ପ୍ରବନ୍ଧ – ରୁଗବେଦ ବର୍ଣ୍ଣିତ ଦେବଦେବୀ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ଯୁଗେ ଯୁଗେ ବୈଦିକ ଗ୍ରନ୍ଥଗୁଡିକ ଭାରତୀୟମାନଙ୍କ ଧର୍ମୀୟ ବିଶ୍ୱାସକୁ ବଳିଷ୍ଠ କରିଆସିଛି । ବୈଦିକ ଯୁଗରୁ ଆର୍ଯ୍ୟ ଉପଜାତିଗୁଡିକର ଧର୍ମବିଶ୍ୱାସ ରୂପ ପରିଗ୍ରହ ଓ ସ୍ଥାୟିତ୍ୱ ଲାଭ କରି ଆସିଥିବା ବୈଦିକ ସାହିତ୍ୟରେ ପ୍ରତିଫଳିତ ଘଟିଛି । ବୈଦିକ ଧର୍ମକୁ କିଛି ସର୍ତ୍ତ ସହିତ ଏକ ସୁନିଦ୍ଦିଷ୍ଟ ଧର୍ମ ବ୍ୟବସ୍ଥା, ସଂଶ୍ଳିଷ୍ଟ ସୁମଞ୍ଜସ ପ୍ରଥା, ଆଚାର, ପୂଜା, ପର୍ବ ସହ ଧର୍ମୀୟ ଓ ଦାର୍ଶନିକ ବିଶ୍ୱାସ, ବହୁ ପୁରୁଣାକାଳିଆ ଧ୍ୟାନ

ପ୍ରବନ୍ଧ – ଜୈନଧର୍ମର ନିର୍ଷ୍କଷ ଶ୍ରୀଜଗନ୍ନାଥ – ଡକ୍ଟର ଲକ୍ଷ୍ଣଣ ସାହୁ

ପବିତ୍ର ଭାରତ ବର୍ଷରେ ଉତ୍କଳରହିଁ ପୁଣ୍ୟତମ ଭୂମି ଭାବେ ସର୍ବବିଦିତ, ବଡଠାକୁର ଶ୍ରୀଜଗନ୍ନାଥଙ୍କୁ ନେଇ ଏହା ଦେବ ଭୂମି, ବେଦ ଭୂମି, ମାନବ ପରିତ୍ରାଣର ତୀର୍ଥ ଭୂମି ପାଲଟିଛି । ସେହିଁ କେବଳ ସକଳ ବିଶ୍ୱାସ ଓ ପ୍ରାଣର କେନ୍ଦ୍ରବିନ୍ଦୁ । ସକଳ ମାନବ ଜାତିର ହୃଦୟରେ ଈଶ୍ୱରଙ୍କ ସାକ୍ଷାତ ଅବତାର ଭାବେ ଅବିଭୂତ । ଏପରିକି ସେ ହେଉଛନ୍ତି ସାକ୍ଷାତ୍ ପରଂବ୍ରହ୍ମ ସକଳ ଅବତାରର ସ୍ରଷ୍ଟା ଅବତାରି ।

ପ୍ରବନ୍ଧ – ଅମୃତାଲୋକରେ ଅମୃତ ସନ୍ଧାନ – ଅଧ୍ୟାପକ ଡକ୍ଟର ଲକ୍ଷ୍ମଣ ସାହୁ

ମନୁଷ୍ୱକୁ ସୃଷ୍ଟି କରିଥିବା ଶ୍ରୀଭଗବାନ ସାବଧାନ କରିବାକୁ ଉପଦେଶ ଦେଇ କହିଛନ୍ତି - `ସେ ଯେଭଳି ମନୁଷ୍ୟୋଚିତ୍ ଶକ୍ତିର ବ୍ୟବହାର ଓ ପୁରୁଷାର୍ଥର ଯଥୋଚିତ୍ ପ୍ରୟୋଗ କରେ, ମନୁଷ୍ୟଠାରେ କ୍ଳୀବତା (ନଂପଷକ) ଶୋଭାପାଏ ନାହିଁ । ଯେତେବେଳେ ବିଷାଦ,ନିରାଶା,ଅବସାଦ ଓ ଅଶ୍ରଦ୍ଧା ଆଦି କ୍ଳୀବତାର ଚିହ୍ନ ହୃଦୟରେ ଦେଖାଦିଏ, ସେ ସମୟରେ ନିଢର ମନୁଷ୍ୟତ୍ୱକୁ ଓ ପୁରୁଷାର୍ଥକୁ ସ୍ମରଣକର, ନିଜ ପ୍ରାର୍ଥୀତ୍ୱ ଓ ପରନ୍ତପ ଅଧିକାରକୁ ମନେପକାଅ, ଏ ପ୍ରକୃତିର

ପ୍ରବନ୍ଧ – ଆତ୍ମନାଶୀ ଆଭିମୁଖ୍ୟ ଏକ ସାମାଜିକ ବ୍ୟତିକ୍ରମ – ଡକ୍ଟର ଲକ୍ଷ୍ମଣ ସାହୁ

ଭଗବାନଙ୍କ ସୃଷ୍ଟିରେ ମନୁଷ୍ୟ ଏକ ଶ୍ରେଷ୍ଠପ୍ରାଣୀ ଭାବରେ ଚିହ୍ନିତ । ଭଗବାନଙ୍କର ସେ ଅମୃତର ସନ୍ତାନ । କୋଟି ଜନ୍ମର ପୁଣ୍ୟଫଳ, ତପସ୍ୟା ବଳରେ ସେ ଏଭଳି ଏକ ଦୁର୍ଲ୍ଲଭ ଜନ୍ମଟିଏ ପାଏ, ସମାଜରେ ନିଜକୁ ପ୍ରତିଷ୍ଠା କରେ । ଏପରି କୁହାଯାଇଛି ଏହି ମାନବ ଜନ୍ମ ପାଇବା ପାଇଁ ଦେବତା ମଧ୍ୟ ମର୍ତ୍ତ୍ୟ ଭୂମିକୁ ଓହ୍ଲାଇ ଆସନ୍ତି । ଭଗବାନଙ୍କ ଅମୃତର ସନ୍ତାନ ଏଭଳି ଦୁର୍ଲ୍ଲଭ ଜନ୍ମର ସାର୍ଥକତା

ସମର୍ପଣ – ଡକ୍ଟର ଲକ୍ଷ୍ମଣ ସାହୁ

ତୋ' ଆଖିରେ ପ୍ରଚୁର ନିର୍ଭୟତା ସକଳ ଶାନ୍ତି ମିଳିଯାଏ ବୋଲି ଯେତେବାର ଧାଇଁ ଆସିଛି ନିରାଶା'ରେ ଠେଲି ଦେଉଛୁ' ମୋତେ । ଆଖି' ମୋର ଛଳଛଳ, ଛାତି ତଳେ ତୋ' ପାଇଁ ବରଷାର ଛନଛନ କୋହ କେତେଦିନ ଆଉ ଏମିତି ସହିବି କୁହ ? ଯେତେଥର ଆଖି' ମୁଦିଲେ ତୁ' ଖୋଲିଲେ`ବି' ତୁ' ତୋରି ଛାଇ, ତୋରି' ରୂପ ଓ ଅଭିନ୍ନ ଆଖି କୋଣେ, ନାଚି ଯାଉଛି ବୋଲି ତନୁ, ମନ ମୋର ପୁଲକରେ' ଉଲୁସି ଉଠିଛି, ମୁକତି ଲଭୁଛି ଯୁଗଯୁଗରୁ ଅନନ୍ତ ପ୍ରତୀକ୍ଷାରେ । ଆସନ୍ତୁ ତୁ' ରାମ/କୃଷ୍ଣ/ଜଗନ୍ନାଥ

ଆଲୋଚନା – ଭାରତୀୟ ସଂସ୍କୃତିର ପ୍ରତୀକ ରାମ – ଡକ୍ଟର ଲକ୍ଷ୍ମଣ ସାହୁ

ଭାରତୀୟ ରାଷ୍ଟ୍ରିୟ ରାଜନୀତିରେ ଧର୍ମ ଭାବନାକୁ ନେଇ ବିବାଦ କେବେ ଥମୁନି । ଅଯୋଧ୍ୟାରେ ରାମ ମନ୍ଦିରର ନିର୍ମାଣର ଝଡ କେବେ କମୁନାହିଁ ଓ ତାହାର ଅବସାନ କେବେ ସମ୍ଭବ ହୋଇନପାରେ । ବହୁବାର ରାମ ମନ୍ଦିର ନିର୍ମାଣକୁ କେନ୍ଦ୍ର କରି ରାଢନୈତିକ ଦଳ ପରସ୍ପର ଭିତରେ ବାକ୍ ବିତଣ୍ତା, ତର୍କ-ବିତର୍କ, ଯୁକ୍ତି ଘଟି ସମସ୍ୟା ସମାନ୍ଧନର ବାଟ ଫିଟିନାହିଁ, ବରଂ ଦିନକୁ ଦିନ ଏହା ଉଗ୍ରରୂପ ଧାରଣ କରୁଛି

ଆଲୋଚନା – ଓଡିଆ ଗଳ୍ଦରେ ଗାନ୍ଧିବାଦୀ ଚେତନା – ଡକ୍ଟର ଲକ୍ଷ୍ମଣ ସାହୁ

ଜାତିର ଜନକ ମହାତ୍ମାଗାନ୍ଧି 1919 ରେ ଜାତୀୟ ରାଜନୀତିରେ ଯୋଗ ଦେଇ ସ୍ୱାଧିନତା ସଂଗ୍ରାମରେ ନୂଆ ଅଧ୍ୟାୟ ସୃଷ୍ଟି କରିଥିଲେ । ତାଙ୍କର ଶାନ୍ତ ତଥା ବଳିଷ୍ଠ ବ୍ୟକ୍ତିତ୍ୱରେ ଆକୃଷ୍ଠ ହୋଇପଡିଥିଲେ ଭାରତର ଅଗଣିତ ଜନତା । 1919 ରୁ 1947 ପର୍ଯ୍ୟନ୍ତ ତାଙ୍କ ପରାମର୍ଶରେ ସ୍ୱାଧିନତା ସଂଗ୍ରାମର ସମସ୍ତ ଘଟଣାବଳୀ ପରିଚାଳିତ ହୋଇଥିଲା । ଅହିଂସା ଓ ଅସହଯୋଗ ଏଦୁଇଟି ଅସ୍ତ୍ରକୁ ଆଧାର କରି ସେ ଇଂରେଜମାନଙ୍କ ବିପକ୍ଷରେ

ଆଲୋଚନା – ପଞ୍ଚସଖାଙ୍କ ଦୃଷ୍ଟିରେ ଶ୍ରୀଜଗନ୍ନାଥ – ଡକ୍ଟର ଲକ୍ଷ୍ମଣ ସାହୁ

ପଞ୍ଚଦଶ ଶତାଦ୍ଦୀର ମାଟିର ମହାକବି ଶୂଦ୍ରମୁନି ଆଦିକବି ସାରଳା ଦାସଙ୍କ ପରେ ଷୋଡଶ ଶତକରେ ଓଡିଶାରେ ପାଞ୍ଚ ଜଣ ଯୁଗଜନ୍ମା ମହାପୁରୁଷ ସନ୍ଥ, ତତ୍ତ୍ୱଦର୍ଶୀ, ବୈଷ୍ଣବ ସାଧକ, କବି ଓଡିଆ ସାହିତ୍ୟ ସାଧନାର ଶ୍ରେଷ୍ଠତ୍ୱ ପ୍ରତିପାଦନ କରି ପରବର୍ତ୍ତୀ କାଳରେ ପଞ୍ଚସଖା ନାମରେ ପରିଚିତ ହୋଇଛନ୍ତି, ସେମାନେ ହେଲେ ବଳରାମ ଦାସ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ଯଶୋବନ୍ତ ଦାସ ଓ ଶିଶୁ ଅନନ୍ତ ଦାସ । ଓଡିଆ ସାହିତ୍ୟରେ

ଆଲୋଚନା – ମାନବ ଜୀବନର ଗାରିମା – ଡକ୍ଟର ଲକ୍ଷ୍ମଣ ସାହୁ

ମାନବ ଜୀବନର ଶ୍ରେଷ୍ଠ ଗୌରବ ଏହା ଯେ, ଯାହା ତାକୁ ଏତେବଡ ସଂସାର ଭିତରେ କୌଣସି ବସ୍ତୁ ତୃପ୍ତି ବା ଆତ୍ମସଂତୋଷ ଦେଇପାରେ ନାହିଁ, ଅସୀମ ତାର କ୍ଷୁଧା, ଅସୀମ ତାର କାମନା, ବାସନା, ଯାହାର କେବେ ଅନ୍ତନାହିଁ । ଏହାର ଞ୍ଗାନ ପିପାସା, କର୍ମ ପ୍ରବଣତା, ଭୋଗାକାଂଙକ୍ଷା, ପ୍ରେମାବେଗ ଆଦିର ଦମନ କରିବା ସହଜସାଧ୍ୟ ହୋଇପାରେ ନାହିଁ, ଏସବୁ କେବଳ ମନୁଷ୍ୟ ସ୍ୱଭାବରେ ଅଙ୍ଗୀଭୂତ । ଏହି ବିଶାଳ