ମୌସୁମୀକୁ ପଦେ – ପବିତ୍ର କୁମାର ନାୟକ

ଶୀତଳ ପରଶ ମିଠା ମିଠା ହସ ମନେ ଭରିଥିଲ ଅମାପ ଖୁସି କୁହ ମଉସୁମୀ କାହା ପାଦ ଚୁମି ଘନ ତିମିରରେ ପଡ଼ିଲ ଖସି.... କେମିତି ଗୋ ତୁମ ହୃଦୟ ନିର୍ମମ ଅନୁତାପ ଟିକେ ଜମାରୁ ନାହିଁ କଥା ଦେଇଥିଲ ଆସିବ ଆଷାଢେ ତୁମରି ପଥକୁ ରହିଛି ଚାହିଁ.... ଫେଡିନିଅ ବାରେ ମିନତି ମୁଁ କରେ ଭରିଦିଅ ମନେ ଶୀତଳ ଛୁଆଁ ନିଦାଘ ଜ୍ବାଳାରେ ଗହନ ବନରେ ହୃଦୟ କନ୍ଦରେ ଲାଗିଛି ନିଆଁ.... ଶୁଣିବକି ଥରେ ମନ ଗହୀରରେ ଅକୁହା କଥାକୁ ରଖିଛି ଚାପି କେତେ ଆଶା ନେଇ ମନ

ସ୍ମୃତି ଓ ଅନୁରାଗୀ – ପବିତ୍ର କୁମାର ନାୟକ

ଭୁଲି ନାହିଁ ସେଦିନ ସେ ବରଷାର ଛିଟା ଭାଙ୍ଗି ଦେଇ ଚାଲିଗଲ ମନ ନୀରବତା, ଭାବେ ନିତି ଏକାନ୍ତରେ ତୁମର ସେ ମୁହଁ ଅମାନିଆ ହୋଇ ନିତି ଝରେ ଆଖି ଲୁହ.... ଅସରାଏ ବାରି ସାଥେ ଖୁସିର ମହକ ଛାତି ତଳେ ଜାଳିଥିଲ ପ୍ରୀତିର କୁହୁକ, ମନ ମୋର ଆଜିପ୍ରିୟା ମୁଦ୍ରିତ ଲଫାପା ତୁମ ପ୍ରୀତି ସାନ୍ନିଧ୍ୟରେ ସବୁ ଫିକା ଫିକା.... ଆଉ ନାହିଁ ପ୍ରଜାପତି ଧରିବାରେ ମନ ଚାନ୍ଦିନୀ ଢ଼ାଳୁନି ଆଜି ଅଭିମାନୀ ଜହ୍ନ, ଆଷାଢ଼ ଆଶାରେ ଥିଲା ବଇଶାଖୀ ତାତି ମୁହଁଫେରି ଚାଲିଗଲ

ପ୍ରିୟା ପାଇଁ – ପବିତ୍ର କୁମାର ନାୟକ

ଜହ୍ନକୁ ମାଗିଲି ମୁଠାଏ ଜୋଛନା ମୋପ୍ରିୟା ଅଳସୀ ପାଇଁ... ଚାନ୍ଦିନୀ କହିଲା ସେ ତୁମର ନୁହଁ ଯାଇଛି କାହାର ହୋଇ !! ସାଗର ବେଳାରେ ଦିନ ଦିପହରେ ଲେଖିଲି ପ୍ରିୟାର ନାମ... ଊର୍ମି ଆସି ତା'କୁ ସଙ୍ଗେ ନେଇଗଲା କହିଲା ପାଗଳ ପ୍ରେମ !! ଶ୍ରାବଣକୁ ଯେବେ ଏକାନ୍ତେ କହିଲି ଭିଜେଇ ଦେ ମୋ ପ୍ରିୟାକୁ... ଚପଳା କହିଲା ଜାଳନାହିଁ ଆଉ ଲିଭି ଯାଇଥିବା ନିଆଁକୁ !! ବସନ୍ତକୁ କେତେ ମିନତି କରିଲି ବିରହ ନିଆଁରେ ଡେଇଁ... ଫଗୁଣ କହିଲା ସେହି ପ୍ରିୟା ବୋଧେ ତମ ଭାଗ୍ୟେ ଆଉ ନାହିଁ !! ମଳୟକୁ

କୁହ ତୁମେ ବର୍ଷା – ପବିତ୍ର କୁମାର ନାୟକ

ଲୁଚିଛକି ତମେ କୁହ ଗୋ ବରଷା ନା ଖେଳୁଅଛ ଲୁଚକାଳି ଥରୁଟିଏ ଖାଲି ଭିଜେଇ ଦିଅ ଗୋ ମୁଁ କରୁଛି ତୋଠାରେ ଅଳି ! ବରଷା ଗୋ ତୁମେ କରିଛକି ମାନ ହଜିଛି କି ତୁମ ଠିକଣା ତମରି ବାଟକୁ ଚାହିଁଛନ୍ତି ସବୁ ଜାଣି କାହିଁ ହୁଅ ଅଜଣା ! ଅଟକି ଯାଇଛ ଅଧା ବାଟେ ଆସି କହିବକି ଥରେ କାନରେ ତୁମରି ଶୀତଳ ପରଶ ପାଇଁକି ଧରଣୀ ଚାହିଁଛି ଆତୁରେ ! କରିଛକି ରୋଷ ଅବା ଅଭିମାନ ମନେ ଭରିଅଛ ଛଳନା ତୁମ ଆଗମନେ ଉଙ୍କିମାରେ ମନେ ନିତି ନୂଆ

ଗ୍ରୀଷ୍ମ ଛୁଇଁଗଲା ପରେ – ପବିତ୍ର କୁମାର ନାୟକ

ଅସହ୍ୟ ତାତିରେ ଧରା ଥର ହର ନିଦାଘ ଛୁଇଁଛି ଧରଣୀ କୂଳ ସୂରୁଯ ହସଇ ସକାଳରୁ ସଞ୍ଜ ଲୁଚକାଳି ଖେଳେ ବଉଦ ମାଳ ! ଟାଇଁ ଟାଇଁ ଖରା ସିଝାଏ ଦେହକୁ ଛାଇ ଖୋଜେ ମନ ପାଦପ ନାହିଁ ଦୂରରୁ ଦୂରକୁ ଅଟ୍ଟାଳିକା ମାନ ଗଗନକୁ ଦେଖ ଯାଉଛି ଛୁଇଁ ! ଝାଇଁ ଝାଇଁ ଝାଞ୍ଜି ବହେ ଅବିରତେ ଲୁଚିଗଲା ପରେ ଯାମିନୀ ପୁଣି ଅନଳ ପ୍ରାୟେକ ଜଳୁଛି ସମୀର ତପ୍ତମୟୀ ଆଜି ଧରଣୀ ରାଣୀ ! ସାଇଁ ସାଇଁ ଆଉ ଦକ୍ଷିଣା ପବନ ବହୁନାହିଁ ତା'ର ହରଷ

କୋହ – ପବିତ୍ର କୁମାର ନାୟକ

ଛାତି ତଳେ ଯେବେ କୋହର ବଉଦ ଘୋଟି ଆସେ ଅଦିନରେ ବିଚଳିତ ମନ ଆନମନା ହୁଏ ଲହୁର ଲୋତକ ଝରେ ! ମନତଳେ ଯେବେ ଲାଗିଯାଏ ନିଆଁ ହଜିଯାଏ ସୁଖ ଶାନ୍ତି ପଲକରେ ସବୁ ଧୂଳିସାତ ହୁଏ ମନେ ମରିଯାଏ ପ୍ରୀତି ! ଅସୀମିତ ଆଶା ତୁଟେ ଯେ ଭରସା କୋହ ଯାଏ ଯେବେ ଛୁଇଁ ସାଗରେ ବିଲୀନ ହେବା ପାଇଁ ମନ ମିଶି ପାରେ ନାହିଁ ନଈ ! ଅଜାଣତେ ଯେବେ ମନ ତଳେ କେବେ ଖେଳି ଯାଏ କୋହ ବାରି କିଅବା ସପନେ ନିଶିରେ ଗୋପନେ ମନ ହୋଇଯାଏ

ପ୍ରକୃତିର ବିଳାପ – ପବିତ୍ର କୁମାର ନାୟକ

ବୈଶାଖର ଝାଞ୍ଜି ଅବିରତେ ବହେ ବରଷାର ଦେଖା ନାହିଁ ଅଳପ ବରଷି ବଉଦ ରୁଷିଛି ଅଭିମାନ ଛାଡୁ ନାହିଁ ! ସପନ ସାଜିଛି ସେକାଳ ଝଡି ଯେ ଅଦିନେ ଆସଇ ଝଡ଼ ଧାରା ଶ୍ରାବଣର ମୁଷଳ ଧାରାଟି ଭୁଲି ଗଲାଣି ତା'ନୀଡ଼ ! ଅଧା ବାଟେ ଆଜି ଅଟକି ଯାଉଛି କାହିଁକି ପଚାର ଥରେ ଅଦିନେ ବରଷି ଅକାରଣେ କାହିଁ ବନ୍ୟା ଭିଆଏ ମରୁରେ ! ନାହିଁ ସେ ବରଷା ନା ଅଛି ଶରତ ନା ଅଛି ଚୋରା ଚଇତି ରହିଛି କେବଳ ଧରଣୀ ବୁକୁରେ ଗ୍ରୀଷ୍ମର ଅସହ୍ୟ ତାତି ! ହେମନ୍ତ

ଜୀବନ ଦର୍ଶନ – ପବିତ୍ର କୁମାର ନାୟକ

ଲିଭି ଲିଭି ଯାଏ ଜୀବନ ସଳିତା ସରୁଛି ଆୟୁଷ ତୋର କାହାଲାଗି ଧନ ବାନ୍ଧିଛୁ ବଟୁଆ ଆସି ଗଲାଣି ସେ ବେଳ !! ମିଛ ମାୟା ଏଇ ସଂସାରଟା ଦିନେ ଦେଇଯିବ ବାବୁ ଧୋକା ସକାଳ ସୂରୁଜ ସଞ୍ଜ ଆକାଶରେ ମଉଳି ଯିବରେ ଏକା !! ଛଟ ପଟ ହେଉ ସୀମିତ ଜୀବନେ କେହି ନୁହେଁ ଏଠି ତୋର ପୀରତି ଜାଲରେ ଛନ୍ଦିହୋଇ ଧନ କହୁଅଛୁ ମୋର ମୋର !! ହୃଦୟର ଯେଉଁ ସିନ୍ଦୁକ ଭିତରେ ସାଇତି ଅଛୁରେ ସ୍ମୃତି ଆଖି ବୁଜିଦେଲେ ଘୋର ଅନ୍ଧାରରେ ପାଲଟିଵ ସବୁ ସ୍ମୃତି !! ଯାହାକୁ

ଅନୁରାଗୀ – ପବିତ୍ର କୁମାର ନାୟକ

ତମେ ନିଶବ୍ଦ ନିଶିର ସ୍ବପ୍ନ ପାଲିଙ୍କିର ବିଚଳିତ ସ୍ବପ୍ନ ଟିଏ ମୁଁ ନିରୁତ୍ତର ସାଜି ରାତି ଉଜାଗରେ ତୁମ ମୁହଁ ଦେଖୁଥାଏ !! ତମେ ଶରତ ସକାଳ କୁହୁଡ଼ି ସାଜିଣ ଢାଙ୍କିଦେଲ ସାଥୀ ମୋତେ ମୁଁ ସ୍ୱଳ୍ପ ସମୟର ଶିଶିର ମୋତିଯେ ଲୀନ ହେଲି ରବି ସ୍ପର୍ଶେ !! ତମେ ମଳୟ ବୁକୁରେ ସୁଲୁ ସୁଲୁ ବହି ଛୁଇଁ ଯାଉଥିଲ ଦେହ ମୁଁ ନୟନ ନୀରରେ ମୁଖ ପଖାଳିଣ ପିଉ ଥିଲି ଆଖି ଲୁହ !! ତମେ ସଞ୍ଜ ଗଗନର ମିଞ୍ଜି ମିଞ୍ଜି ତାରା ଦେଖା ଦେଇ ଗଲ