ଶିହରଣ – ଦେବୀ ପ୍ରସାଦ ଖଡ଼ିରତ୍ନ

ବାହୁ ବନ୍ଧନରେ ମିଶି ଗଲେ ତୁମେ ଭରି ଯାଏ ଶିହରଣ । ଅତୀତ ର ସ୍ମୃତି ମଥା ପିଟି କରେ ମଧୁରାତି ଜାଗରଣ । କାମନା ର ରାତି ଜାଗି ରହିବାକୁ ଦେଇଥାଏ କେତେ ରାଣ । ଚାତୁରୀ ଚାହାଣୀ ହାଣି ଦିଏ ସତେ କରି କେତେ ଅଭିମାନ । ତନୁ ମନ ପ୍ରାଣ ପୁଲକିତ ଭରେ ସ୍ପର୍ଶ କାତାରତା ପୂର୍ଣ୍ଣ । କାମିନୀ କାମନା ଚରିତାର୍ଥ କରେ ମଧୁଶଯ୍ୟା ର ଶୟନ ।। ସା/ପୋ- ଲୋଧାଚୁଆ, ଜିଲ୍ଲା-ନୟାଗଡ

ଜୀବନ – ଦେବୀ ପ୍ରସାଦ ଖଡ଼ିରତ୍ନ

ଅଧାପନ୍ତରିଆ ଜୀବନ ଟା ଏଇ ଚାଲିବା ଟା ଦୁର୍ବିଶଃ । ବଞ୍ଚିବା ଟା ସଂଘର୍ଷରେ ପରିପୂର୍ଣ୍ଣ ବିତୁୁଥାଏ ଅହରହ ।। କେତେବେଳେ ଚାଲେ ବନ୍ଧୁର ପଥରେ କେତେବେଳେ ଚାଲେ ସିଧା । କେତେ ବେଳେ ଚାଲେ ସର୍ପିଳ ଗତିରେ କେତେ ବେଳେ ଥାଏ ବାଧା ।। ଜୀବନ ପ୍ରଦୀପ ସରି ସରି ଯାଏ ବାକି ଅଛି ସ୍ୱଳ୍ପ ତୈଳ। ଲିଭିବା ର ବେଳ ପାଖେଇ ଆସୁଛି ଇଶାରା ଦେଲାଣି କାଳ।। କାଳ ବଇଶାଖୀ ଘନେଇ ଆସୁଛି କଳା ରୂପ ସଙ୍ଗେ ଘେନି । ଦି ଦିନ ଜୀବନ କାଲିକି ନଥିବ ହେଉଥାଏ

ଅନୁଭୂତି କଥା – ସରକାରୀ ବାବୁ – ଦେବୀ ପ୍ରସାଦ ଖଡ଼ିରତ୍ନ

ତର ତର ହୋଇ ପହଞ୍ଚି ଗଲି EPF ଅଫିସିରେ । କାଳେ କୋଉ କଥା । ଦି ଦିନ ହେଲା ଫେରିବାକୁ ପଡୁଛି । ଏତେବଡ ଲମ୍ବା ଲାଇନି ।ପୁଣି ଡେରିରେ ଆସିଲେ ଲାଇନି ନାହିଁ । ଠିକ ଟାଇମି ରେ ଯଦି ନମ୍ବର ନ ହେଲା ତାହେଲେ ପୁଣି ଆରଦିନକୁ ଅପେକ୍ଷା । ଆଉ ନୁହଁ.. । କାଲି ରାତିରେ ଯୋଜନା ପୂର୍ବକ ଜଲଦି ସବୁ କାମ ସାରି