ଛାତି ତଳର କଥା – ଲକ୍ଷ୍ମଣ କୁମାର ବେହେରା

ସବୁଦିନେ ନାହିଁ ଗୋ ସତୀ ଚାନ୍ଦିନୀ ରାତି ଭାବ ପୀରତି ସବୁଦିନେ ଯଦି ପୀରତି ଥାଆନ୍ତା କୀରତି ପତାକା ଉଡାଇ ଥାନ୍ତି । କେବେ ରହେ ନାହିଁ ଯୌବନ ଧନ କି ଜନ ଜୀବ ଜୀବନ ସବୁଦିନେ ଯଦି ଜୀବନ ଥାଆନ୍ତା ମଦନ ସାଥିରେ ଘୁରି ଥାଆନ୍ତି । ସବୁବେଳେ ନାହିଁ ଗୋ ଆଶା ଶୀତ ବରଷା ମହୁଲି ନିଶା ସବୁବେଳେ ଯଦି ବରଷା ହୁଅନ୍ତା ଭରସା ନିଶ୍ଚିତ ରଖି ଥାଆନ୍ତି । ସବୁଦିନେ ନାହିଁରେ ମନ ବଇଁଶୀ ସ୍ବନ କଳା ବଦନ ସବୁଦିନେ ଯଦି ସ୍ବନ ଶୁଭୁଥାନ୍ତା ରାଇ କହ୍ନେଇଙ୍କୁ ଦେଖୁ ଥାଆନ୍ତି । ସବୁବେଳେ ହୁଏନି ବଳି ଘରୋଇ କଳି ବିରି ଚକୁଳି ସବୁବେଳେ ଯଦି

ପ୍ରେମ ପୋଥି – ଲକ୍ଷ୍ମଣ କୁମାର ବେହେରା

ଅଠର ଶହ ଏକାବନ ସାଲ ଥିଲା ମେ ମାସ ଏଗାର, ହରିହର କୁଳ ମଣ୍ଡନ କରିଲେ, ବାସୁଦେବ ନାମେ ବିଖ୍ୟାତ ହୋଇଲେ । ଆନନ୍ଦେ ରାଜ୍ୟ ବିଭୋର ••• ହରିହର ଦେବଙ୍କ ଏକମାତ୍ର ପୁତ୍ର ସାହିତ୍ୟିକ ବାସୁଦେବ, ପଣ୍ଡିତ ସଭାର ଅନୁମୋଦନରେ, ଇଂରେଜ ସରକାର ଆଦେଶାନୁସାରେ । ହୋଇଲେ ନରେଶ, ବାମଣ୍ଡାର ହେଲା ଲାଭ ••• ମାତା ପିତା ପ୍ରଜା ପଣ୍ଡିତ ସକଳେ କଲେ ଉଚିତ ବିଚାର, ଉଦିତ ପ୍ରତାପ ସିଂହ ଦେବ ରାଜା, କଳାହାଣ୍ଡି ଗଡେ ପାଳୁଥିଲେ ପ୍ରଜା । ଆନନ୍ଦ ଚିତ୍ତରେ ପ୍ରସ୍ତାବ ପକାଇ କନ୍ଯା ମାଗିଲେ ବାସୁଦେବ ପାଇଁ ସତରେ, ମୁହୂର୍ତ୍ତ ଥିଲା ମଧୁର ••• ରାଜାଙ୍କର ଗେହ୍ଲୀ ପରାଣ କୁସୁମ ମଉନାବତୀ ଐଶ୍ବର୍ଯ୍ଯା, ମଧ୍ଯମା ସୁପୁତ୍ରୀ ମନୀଷା ସୁନ୍ଦରୀ, ଗିରିରାଜ କୁମାରୀ ସୁଶୀଳା

ପ୍ରେମ ପୋଥି – ଲକ୍ଷ୍ମଣ କୁମାର ବେହେରା

ପ୍ରତାପ ରୁଦ୍ର ଙ୍କ ପୁତ୍ର ସର୍ବେଶ୍ବର ବୀରବର ତେଜିୟାନ, ଥିଲେ ସତ୍ୟ ପ୍ରିୟ ଭଦ୍ର-ନମ୍ର-ଶାନ୍ତ, ଆଧ୍ୟାତ୍ମିକବାଦୀ ଉତ୍ତମ ଚରିତ୍ର । ସୁସେବକ ନିଷ୍ଠାବାନ ••• ରାଜା ଦିନେ- ନୂତନ ଉଆସ ତୋଳାଇବା ପାଇଁ ବାହାରିଲେ ସ୍ଥାନ ଖୋଜି, ଦେ ଗାଆଁ ଠାରୁ ପ୍ରପାତ ଦିଗରେ, ଦେଖିଲେ ଅଦ୍ଭୁତ କ୍ରୋଶେ ଗଲା ପରେ । କପୋତ-ଛଞ୍ଚାଣ ଯୁଦ୍ଧ, ଛଞ୍ଚାଣ, ରକ୍ତେ ଯାଇଥିଲା ଭିଜି ••• କପୋତ ରକ୍ତାକ୍ତ କରେ ଛଞ୍ଚାଣକୁ ରାଜା ଦେଖି ଆନନ୍ଦିତ, ଭାବିଲେ ଅନ୍ତରେ ନିଶ୍ଚେଁ ଏହି ସ୍ଥାନ, ଅଟେ ବୀର ଭୂମି କରିବା ନିର୍ମାଣ । ନୂଆଁ ପ୍ରାସାଦ ନିଶ୍ଚିତ ••• ଖାଦ୍ୟ ମାରୁ ଅଛି ଖାଦକକୁ ଯହିଁ ପରାଣେ ନ ରଖି ଭୟ, ଯଶ-କିର୍ତ୍ତୀ ନିଶ୍ଚେଁ ବଢିବ ଆମ୍ଭର, ଏଇ କଥା

ପ୍ରେମ ପୋଥି – ଲକ୍ଷ୍ମଣ କୁମାର ବେହେରା

ପ୍ରେମ ପୋଥି ••• (ବାମଣ୍ଡା ଗଡର ଇତିହାସ ରେ ବଳମ ର ସ୍ଥାନ) ବଳମ ନିକଟ କଳାଜିରା ଆଉ ମତୁଆଳୀ ନାଳ ଠାରେ, ଆନିକଟ୍ ବସାଇ ଜଳକୁ ରୋକିଲେ, ଜଳ ସେଚନର ସୁବିଧା କରିଲେ । ଚାଷୀ ବଢିଲେ ରାଜ୍ଯରେ ••• ସୁପ୍ରସିଦ୍ଧ କୃଷି ପ୍ରୟୋଗ ଶାଳାର ନିର୍ମାଣ କରିଲେ ରାଜା, ଏକ ଶହ ଛତିଶ୍ ପ୍ରକାରର ଧାନ, ଅଣାଇ ପରୀକ୍ଷା କରିଲେ ରାଜନ । ଚାଷୀ ଉଡାଇଲେ ଧ୍ବଜା ••• ବିଭିନ୍ନ ପ୍ରକାର ସାର ପ୍ରୟୋଗର ଗବେଷଣା କରାଇଲେ, ରାଜା ବାସୁଦେବ କଲେ ପ୍ରୋତ୍ସାହିତ, ବିଦ୍ଯାରତ୍ନ ଯତ୍ନେ କୃଷି ସଂପର୍କିତ । ପୁସ୍ତକ ପ୍ରକାଶ କଲେ ••• ବଳମ ପାହାଡ ଶୀର୍ଷରେ ସୁଦୃଶ୍ଯ ବିଶ୍ରାମ ଭବନ ତୋଳି, ପାଶେ

ପ୍ରେମ ଗ୍ରନ୍ଥ – ଲକ୍ଷ୍ମଣ କୁମାର ବେହେରା

ଆପଣା ହୃଦୟ ଆଖିରେ ଯେ' କାଳେ ଯାହାକୁ ବି ଦେବ ଶୀର୍ଷରେ ସ୍ଥାନ, ନିଜର ସେ ସର୍ବେ ସର୍ବା ସବୁକିଛି ଅନ୍ଯ ପାଇଁ ନୁହଁ କହଇ ପ୍ରେମ । ବିଶ୍ଵ ବ୍ରହ୍ମାଣ୍ଡରେ ଏମିତି କେ' ନାହିଁ ଯାହାକୁ ଥରୁଟେ ଛୁଇଁନି ପ୍ରେମ, ପ୍ରଥମ ଭଲ ପାଇବା କଥା ଭାବି କେବେ ନିରବରେ କାନ୍ଦିନି ମର୍ମ । ହୃଦୟରେ ପ୍ରେମ ବାରମ୍ବାର ଆସେ ଜୀବନେ ପହିଲି ପ୍ରେମ ଯେ' ଥରେ, ପ୍ରଥମ ପ୍ରେମର ମିଠା ଅନୁଭବ ହଜିଲେ ନ ମିଳଇ ଜୀବନରେ । ପବନ ଯେ କାଳେ ଛୁଏଁ