ଦୁଃଖଦ ଘଟଣା – ଧ୍ରୁବ ଚରଣ ବେହେରା

(ଗତ ୧୬।୦୬।୧୮ ଦିନ ଚିଲିକାରେ ଡଙ୍ଗା ବୁଡି ଘଟଣା ଉପରେ ଆଧାରିତ) ମାଆ କାଳିଜାଇ ଅଭୟ ଦାୟିନୀ ଏକି କଲୁ ଅଘଟଣ କାନ ଦିନେ ଯାହା ଶୁଣିତ ନଥିଲା ଚାଲିଗଲା ଛଅ ପ୍ରାଣ ।। କେତେ ଶରଧାରେ କାହୁଁ ଆସିଥିଲେ କରିବାକୁ ତୋ ଦର୍ଶନ କି ରହିଲା ତାଙ୍କ ଭୁଲ୍ ଲୋ ମାଆ କଲୁ ଏତେ ହୀନିମାନ ।। ଫେରିଲା ବାଟରେ ମଝି ଗଣ୍ଡେ ତୋର ମୋଡି ପକାଇଲୁ କାହିଁ କେତେ ଆଶା ନେଇ ତୋର ପାହଡକୁ ଆସନ୍ତି ସୁ ଦୂରୁ ଧାଇଁ ।। ଚିଲିକା ଗଣ୍ଡରେ ଉଭା ହୋଇଅଛୁ ଦୁଃଖ

କୋଣାର୍କ – ଧ୍ରୁବ ଚରଣ ବେହେରା

ଭବ୍ୟ କୋଣାର୍କର ରମ୍ୟ କାରୁକାର୍ଯ୍ୟ ହସୁଛି ଶିଳାରେ ଫୁଟି ଜୀବନ୍ତ କାହାଣୀ ଭେଟି ଦେଉଅଛି କଳାର ସେ ପରିପାଟୀ ।। ଆକାଶକୁ ଚାହିଁ ଦେଉଛି ବାରତା ମୁକ୍ତ ଓଢଣାକୁ ମେଲି ହସୁଅଛି ସହି ଅନେକ ଯନ୍ତ୍ରଣା ପ୍ରସ୍ତର ଚିତ୍ର କୁ ଖୋଲି ।। ନାଟ ମଣ୍ଡପଟି ଲାଗଇ ସୁନ୍ଦର ନର୍ତ୍ତକୀର ନୃତ୍ୟ ଛାଇ ଓଡିଶୀ ଠାଣିରେ କେଶ କିରଟିରେ ସତେ କି ଆସୁଛି ଧାଇଁ ।। ପାଦର ନୂପୁର ଦିଶୁଅଛି ଶୋଭା ମାଳରେ ଯେସନେ ମଲ୍ଲୀ ତ୍ରିଭଙ୍ଗୀ ତନୁରେ କର ବେନି ଦୁଇ ସତେକି ଆସଇ ଝୁଲି ।। ଆଖିରେ ତାହାର ହଜାରେ

ରୂପସୀ ଚିଲିକା – ଧ୍ରୁବ ଚରଣ ବେହେରା

ଚିଲିକା ସୁନ୍ଦରୀ ଅଟୁ ନୀଳ ପରୀ ନୀଳବର୍ଣ୍ଣା ଅପରୂପା ଚମକୁ ଥାଉ ତୁ ଉତ୍କଳ ବକ୍ଷରେ ପ୍ରଭାତେ ଯେସନେ ଚମ୍ପା ।। ଢଳ ଢଳ ତୋର ଜଳ ରାଶି ଯେବେ ଛୁଏଁ ଅରୁଣର ଆଭା ଲାଗୁତୁ ଚାତୁରୀ କୁଙ୍କୁମରେ ଭରି ସତେକି ଯୌବନ ପ୍ରଭା ।। ଚମ୍ପକ ବରନୀ ଏସିଆର ରାଣୀ ହୃଦୟ ତୋ ପୂର୍ଣ୍ଣ ଗର୍ଭା ମୃଦୁମଳୟର ଶୀତଳତା ସ୍ପର୍ଶେ ଜଳରାଶି ମନୋଲୋଭା ।। ଲହରଇ ଯେବେ ତରଙ୍ଗର ମାଳ ଲାଗଇ ରାଣୀ କୁନ୍ତଳ ମରାଳର ମାଳ ଲାଗେ ତୋ ଗଜରା ମନଲାଖି ଗଭା କୋଳ ।। ହରସ ବଦନେ କିଣି

ରଜ ଅଭିନନ୍ଦନ – ଧ୍ରୁବ ଚରଣ ବେହେରା

ରଜ ପରବର ଅଭିନନ୍ଦନ ମୋ ବାଣ୍ଟି ଦେଉ ହସ ଖୁସି ଓଡ଼ିଆଙ୍କ ମନେ ଭରୁ ସେହ୍ନ ଶ୍ରଧା ନୂଆ ସ୍ମୃତି କୁ ପରସି ।। ଚଲାପଥେ ତୁମ କୁସୁମିତ ହେଉ ମହକିତ ହେଉ ମନ ବନ୍ଧୁ ସହୋଦରେ ଆନନ୍ଦିତ ହୁଅ ଉଲ୍ଲସିତ ହେଉ ପ୍ରାଣ ।। ସରଳ ସୁନ୍ଦର ନିଆରା ଏ ଦିନ ସଭିଙ୍କ ଆମୋଦ ପରା ଆତ୍ମୀୟତା ସାଥେ ଭାତୃଭାବ ଭରି ମନାନ୍ତୁ ଖୁସି ଯାତରା ।। ନୂଆ ନୂଆ ଆଶା ନୂଆ ଅନୂଭୁତି ଜାଗି ଉଠୁ ସବୁଦିନେ ଜୀବନ ପ୍ରଦୀପ ଜଳୁଥାଉ ନିତି ପ୍ରୀତିର ମଧୁ କାନନେ ।। ବରଷକେ

ପିଲାଦିନ – ଧ୍ରୁବ ଚରଣ ବେହେରା

ପିଲାଦିନ ମୋର ଚାଳିଗଲା କାହିଁ ଖୋଜିଲେ ମିଳଇ ନାହିଁ ଟିକି ଜାମା ଖଣ୍ଡେ ପିନ୍ଧି ଗାଆଁ ସାରା ବୁଲୁଥାଉ ଧାଇଁ ଧାଇଁ ।। ଖଣ୍ଡିଆ ଚକାକୁ ବାଡେଇ ବାଡେଇ ବୁଲୁଥିଲୁ ନଦୀ କୂଳେ ନଥିଲା ଆମର ଡର ଭୟ ପୁଣି ଝୁଲିଛୁ ବର ଓହଳେ ।। ଗଛ ପରେ ଚଢି ଖାଉଥିଲୁ ଦିନେ ପାଚଲା ଆମ୍ବ ପଣସ ତେନ୍ତୁଳି ଗଛକୁ ମାରୁଥିଲୁ ଟେକା ହୋଇ ଭାରି ହସ ହସ ।। ଗାଆଁ ପୋଖରୀରୁ ତୋଳୁଥିଲୁ କଇଁ ପହଁରି ପହଁରି ଯାଇ ମାଛଧରା ଖେଳେ ହୁଅଉ ଆନନ୍ଦ ପାଣି ତଳେ ଲୁଚିରହି ।। ଚିଲିକା

ସୈନିକ – ଧ୍ରୁବ ଚରଣ ବେହେରା

ଦେଶ ସେବା ମୋର ବେଉସା ଅଟଇ କି କରିବି କୁହ ଭାଇ ମୋ ଭାଗ୍ଯରେ ବିହି ଲେଖିଅଛି ପରା ବଡ ପୂଣ୍ଯ କର୍ମ ଏହି ।। ଧନ୍ୟ ମୋ ଜନନୀ ଧନ୍ୟ ମୋର ପିତା ଯା ଜଠୁ ନେଲି ଜନମ ତାଙ୍କ ଆଶୀର୍ବାଦେ ଜୀବନରେ ଆଜି କରୁଛି ଧରମ କାମ ।। କେବେ ଜଗିଥାଏ କାଶ୍ମୀର ସୀମାରେ କେବେ ଥାଏ ଲଦାକରେ ବିଷ୍ଣୁଦେବୀ ମାତା ପାହଡ ଉପରେ ସେବା ମୋ ଜନ ହିତରେ ।। ଅମରନାଥ ଯାତ୍ରା କୋଣ ଅନୁକୋଣେ ଜଗେ ସତର୍କ ପ୍ରହରୀ ସୈନିକ ଜୀବନ ଏହି ପରି

ଛୋଟ ମୋର ଗାଆଁଟି – ଧ୍ରୁବ ଚରଣ ବେହେରା

ଦୂରେ ଦିଶୁଥାଏ ଭାଲେରୀ ପାହଡ ଆକାଶକୁ ସତେ ଛୁଇଁ ମାଟିର କବିତା ଶୁଣାଉଛି ତାକୁ ସୂରୁଯ ଆସିଲେ ନଇଁ ।। କାନେ କାନେ ତାର କହୁଅଛି ନିତି ଗୋଧୂଳି ବେଳ ଉପମା ସକାଳର ରବି ଉଇଁ ଆସୁଥିଲେ ଚିଲିକା କି ? ମନୋରମା ।। ସବୁଜିମା ରାଜି ହସୁଥାଏ ଏଠି ସୁନାର ଶୋରିଷ କ୍ଷେତେ ଆମ୍ବ ବଉଳର ମହକ ବାସଇ କୋଇଲି ମଧୁ ସଙ୍ଗୀତେ ।। ପରଜାପତିର ହସଖୁସି ଦେଖି ହସେ କୃଷ୍ଣଚୂଡା ରାଣୀ ଆନନ୍ଦେ ଡୁବକି ଦେଇ ମାଛରଙ୍କା ଝାଡିଦିଏ ପର ବେଣୀ ।। କ୍ଷେତ ପରେ କ୍ଷେତ ସାଗ ପରିବାର ଦିଶୁଥାଇ

ବକୁଳବନ – ଧ୍ରୁବ ଚରଣ ବେହେରା

ଉତ୍କଳ ନିର୍ମାତା ସାହିତ୍ୟର ସ୍ରଷ୍ଟା ଚାଲିଗଲ ତୁମେ କାହିଁ ତୁମର ସେ ଦାନ ବକୁଳ ଉଦ୍ୟାନ ଝୁରେ ଆଜି ତୁମ ପାଇଁ ।। କାନ୍ଦୁଅଛି ଆଜି ଗୁମୁରି ଗୁମୁରି ତା ମାଟି ପାଣି ପବନ କାନ୍ଦେ ଗଛଲତା କାନ୍ଦଇ କୁସୁମ ଯାହା ତୁମ ତପୋବନ ।। ଆଦର୍ଶ ଶିକ୍ଷକ ଜନ୍ମିଥିଲ ତୁମେ ସୁ ପୁତ୍ର ଉତ୍କଳ କୋଳେ ମହାନ ନାୟକ ଥିଲ ହେ ମହାତ୍ମା ଓଡିଶା ଆଜି ବି ଭାଳେ ।। ତୁମେ ଗଲାପରେ ହସୁନାହିଁ ଫୁଲ କୋଇଲି ଗାଉନି ଗୀତ ଝରା ବଉଳର ମହକ ବାସୁନି ସପନ ଲାଗେ ବସନ୍ତ

ଭ୍ରମଣ କାହାଣୀ – ମାନସପଟ୍ଟରେ ପାରିକୁଦ – ଧ୍ରୁବ ଚରଣ ବେହେରା

(ଭ୍ରମଣ କାହାଣୀ ମାନସ ପଟରେ ପାରିକୁଦ - ପଣାସଂକ୍ରାନ୍ତି ଦିନ ମୁଁ ଓ ମୋର ପରିବାର) ସମୟ ଅପରାହ୍ନ ୧ଟା ବେଳେ ଆସି ପହଞ୍ଚିଲୁ ଏମିତି ଏକ ରୂପ ସମ୍ଭାରର ସ୍ଥାନରେ ଯାହର ନାମ ଅତୀତ ତଥା ବିଶ୍ଵ ଇତିହାସରେ ରହି ଆସିଛି । ସେହି ପିଲାଦିନର ଅତି ପରିଚିତା "ଚିଲିକା " ଏକ ଉତ୍ସବ ମୂଖର ପରିବେଶ ଓ ମାନସ ପଟରେ ଆଙ୍କିଦିଏ ରମ୍ୟ ମନୋଲିସାର ଛବି । ସେଥିପାଇଁ ତ