ହଜି ଯାଇଛି ମୋ ପ୍ରୀତିର ଠିକଣା – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଥିଲ ମୋ ପ୍ରେମର ଫୁଲ ବଗିଚାରେ ହୋଇ ପ୍ରୀତି ଫୁଲଟିଏ ମହକାଉ ଥିଲ ତୁମ ବାସନାରେ ଦେଇ ପ୍ରେମ ମୂଲଟିଏ ଶ୍ରାବଣରେ ଆମେ ଦୁହେଁ ଭିଜୁଥିଲେ ବରଷାର ଧାରା ହୋଇ ଫଗୁଣର ବାସ୍ନା ଚହଟାଉ ଥିଲା ନେଉଥିଲା ମନ ମୋହି କାଳ ବଇଶାଖୀ ତୁମେ ପାଲଟିବ ଏକଥା ନଥିଲି ଜାଣି କି ଲାଭ ପାଇଲ ନିଃସ୍ଵ କରି ମତେ ଆଉ କାହା ମନ ଜିଣି ପ୍ରୀତି ଉପବନ କେବେଠୁ ମଉନ ଶୁଭୁନାହିଁ ସେ ରାଗିଣୀ ହଜି ଯାଇଛି ମୋ ପ୍ରୀତିର ଠିକଣା ନିଜକୁ ଶବ ଟେ ମଣି ପ୍ରତୀକ୍ଷା ଯେ ମୋର ଜନ୍ମ

ପାନ୍ଥଶାଳାର ପଥିକ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

କାହିଁ କେତେଦୂରେ ଚାଲିଗଲ ତୁମେ ଖୋଜୁଛି ମୁଁ ନିତି ଆଜି ମୋ ମନ ନୀଡରେ ବସା ବାନ୍ଧିଥିଲ କେଉଁଆଡେ ଗଲ ହଜି ॥ ଭେଟ ହୋଇଥିଲ ନିବୁଜ ସନ୍ଧ୍ୟାରେ ସାଜି କେଉଁ ପଥିକଟେ ଠିକଣା ମାଗିଲେ ପାନ୍ଥଶାଳାକୁ ଦେଇ ତ ପାରେନା ମତେ ॥

କ୍ଷୁଦ୍ରଗଳ୍ପ – ଫୁଟପାଥ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ସମୟ ପ୍ରାୟ ରାତି ୯ ଟା ଅତିକ୍ରମ କରି ସାରିଥାଏ । ସ୍କରପିଓ ଗାଡ଼ିଟି ଖୁବ ଦ୍ରୁତ ଗତିରେ ମାଡି ଚାଲିଥାଏ ଆଗକୁ... । ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପାଇଁ ଆଉ ୮ କିଲୋମିଟର ବାକି । ଆମ ଯାତ୍ରା ଥିଲା ଜଣେ ସହକର୍ମୀଙ୍କ ବିବାହ ଭୋଜିରେ ଯୋଗଦେବା । ଯାତ୍ରାଟି ଖୁବ ଆନନ୍ଦଦାୟକ ଥିଲା । ଏଥିରେ ଆମେ ସାମିଲ ଥିଲୁ ମୋଟ ୭ ଜଣ ସହକର୍ମୀ ।

ଖୋଜୁଛି ମୁଁ ସେଦିନକୁ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଖୋଜୁଛି ମୁଁ ସେଦିନକୁ.. ଯେଉଁଦିନ ମୁଁ ମାଆର ପଣତରେ ଲୁଚି ଯାଉଥିଲି ନିଃଶବ୍ଦ ଅନ୍ଧାରର ଭୟରେ, ଖୋଜୁଛି ମୁଁ ସେଦିନକୁ.. ଯେଉଁ ସନ୍ଧ୍ୟାରେ ଜେଜେମା'ର ପିଠି ଥାପୁଡା ତାଳରେ ଶୁଣୁଥିଲି ସାଧବପୁଅର ସାତଦରିଆପାରି କଥା, ଅବା ସାହାଡ଼ା ସୁନ୍ଦରୀର ବାହା ବୃତାନ୍ତ, ଖୋଜୁଛି ମୁଁ ସେଦିନକୁ.. ଯେଉଁଦିନ ନଟିଆ ନନା ସାଙ୍ଗେ କଣ୍ଟା ଗଇଁଠା ନେଇ ଆମ୍ବତୋଟାରେ ସ୍ୱାଗତିବାକୁ ବସନ୍ତ୍ରର ମଳୟକୁ, ଖୋଜୁଛି ମୁଁ ସେଦିନକୁ.. ଯେଉଁଦିନ ବାପାଙ୍କ ଡ଼ରରେ ଯାଉଥିଲି ଧାନ ବୋଝ ମୁଣ୍ଡେଇ କାଳିଆ କଷରାଙ୍କ ପଛେ ପଛେ ଶିଖିବାକୁ ବଞ୍ଚିବାର ରାହା, ଖୋଜୁଛି ମୁଁ ସେଦିନକୁ.. ପୁନିଅଁ ପରବର ସାଙ୍ଗସାଥି ମେଳ ନଈପଠା

କଳ୍ପନାର ପ୍ରେମକଳ୍ପ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଶ୍ରାବଣ ରାତିରେ ବିଜନ ବେଳାରେ ମୋ ହୃଦୟ ପରିଧିରେ ପ୍ରୀତିର ସ୍ପନ୍ଦନେ ପ୍ରେମ ଗୁଞ୍ଜରଣେ ସାଜି ଶିଳ୍ପୀ ମଉନରେ ॥ ଗଢିଥିଲି ତୁମ ପ୍ରେମକଳ୍ପଟିଏ ସୌନ୍ଦର୍ଯ୍ୟ ତା' ଅପରୂପ ଆଙ୍କିଥିଲି କେତେ ରଙ୍ଗବେରଙ୍ଗର ମନଲୋଭା ମୁକ୍ତାଶିଳ୍ପ ॥ ଭାବିତ ନଥିଲି ପାଲଟିବ ବୋଲି କଳ୍ପନାର ଇତିହାସ ପାନ୍ଥଶାଳା ମୁଁ ବସି ପଥଧାରେ ଚାହିଁଅଛି ତୁମ ପଥ ॥ ଫେରିବ ଶ୍ରାବଣ ଫେରିବ ସେ ରାତି ମନରେ ହଜାରେ ଆଶା ସପନେ ହଜିଛି ପ୍ରୀତିର ଫଗୁଣେ ହୃଦୟେ କୋଟିଏ ନିଶା ॥ ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ମଙ୍ଗଳାଯୋଡି, ଖୋରଧା ଦୂରଭାଷ – ୯୪୩୭୧୮୩୯୩୭

ବିଶ୍ଵ ପର୍ଯ୍ୟଟନରେ ମଙ୍ଗଳାଯୋଡି – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ତଥ୍ୟ - ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମଙ୍ଗଳାଯୋଡି, ଖୋରଧା ଦୂରଭାଷ : ୯୪୩୭୧୮୩୯୩୭ ଏସିଆ ମହାଦେଶର ସର୍ବ ବୃହତ୍ତମ ଲୁଣା ହ୍ରଦ ଚିଲିକାର ଉତ୍ତର-ପୂର୍ବ ଉପକୂଳରେ ଅବସ୍ଥିତ ଗାଁ ଟିର ନାଁ ମଙ୍ଗଳାଯୋଡି । ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ବ୍ଲକ ଅଧିନସ୍ଥ ଟାଙ୍ଗୀ ବସଷ୍ଟାଣ୍ଡ ଠାରୁ ଦକ୍ଷିଣ-ପୂର୍ବ ଦିଗକୁ ମାତ୍ର ୫ କିଲୋମିଟର ଦୂର । ଏହାର ଆର୍ଦ୍ର ଭୂମି ବିଦେଶାଗତ ପକ୍ଷୀ ମାନଙ୍କୁ ଆକୃଷ୍ଟ କରିଥାଏ । ଶୀତଦିନେ ପୃଥିବୀର ବିଭିନ୍ନ ପ୍ରାନ୍ତରୁ ଶହ

ସେଦିନର ଅଭୂଲା ମୂହୁର୍ତ୍ତ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଖୋରଧା, ଦୂରଭାଷ : ୯୪୩୭୧୮୩୯୩୭ (ସତ୍ୟ ଅନୁଭୂତିର ଏକ ବାସ୍ତବ ପରିପ୍ରକାଶ ଏହି ଅଣୁଗଳ୍ପରେ.. ଏକ ବିଶେଷ ମୂହୁର୍ତ୍ତ, ଯାହାକି ଗୋପନୀୟ) ଶିବୁ ଆଜି ୧୩ ବର୍ଷରେ ପଦାର୍ପଣ କଲାଣି । ଭାରି ଉଦାରିଆ, ଶାନ୍ତ ଆଉ ସରଳ ପିଲାଟିଏ । ତାର ପ୍ରତିଟି କାମ ଭାରି ଗଠନ ମୂଳକ । ତା କଥା ବେଳେ ବେଳେ ଭାବିଲେ ମତେ ଭାରି ଆଶ୍ଚର୍ଯ୍ୟ ଲାଗେ । କେଡେ ନିର୍ଦ୍ଦୟ ତାର ବାପା

ଭିନ୍ନ ଏକ ଜୀବନ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ ମଙ୍ଗଳାଯୋଡି, ଖୋରଧା ଆସନ୍ନ ସନ୍ଧ୍ୟା ସ୍ଵାଗତ କରୁଥାଏ ଘମାଘୋଟ ରାତ୍ରୀର ଅନ୍ଧକାରକୁ... ସ୍ତବ୍ଧ ହୋଇଯାଏ ପକ୍ଷୀ ମାନଙ୍କର କଳରବ, ରିମଝିମ ନକ୍ଷତ୍ର ଗୁଡିକର ମିଟିମିଟି ଆକ୍ଷିଠାର... । ପୁଣି ଫେରି ଆସୁଥାଏ ପେଟ ଚାଖଣ୍ଡକ ପାଇଁ ସୁନା ଫସଲର ଲାଳସାରେ ଲହୁ ଲୁହର ଅକ୍ଲାନ୍ତ ଶ୍ରମଦାନ କରି ଅନ୍ଧାରି ମୂଳକର ବାସିନ୍ଦାଟି... ପ୍ରତିଧ୍ଵନିତ୍ଵ ହେଉଥାଏ କର୍ଣ୍ଣ ଗହ୍ଵରରେ ତା’ର ଲୁମ୍ବିନୀ ଆମ୍ର କୁଞ୍ଜନର ବୁଦ୍ଧବାଣୀ – “ବୁଦ୍ଧମ ଶରଣମ ଗଚ୍ଛାମି... ସଙ୍ଘମ ଶରଣମ ଗଚ୍ଛାମି...” ପୁଣି ଆକର୍ଷିତ କରୁଥାଏ ଭାଗବତ ଟୁଙ୍ଗୀର ନବାକ୍ଷରୀ ଛନ୍ଦ... ଉଜ୍ଜୀବିତ କରୁଥାଏ ପୁଣି ହୃଦୟର ଭକ୍ତି ଭାବ ଧାରାକୁ ମନ୍ଦିର ବେଢାରୁ

ଉତ୍କଳର ହୃତ ଗୌରବ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ, ଖୋରଧା ଦୂରଭାଷ- ୯୪୩୭୧୮୩୯୩୭ ଖୋଜୁଛି ଆଜି ମୁଁ ହୃତ ଗୌରବକୁ ଉତ୍କଳର ଇତିହାସ, ସାଧବ ପୁଅର ବୋଇତ ଯାତରା ବାଲି ଅବା ବ୍ରହ୍ମଦେଶ ॥ ଧର୍ମପଦ ଦିନେ ମାରିଥିଲା ମୁଣ୍ଡି ଅଟେ ଉତ୍କଳ ସନ୍ତାନ, କଳା ଚାତୁରୀରେ କୋଣାରକ ଗଢି ରଖିଲା ଜାତିର ମାନ ॥ ପଛଘୁଞ୍ଚା ନାହିଁ ବୀରର ଜାତକେ ପାଇକ ପୁଅର ବାଣୀ, ସ୍ଵାଧୀନ ରଖିଲା ଖୋରଧା ମାଟିକୁ ଜୀବ ଥିବା ଯାଏଁ ଜିଣି ॥ ଉତ୍କଳ ସଂସ୍କୃତି ପ୍ରଥା ପରମ୍ପରା ବିରଳ ତା’ଇତିହାସ, ବିଶ୍ଵ ଦରବାରେ ସ୍ଵତନ୍ତ୍ର ଆସନେ ଝୁରେ ତାକୁ ସବୁ ଦେଶ ॥