ କବିତା – ଅଫିସର୍ ଯଦି ହେତି – ବଲବନ୍ତ ସାହୁ

ଧରିଛେ କଲମ୍‌ ଲେଖ୍‌ମି ବୋଲି ମାଏଁଟ୍‌ ମାଆ ଭାଷାଥି ପଦେ କାଣା ଲେଖ୍‌ମି ? ସୋର୍‌ ନାଇଁ ମୋର୍‌ ନାଇଁ ପଡୁଛେ ତୋ ମନେ । ହଁ.. ହଁ..! ପଡୁଛେ ମନେ ଲେଖୁଛେ ଗୁଟେ କଥା ଅଏନ୍‌ କଥାଟେ ଲେଖୁଛେ ଭାଇ ବନେ କରି ଶୁନୁ ଥାହା । ଅଫିସର୍‌ ଯଦି ହେତି ? ସତେ ! ଅଫିସର୍‌ ଯଦି ହେତି ! କଳା ଝିମ୍ ଝିମ୍ ଦାମକିଆ କୋଟ୍‌ ହଜାର୍‌ ଟଙ୍କିଆ ବୋଟ୍‌ ସୁଟ୍‌ ନାଇଁ ମୁଇ ପିନ୍ଧିଥିତି, ଶହ ଶହ ଟଙ୍କିଆ ଅତର୍‌ ମାଖି ନାଇଁ ମୂଇ

ଏଇତ ଜୀବନ – ବଲବନ୍ତ ସାହୁ

ଏଇ ତ ଜୀବନ ? ଜନ୍ମ ଆଉ ମୃତ୍ୟୁ ମଧ୍ୟସ୍ଥ କେଇଟା ସମୟ ଅନବରତ ଘୁର୍ଣ୍ଣୟମାନ ଘଣ୍ଟାକଣ୍ଟାର ଟିକ୍ ଟିକ୍ ଶବ୍ଦରେ ଉତଫ୍ରୁଳିତ ହୋଇ; ଫଳପ୍ରାପ୍ତିର ଆଶା ବିନା କର୍ମ କରିଚାଲୁଥିବା ପରିଶ୍ରମ । ଏଇ ତ ଜୀବନର ଚଳାବାଟ ଯେହ୍ନେ ନାଟ ପରେ ନାଟ ପ୍ରତି ମୁହୂର୍ତ୍ତରେ ଅଭିନୟ ତା' ପୁଣି ବାସ୍ତବତାପୂର୍ଣ୍ଣ ଅଭିନୟ ଅନୁଶୀଳନ ତଥା ସାଜସଜ୍ଜାର ଅନୁପସ୍ଥିତିରେ... କେବେ ସୁଖରେ; ଦୁଃଖର... ପୁଣି ଦୁଃଖରେ; ସୁଖର... । ଏଇ ତ ଜୀବନ ? ଏଇ ତା'ର ଚଳାବାଟ ହୁଅଇ ଯେହ୍ନେ ଅନେକଙ୍କ ସାଥେ ଭେଟ କୁଆଁ..କୁଆଁ.. କାନ୍ଦକୁ

ବାପା ! ଆସ ତୁମେ ଫେରିଆସ – ବଲବନ୍ତ ସାହୁ

ବାପା.. ଚାଲିଗଲ ନା ଏକା ଏକା... ହେଲେ.. ତୁମ ବିଚ୍ଛେଦର ନିଆଁ ଆଜି ବି ଜଳୁଛି ହୁତୁ ହୁତୁ ହୋଇ ଠିକ୍ ସେ ଦିନ ପରି... ଯେଉଁଦିନ, ରାମ ନାମ ସତ୍ୟ ହେ.. ହରି ନାମ ସତ୍ୟ ହେ.. ଏମିତି କିଛି ଶବ୍ଦର ତରଙ୍ଗ ସହ ଚାଲିଯାଉଥିଲ ବେଦରଦୀ, ହୃଦୟହୀନ ପୁଣି ମୁକ ବଧୀର ମଣିଷଟେ ପରି ବାପାର ପରିଚୟକୁ କାହା ହାତରେ ସମର୍ପି ନ ଦେଇ ଆମ ଏଇ ଘରସାମ୍ନା ଦୁଆର ଠାରୁ ନଈତୋଟାର ମଶାଣି ଅଭିମୁଖେ ଠିକ୍ ଗାଁ' ଦାଣ୍ତର ମଝି ମଝି.. ନା.... ଲିଭୁନାହିଁ ଏ ନିଆଁ ବରଂ ଦିନକୁ ଦିନକୁ