ଧୋକାଦିଆ ମୌସୁମୀ – ନିରଞ୍ଜନ ପଣ୍ଡା

(ମୌସୁମୀ ଆଗମନର ବିଳମ୍ବ ନିମନ୍ତେ) ମୌସୁମୀ ଗୋ ତୁମେ କୁଆଡ଼େ ଗଲ... ବିଷମ ରୌଦ୍ରକୁ ଦୁରୀଭୂତ ପାଇଁ.. କ'ଣ,ଦୁଇଦିନ ଆସିଥିଲ ? ନା,ଆଗୁଆ ଆସିବା ବାହୁନେ ଏ ଧରାକୁ ନମୁନା ଦେଖାଇଦେଲ, ଅବା,ଆସୁ ଆସୁ ପୁଣି ବାଟବଣା ହୋଇ ଦିଗହରା ହେଲ ପୁଣି ଫେରି ଚାଲିଗଲ | ବସୁମାତା ଝୁରେ ତୁମ ପରଷକୁ ରଜସ୍ବଳା ହୋଇ ରଜେ କେଉଁଠି ଲୁଚିଛ ହେ ମାୟା ମୌସୁମୀ ଭିଜେଇ ଦିଅ ସରାଗେ, ମାଡ଼ିଆସ ତୁମେ ଘୋର ଗରଜନେ ଧୁସର ଅମ୍ବର ବକ୍ଷେ କଳା ମେଘ ହୋଇ ବରଷି ଯାଅାରେ ଶାନ୍ତପଡ଼ୁ ଧରା ଏବେ,| ମୌସମୀ ଗୋ

ରଜ – ନିରଞ୍ଜନ ପଣ୍ଡା

ରଜ ଦୋଳି ଖଟମଟ ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଶୁଭେନାହିଁ କିଆଁ ଆଉ, ଚାରିଆଡ଼େ ପରା କ୍ରଙ୍କିଟ୍ ଜଙ୍ଗଲ ବରଓହଳ ଖୋଜି ଦିନ ଯାଉ । ବନସ୍ତେ ଡ଼ାକଇ ଗଜ ବରଷକେ ଥରେ ଆସିଛି ରଜ ଏ ରଜ ତୁଛାକୁ ଥାଉ, ଦୋଳି ଖେଳିବା ସାତ ସପନ ହେଲା ମୋବାଇଲ୍ ଚାଟିଙ୍ଗରେ ଦିନ ଯାଉ । ଟିଆ ପୂଞ୍ଚି କି ନାରଙ୍ଗ ଗୋଡ଼ ଦି'ଟା ପରା ଦେଖ ସାରଙ୍ଗ ସାରଙ୍ଗ ବାଡ଼ି ବୁଲିଯାଉ, ସଜ ହେବାକୁ ସମୟ ନାହିଁ ଲୋ ରଜ ମଉଜ କରିବା ସେତିକି ଥାଉ । ପୋଡ଼

ସୁପ୍ରଭାତ – ନିରଞ୍ଜନ ପଣ୍ଡା

ଉଇଁଲେଣି ଭାନୁ ସିନ୍ଦୁରା ଫଟାଇ ଚତୁର୍ଦିଗେ ସୋର୍ଣ୍ଣ ବିଛଣା ପୂରୁବ ଉହାଡ଼ୁ ବାଳ ନିରଞ୍ଜନ ଧରା ପଦେ କରେ ମାଜଣା | କାକଳି ର ରାବେ ପଲ୍ଲୀ ନିଦ ଭାଙ୍ଗେ ପ୍ରସମିତ ଉଷା କିରଣେ ବିହଙ୍ଗ ଭାଷନ୍ତି ତରୁ କୁହାଡ଼ରୁ ସ୍ବୟଂ ମାର୍ଗେ ଖାଦ୍ୟ ଆଘ୍ରାଣେ | ସୂର୍ଯ୍ୟମୁଖୀ ହସେ ରବି ଆଭା ରସେ ଉର୍ଧମୁଖୀ ଭଙ୍ଗ ଚାହାଣୀ ଉଦ୍ୟାନେ ଭ୍ରମର ରସ ପାନ କରେ ପୁଷ୍ପ ବକ୍ଷେ କିରିଟାନୀ | ଢ଼ଳ ଢ଼ଳ ହୁଏ କାକରର ବିନ୍ଦୁ ଗୁଳ୍ମ ଗୁଳ୍ମେ ହୋଇ ନେସି ହୀରକ ମୋତିର ଭ୍ରମ ଯାତ

ମାନବିକତାର ମୂଲ୍ୟବୋଧ – ନିରଞ୍ଜନ ପଣ୍ଡା

ଅବିଶ୍ବାସ ର ବକ୍ଷେ ପାଦ ରଖି ମାନବିକତାର ପ୍ରଶ୍ନ ସତେ ମରୁଭୂମିରେ ବାରିର ସନ୍ଧାନ ନିର୍ବୋଦ୍ଧତା କୁ ପରିହାସ, ରକ୍ତ ଚିହ୍ନୁନାହିଁ ରକ୍ତର ସମ୍ପର୍କ ମାରିଦେଇ ମାନବିକତା ନିଜଘରେ ସ୍ବୟଂ ଏପରି ଅବସ୍ଥା ବହିଃ ଆଶା ଅବୋଧତା, ପାଦ ପଖଳାଏ ହିଂସା ବାଦ ଦ୍ବେଷ କାହିଁ ସେ ମାନବିକତା ଖଣ୍ଡା ଧାରେ ମାନବିକତା ଖୋଜିବା ନୁହେଁ ଆମ ଅପାରଗତା, ମାନବିକତାର ମୂଲ୍ୟ ଯିଏ ଖୋଜେ ପାଏ ସେ ମହାକାଳ ଫଳ ଦୁରୁ ଦିଶୁ ଥିବ ଅପୂର୍ବ ସୁନ୍ଦର ଭିତରେ ବିଷ ହଳ ହଳ, ମାନବିକତା ଏଠି ବନ୍ଧା ପଡ଼ି ଅଛି ଧନୀର ଅମାର ଘରେ ନୂଆ

ମୁଁ ତୁମର ହେବାକୁ ଚାହେଁ – ନିରଞ୍ଜନ ପଣ୍ଡା

ମୁଁ ତୁମର ହେବାକୁ ଚାହେଁ ଯୌବନ ଭରା ତନୁ ପରବତେ ଜାଗାଟିଏ ପରା ଦିଏ , ନାଚି କୁଦି ଚାପି ରଖିଲେ ବି ମୋତେ ଲମ୍ପ ଦେଇ ପୁଣି ଚଢ଼ିଲେ ବି କେତେ ମୋର କିବା ଆସେ ଯାଏ, ଏ ହୃଦ ସମ୍ପୁର୍ଣ ତୁମକୁ ଚାହେଁ... ତୁମ ଠାରେ ସମର୍ପି ଯାଏ... ମୁଁ ତୁମର ହେବାକୁ ଚାହେଁ | ମୋ ହୃଦ ସବୁଜ ସୀମା ବଳୟରେ ତୁମ ଅଧିକାର ଅଛି ଯୌବନ ଭରା ପ୍ରତିଟି ପାହାଚେ ଚାଲି ଯାଅ କୁଦି ନାଚି, କରିବିନି ମନା ଦେବିନି ଜନ୍ତ୍ରଣା ଫୁଟିବନି ପାଦେ

ଶ୍ରାବଣକୁ ମଧୁରାତି – ନିରଞ୍ଜନ ପଣ୍ଡା

ତୁମ ଅପେକ୍ଷାରେ ପାହିଗଲା ହାଏ କେତେଯେ ଫଗୁଣ ରାତି ଝଡ଼ିଗଲା ଆମ୍ବ ଗଛରୁ ବଉଳ ନପାଇ ପରଷ ପ୍ରିତୀ, ଅନ୍ଧାର ରାତିରେ କଳି କରିଛି ମୁଁ ଜହ୍ନ ସାଥେ କେତେଥର ଲୁଚି ଯାଉ କାହିଁ ପକ୍ଷକୁ ପକ୍ଷ ଦିଶୁ ନାହିଁ ପ୍ରିୟ ମୋର, ଫଗୁଣରେ ଛୁଆଁ ନଦେଲ ନାହିଁ ଶ୍ରାବଣରେ ଦିଅ ଛୁଆଁ ଓଦା କରି ତୁମ ପ୍ରେମରେ ଭିଜାଅ ତନୁରେ ଜଳାଅ ନିଆଁ, ଯଉବନ ନିଆଁ ଜଳେ ହୁତୁହୁତୁ ମୋ ପ୍ରେମର ଯଉଘରେ ପ୍ରଣୟର ରସ ଦେହେ ବୋଳି ଦିଅ ଅଞ୍ଜଳିର ପ୍ରିତୀ ଜଳେ, କୁଆଁରି କଢି଼ ମୁଁ କୁଆଁରି ବେଦନା ମୋତେ

ଆଜିର ଗଣତନ୍ତ୍ର – ନିରଞ୍ଜନ ପଣ୍ଡା

ଗଣତନ୍ତ୍ର,ସେତ ଅବଳା ନାରୀର ଦୁଃଖ ପୁଣି ଦୁର୍ବଳର ପ୍ରତିଶବ୍ଦ ଯେତେ ହତ୍ୟା କର ଅବା କ୍ଷତ ବିକ୍ଷତ କର କରେ ନାହିଁ ପ୍ରତିବାଦ ଦେଖୁଥାଏ ହୋଇ ସ୍ତବ୍ଦ ଓହଃ,..................... କଳା ପାହାଡ଼କୁ ନ୍ୟାୟ ଦେବା ପାଇଁ ଏଠି, ସଭିଏଁ ହୁଅନ୍ତି ବ୍ୟଗ୍ର || ଗଣତନ୍ତ୍ର,ଏବେ ଅନ୍ୟାୟର ବଡ଼ ଅଙ୍ଗ ସମ୍ବିଧାନର ମିଥ୍ୟା କୁମ୍ଭ ଏଠି ସୁବିଧା ବାଦର ସୁନ୍ଦର ଉଦାହରଣ ଦେଖି ଦେଖି ଆଖି ଅନ୍ଧ ନଦେଖିଲେ ବି ପାଟି ବନ୍ଦ ଓହଃ,...................... ଅନ୍ୟାୟର ଯାତ୍ରା ଦେଖିବାକୁ ଭିଡ଼ ପୁଣି ନ୍ୟାୟ ମାଗିଲେ ଯୁଦ୍ଧ || ଗଣତନ୍ତ୍ର,ଏବେ ଗଣିତ ତନ୍ତ୍ରର ଅଙ୍କ ପିଲା ଗଣିତର

ହେ ମର୍ତ୍ତ୍ୟପୁର ସାବିତ୍ରୀ – ନିରଞ୍ଜନ ପଣ୍ଡା

ହେ ହେ............ ମର୍ତ୍ତ୍ୟପୁର ର ସାବିତ୍ରୀ..... ଦୁଃଖ ତୁମ ଜାତକେ ହୋଇନାହିଁ ଲେଖା ଚିତ୍ରଗୁପ୍ତ ଦିଏ ନାହିଁ ମରଣର ବାର୍ତା ଭୟକରେ ଜନ୍ତୁପତି ହୋଇଗଲେ ଦେଖା ତୁମକୁ ନକହି କହେ ସେ ସତ୍ୟବାନକୁ ଆବଶ୍ୟକ ହେବନାହିଁ ମୋ ପାଞ୍ଜି ଲେଖା ଆପେ ଆପେ ଅନତିରେ ତୋ ସହ.. ହୋଇଯିବ ଦେଖା,ହୋଇଯିବ ଦେଖା || ହେ ହେ............. ମର୍ତ୍ତ୍ୟପୁର ର ସାବିତ୍ରୀ,........ ଜନ୍ତୁରାଣ ମାଡ଼େନାହିଁ ତୁମରି ପରଷ ସତ୍ୟବାନର ଦୁଃଖ କେ ଦେଖିବ ଆସ ଘରେ ଘରେ ତାଡ଼ନା ତା ସହ ପୀଡ଼ନା ସକାଳୁ ସଞ୍ଜ ଯାଏ ନରକ ଜାତନା ବଞ୍ଚି ଥାଉ

ଜହ୍ନ ରାଈଜରେ ପ୍ରେମ – ନିରଞ୍ଜନ ପଣ୍ଡା

ଉଡ଼ିଯିବା ଆମେ ଜହ୍ନ ରାଇଜକୁ ପ୍ରୀତିର ଡ଼େଣାକୁ ଝାଡ଼ି ନ'ଥିବ ଦୁଃଖ ନ'ଥିବ ବିଶାଦ ନଥିବ କର୍କଷ ରଡ଼ି || ନିରୋଳାରେ ବସି ପ୍ରେମ କରୁଥିବା କପୋତ କପୋତି ପରି ଦୁହେଁ ଦୁହିଁଙ୍କର ସୁଖର ଦୁଃଖର ହସର ଲୁହର ଡ଼ୋରି || ଭୂଲିଯିବା ଆମେ ମାନ ଅଭିମାନ ମାୟା ବନ୍ଧନର ଜାଲ ଗାଉଥିବା ଗୀତ ରାଗ ଅନୁରାଗେ ଫିଙ୍ଗି ଛଳନା ଦୀପର ଝୁଲ || ବସିଯିବା ଆମେ ଜହ୍ନ ସଙ୍ଗେ ମିତ ତାରା ସହ ସଙ୍ଗାତ ପ୍ରେମ ପିରତୀରେ ହଜିଯାଉଥିବା ଭୁଲିଯାଇ ଅପବାଦ || ବାହୁଡ଼ିବା ଆମେ ଜହ୍ନର କୋଳରୁ କେତେ ପ୍ରୀତି ସାଊଁଟେଇ ହାତ