ନ ଭାଵ ତାଙ୍କୁ କେ ଭୁଲ – ଜିତେନ୍ଦ୍ର ସାହୁ

ବୋଉର ସେନେହ ବାପାଙ୍କର ଗାଳି ଲାଗେ ଖଟାମିଠା ପରି, ଗୋଟେ ଲାଗେ ଭଲ ଆଉ ଗୋଟେ ଭେଲ ଅଛି କିନ୍ତୁ ପ୍ରେମଭରି,,।। ବୋଉର ସେନେହ ଖୋଲିଦିଏ ମୁହଁ ସନ୍ତାନ କରନ୍ତି ଯୁକ୍ତି, ବାପା ସେତେବେଳେ ପଥ ଦେଖାଅନ୍ତି ଅଜ୍ଞାନରୁ କରି ମୁକ୍ତି,,।। ବାପା ଦେଲେ ଗାଳି ଲୁହଯାଏ ଢଳି ଦେଖି ବୋଉ କରେ ଗେହ୍ଲ, ବାପାଙ୍କ ପାଇଁ ଯେ ପାଉଛ ସେ ପ୍ରେମ ନ'ଭାବ ତାଙ୍କୁ କେ ଭୁଲ,,।। ଆମେ ବଗିଚାର ନାନା ଫୁଲ ହେଲେ ସେମାନେ ଆମର ମାଳି, ଦୁହିଁଙ୍କର ସ୍ନେହ,ପ୍ରେମ ଓ ଗାଳିରେ ସୁଖ ସୌଧ ହୁଏ ତୋଳି,,।। ଜୀବନରେ

ପରମ୍ପରାକୁ ସର୍ଵେ ମନେ ହେଜ – ଜିତେନ୍ଦ୍ର ସାହୁ

ଆଷାଢେ ପହିଲି ବରଷା ଝରିଲେ ଦୂର ହୁଅଇ ନିଦାଘ ଦାରୁଣ, ମେଘ ଓ ମାଟିର ଅପୂର୍ବ ମିଳନେ ହୁଅଇ ରଜ ପରବ ପାଳନ,,।। ସିଞ୍ଚିହେଲା ପରେ ବୁନ୍ଦାବୁନ୍ଦା ବାରି ଧରଣୀ ହୁଅଇ ରଜସ୍ବଳା, ରଜ ତିନିଦିନ ନିଏ ସେ ବିଶ୍ରାମ କମେଇବାକୁ ତା ଶରୀର ଜ୍ବାଳା,,।। ଛିଟା ମେଘ ଛାଟି ଚୁମି ଦେଲେ ମାଟି ବଢେ ମାଟି ମା' ପ୍ରଜନନ ଶକ୍ତି, ଶୁଦ୍ଧ ସ୍ନାନପରେ ଧରଣୀ ସତରେ ସମସ୍ତ ପୀଡାରୁ ହୁଅଇ ମୁକ୍ତି,,।। ରଜର ପରବ ରାଜ୍ୟର ଗୌରବ କୁଆଁରୀଙ୍କ ସଜ ଲାଗେ ନିଆରା, ରଜ ଦୋଳି ଖେଳ ସଙ୍ଗେ

ଥିଵୁ ସୁହାଗିନୀ ହେଇ – ଜିତେନ୍ଦ୍ର ସାହୁ

ପିନ୍ଧିଲା ପରେ ତୁ ସିନ୍ଥିରେ ସିନ୍ଦୂର ବର ହାତରୁ ଲୋ ତୋର, ଚାହିଁବାକୁ ତତେ ପଲକ ଉଠାଇ ଲାଗେ ମତେ ଭାରି ଡର ।। ଦେଖିଛି ମୁଁ କେତେ ପିନ୍ଧିବାର ତତେ ମଥାରେ ଟିକିଲି ବିନ୍ଦି, ଏବେ କିନ୍ତୁ ତୋର ସିନ୍ଦୂର ଟୋପାରେ ପ୍ରେମ ମୋ ହେଇଛି ବନ୍ଦୀ ।। ନୁହଁଇ ପାପର ସମ୍ପର୍କ ଆମର ଅଟଇ ପବିତ୍ର ପ୍ରେମ, ତଥାପି ମୁଁ ତତେ ପାରୁନାହିଁ ଛୁଇଁ ହେବୁ ବୋଲି ବଦନାମ ।। ଜାଣିଛି ମୁଁ ତତେ ତୁ ନୀରିମାଖିଟେ ନୀରିହ ତୋଅର ମନ, ଦେଖିଦେଲେ ମତେ ଭାଳି ହେବୁ

ଯା’ ମତେ ଭିଜେଇ ଦେଇ – ଜିତେନ୍ଦ୍ର ସାହୁ

ଅନେକ ଯାତନା ଭୋଗୁଛି ତୋ'ବିନା ଚାତକ ପକ୍ଷୀଟେ ହୋଇ, ଆସି ପ୍ରିୟା ଥରେ ତୋ ପ୍ରେମ ବର୍ଷାରେ ଯା' ମତେ ଭିଜେଇ ଦେଇ,,।। ତୁ ଗଲାପରେ ଏ ହୃଦୟ ସତରେ ପାଲଟିଛି ମରୁଭୂମି, ତୁ ନାହୁଁ ବୋଲି ସବୁ ଶୁଷ୍କ ଖାଲି ବହୁନାହିଁ ମଉସୁମୀ,, କାଳବଇଶାଖି ତାଣ୍ଡବ ରଚୁଛି ବିରହରେ ଜାଳିଦେଇ, ଆସି ପ୍ରିୟା ଥରେ ତୋ ପ୍ରେମ ବର୍ଷାରେ ଯା' ମତେ ଭିଜେଇ ଦେଇ,,।। ଯାଇଛି ଉଜାଡି ଦେ ପୁଣି ସଜାଡି ମୋ ହୃଦୟ ଉପବନ, ତୋ ମୃଦୁ ପରଶେ ଖେଳିବେ ହରଷେ ମହକି ପ୍ରୀତି ସୁମନ,, କୁଳୁକୁଳୁ ହେଇ ହୃଦେ

ଭାଵିଵା ଯଦିଓ ଥରେ – ଜିତେନ୍ଦ୍ର ସାହୁ

ଫିଙ୍ଗିବା ଆଗରୁ କୌଣସି ଚିଜକୁ ଭାବିବା ଯଦିଓ ଥରେ, ପଚସଢା ସବୁ ଦୁର୍ଗନ୍ଧକୁ ନେଇ ରୋଗ ପଶନ୍ତାନି ଘରେ,,।। ଆମେ ଯଦି ଆମ ପରିବେଶଟିକୁ ନ ରଖିବା ନିରିମଳ, ପ୍ରଦୁଷଣ ହେବ ବାୟୁ ଓ ମୃତ୍ତିକା ତା ସଙ୍ଗେ ପାନୀୟ ଜଳ,,।। ନିଶ୍ବାସରେ ଆମ ବିଷାକ୍ତର ଗ୍ୟାସ କରିବା ସର୍ବେ ଗ୍ରହଣ, ଦୂଷିତ ଜଳକୁ ପାନକରି ଅାହା କରିବା ମୃତ୍ୟୁ ବରଣ,,।। ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

ହସ ଓ ଲୁହ – ଜିତେନ୍ଦ୍ର ସାହୁ

ହସ ଆଉ ଲୁହ ପଚାରୁଛି କୁହ ତୁମକୁ ଗୋଟିଏ ପ୍ରଶ୍ନ, ତୁମେ କାହିଁ ପାଇଁ ସୁଖ ଓ ଦୁଃଖର ହେଲ ଗୋଟେ ଗୋଟେ ଚିହ୍ନ,,।। ଲୁହ ତୁମେ କାହିଁ ଆଘାତ ଲାଗିଲେ ଆଖିରୁ ଯାଉଛ ବହି ? ହସ ତୁମେ କାହିଁ ଖୁସିରେ ଝୁମିଲେ ଓଠକୁ ଯାଉଛ ଛୁଇଁ ? ତୁମେ କି ଜାଣିନ ଦୁହିଁଙ୍କ ପ୍ରଭାବ ପଡେ ମନ ହୃଦୟରେ, କେବେ ପ୍ରଫୁଲ୍ଲିତ କେବେ ପୁଣି ସେତ ଭିଜେ ଆଖି ଲୁହ ଧାରେ,,।। ହସ ଓ ଲୁହ ରଖିଛି ବିଧାତା ସୃଷ୍ଟିର କରତା ନେଇ କେବଳ ସେ ସ୍ଥାନେ, କର୍ତ୍ତବ୍ୟ

ରହିଛି ଵାଵା ହେ ଚାହିଁ – ଜିତେନ୍ଦ୍ର ସାହୁ

ମନ୍ଦିର ମୁଁ ଯାଇ ଦରଶନ ପାଇଁ ରହିଛି ବାବା ହେ ଚାହିଁ, ନିଦ୍ରା ଭଙ୍ଗକର ଖୋଲିଣ ଦୁଆର ପୂଜିବି ପୟରେ ମୁହିଁ,,।। ଭାବ ଭକତିରେ ବେଲ ପତରରେ ସଜେଇ ଦେବି ଯତନେ, ପଞ୍ଚାକ୍ଷରି ମନ୍ତ୍ରେ କଞ୍ଚାକ୍ଷୀର ଢାଳି ଶକତି ନିହିତ ସ୍ଥାନେ,,।। ଚାହିଁବି ମୁଁ କ୍ଷଣେ ବ୍ୟାକୁଳ ନୟନେ ଜଟାଧାରୀ ରୂପଟିକୁ, ଭସ୍ମବୋଳା ଦେହ ଗଙ୍ଗାଙ୍କ ପ୍ରବାହ ସର୍ପ ବନ୍ଧା ଗଳାଟିକୁ,,।। ସମଗ୍ର ସୃଷ୍ଟିର ଅନିଷ୍ଟକାରୀର ସଂହାର ନିୟନ୍ତା ତୁମେ, ଦେବଙ୍କର ଦେବ ପ୍ରଭୁ ମହାଦେବ ବିରାଜିତ ସବୁ ଧାମେ,,।। ଘେନ ମୋ ଭକତି କରୁଛି ପ୍ରଣତୀ ପାପ ହରି ଦିଅ ମୁକ୍ତି, ଜନମ ମୃତ୍ୟୁର

ରଖନାହିଁ ମନେ କିନ୍ତୁ – ଜିତେନ୍ଦ୍ର ସାହୁ

ଢାଳନାହିଁ ଆଉ ନିଆଁରେ ଯେ ଘିଅ ଜଳିଲାଣି ହୁତୁହୁତୁ, ରଜନୀ ଅନ୍ଧାରେ ରଜନୀଗନ୍ଧାରେ ରଖନାହିଁ ମନେ କିନ୍ତୁ,,।। ମହକି ବାସୁଛି ମହୁବି ଝରୁଛି ସାଇତା ଯଉବନରୁ, ପାଗଳ ପରାୟ ମହୁମାଛିଟେ ମୁଁ କାଢନି ତମ ତନରୁ,,।। ପଡୁନି ପଲକ ଭରୁଛି ପୁଲକ ଆର୍ଦ୍ର ଅଧର ଛୁଆଁରେ, ପତଙ୍ଗଟେ ହେଇ ସାଥି ପଡ ଡେଇଁ ଉଷୁମ ତାତି ନିଆଁରେ,,।। ଭୁରୁଭୁରୁ ଗନ୍ଧ କରୁଛି ଆନନ୍ଦ ମିଳନର ଫୁଲ ଶେଯେ, ପବିତ୍ର ପ୍ରଣୟେ ମିଠା ପାପକରି (ଚାଲ) ଖୋଜିବା ନିଜକୁ ନିଜେ,,।। ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ

ଅନୁଭୂତି କାହାଣୀ – ଵାଵା ଵାଣୀ ଶୁଣି ନାମ ନେଲି ଜାଣିଜାଣି – ଜିତେନ୍ଦ୍ର ସାହୁ

ଗୋଟିଏ ଲୋକର ବିବାହର ୪ ବର୍ଷ ହେଇ ଯାଇଥିଲା । ସେ କିନ୍ତୁ କେବେ ମଧ୍ୟ ତାର ପତ୍ନୀର ହାତ ରନ୍ଧା ଖାଦ୍ୟକୁ ପ୍ରଶଂସା କରୁନଥିଲେ । ତେଣୁ ସବୁବେଳେ ତାଙ୍କର ପାରିବାରିକ ଜୀବନରେ ଖିଟିପିଟି ଲାଗିରହିଥିଲା । ଦିନେ ହଠାତ୍ ଜଣେ ବାବାଙ୍କ ସହିତ ସେ ଲୋକର ସାକ୍ଷାତ ହେଲା ପରେ ବାବା ସବୁ ତାଙ୍କର ମନକଥା ଜାଣିପାରି କହିଲେ; ପୁତ୍ର ମନଦୁଃଖ କରିନାହିଁ କି ଉଦାସ ରୁହନାହିଁ