ସାହିତ୍ୟିକର ମନକଥା – ଗୀତିନାଟ୍ୟ ସାହିତ୍ୟର କେଉଁ ବିଭାଗରେ ଅନ୍ତର୍ଭୁକ୍ତ ?

କିଛିଦିନ ପୂର୍ବରୁ ଓଡିଶା ସାହିତ୍ୟ ଏକାଡେମୀ ଦ୍ଵାରା ବିଭିନ୍ନ ବିଭାଗରେ ଏକାଡେମୀ ପୁରସ୍କାର ଲାଗି ଗଳ୍ପ, କବିତା, ଉପନ୍ୟାସ, ରମ୍ୟ ରଚନା, ଭ୍ରମଣ କାହାଣୀ ଆଦି ପୁସ୍ତକ ଦାଖଲ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଗୀତିନାଟ୍ୟ ପୁସ୍ତକ କେଉଁ ବିଭାଗର ଅନ୍ତର୍ଭୁକ୍ତ ହେବ ନା ନାହିଁ ସେ ବାବଦରେ ଏକାଡେମୀ କର୍ତ୍ତୁପକ୍ଷ କୌଣସି ସୂଚନା ପ୍ରଦାନ କରିନଥିଲେ । କାବ୍ୟ-କବିତା ଓ ଗୀତି କବିତା ନିମନ୍ତେ ଅଲଗା

ଐହରାଣୀ – ମାନସ ରଞ୍ଜନ ପଟ୍ଟନାୟକ

ଐହରାଣୀ ସାଜି ଯାଇଛି ଦେଖ ଗୋ ଐହ ଡେଙ୍ଗୁରା ବାଡେଇ ବନ୍ଧୁ ପରିଜନ ଆତ୍ମୀୟ ସ୍ଵଜନ କୋକେଇରେ ତାକୁ ଥୋଇ ॥ କେତେ ପରକାରେ ସଜେଇ ହୋଇଛି ପାଦରେ ଅଳତା ନାଇ...... ଗୁମୁରୀ ଗୁମୁରୀ କାନ୍ଦୁଥାନ୍ତି ଦେଖ ସାହି ପଡିଶାର ଲୋକେ ନୀରବ ମୁଦ୍ରାରେ ଶୋଇ ଯାଇଅଛି ସ୍ଵର୍ଗଦ୍ଵାର ତାକୁ ଡାକେ ॥ କିଛିକ୍ଷଣ ପରେ କାଠ ଭାଡି ପରେ ଥୁଆ ହେବ ସିଏ ଯାଇ...... ପରୀ ରାଇଜରେ ଉଭେଇ ଯିବଟି ସୁନ୍ଦର ରୂପଟି ତାର ବିଦାୟ ବେଳାରେ ବିଦାୟ ଜଣାନ୍ତି ଭାଇ ବନ୍ଧୁ ସହୋଦର ॥ କପାଳେ ସିନ୍ଦୁର ନାଲି ଶଙ୍ଖା

ସରଗପୁର – ମାନସ ରଞ୍ଜନ ପଟ୍ଟନାୟକ

ଗୋପବନ୍ଧୁଙ୍କର ଆଶା ଯେ ପୂରଣ ହୋଇଲା ପବିତ୍ର କାଳେ, ବନବିଦ୍ୟାଳୟ ସ୍ଥାପନା କରିଲେ ତମାଳ, ବକୁଳ ମୂଳେ !! ଯୋଗ ଦେଇଥିଲେ ଆଚାର୍ଯ୍ୟ ପଣ୍ଡିତ ଗୋଦାବରୀ, କୃପାସିନ୍ଧୁ, ଶିକ୍ଷାଦାନ କଲେ କୁଞ୍ଜବନେ ରହି ଝରିଲା ବିଦ୍ୟାର ବିନ୍ଦୁ !! କେତେ ଝଡଝଞ୍ଜା ପବନର ସ୍ରୋତ ଭାଙ୍ଗି ନାହିଁ ତାଙ୍କ ନୀଡ, ଉଣେଇଶ ସାଲ ନଅର ମନ୍ଦିର ଶିକ୍ଷାଳୟର ଉହାଡ !! ବୈଶାଖର ତାତି ଶ୍ରାବଣରେ ଝରା ମହକିଲା ତପୋବନ, ପବିତ୍ର ମାଟିରେ ରହି ଛାତ୍ରମାନେ କରିଲେ ଶିକ୍ଷା ଗ୍ରହଣ !! ଛୁରିଆନା ବଣ ମାଳତୀ କୁଞ୍ଜରେ ଅପୂର୍ବ ମାଧୁର୍ଯ୍ୟ ଦୃଶ୍ୟ, କାକଳୀ କୂଜନେ କୋକିଳ ମାଧୁରୀ ସୁଗନ୍ଧ