ହେ ନୀଳାଦ୍ରି ନାୟକ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମେ କି ବୁଝିବ ଦୁଃଖୀ ର ଦୁଃଖ ହେ ନୀଳାଦ୍ରି ନାୟକ ବଡ଼ ଦେଉଳ ର ବଡ ଦିଅଁ ତୁମେ ତୁମେ କି ଶୁଣିବ ଗରୀବ ଡାକ ।। ଜରାଜୀର୍ଣ୍ଣ ମୋର ଭଙ୍ଗା କୁଡିଆ ଦିନରେ ସୂରୁଯ ରାତିରେ ତାରା ଦୀନ ଦାରିଦ୍ର୍ୟତା ଭରିଦେଲ ପୁଣି ଦାଉ ସାଜଇ ମୋ ପେଟର ଭୋକ ତୁମେ କି ବୁଝିବ ଦୁଃଖୀ ର ଦୁଃଖ ।। ଅସହ୍ୟ ଯନ୍ତ୍ରଣା ଦୁଃଖ ଆବର ସହି ସହି ଏବେ ତୁଠ ପଥର ଜୀବନ ଜଞ୍ଜାଳ ଭିତରେ ଏମିତି କଟିଲାଣି ଆସି ଜୀବନ ଯାକ ତୁମେ

କେଳୀ କୁଶଳା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସୁନ୍ଦରୀ ସୁହାସୀ ବାଳା, ନବଛଇଳା କେଳୀ କୁଶଳା କୁନ୍ଦଦନ୍ତୀ କୁନ୍ଦ ବଦନୀ ସୁଶିଳା ପାହାନ୍ତି ତାରା, ସେ କେଳୀ କୁଶଳା ।। ଗୋ ଖିର ବରଣା ସେ ଏଣୀ ନୟନା ବାସବ ଚାପ ସମାନ ଭୁରୁଲତା ସାରସ ହଂସ ଗାମନୀ ଦଶେ ଯଥା କଳାମେଘେ କିବା ମାରେ ଚପଳା ଅପରୂପ ରୂପେ ଦିଶିଇ ତୋରା କେଳୀ କୁଶଳା ।। କିଶୋରୀ କେଶରୀ କଟି, କୃଶୋଦରୀ ଅଧର ତା ଜବା କୁସୁମ ସମାନ ଗୋଲାପୀ ଚିବୁକ ଆହାକି ସୁରମ୍ୟ ଅମର ଭୁବନ ଅପସରୀ ସମ ସଂସାର ସାର ସେ ଶୋକ ପାସୋରା କେଳୀ

ଉଛୁଳା ଜୀବନ ଯମୁନା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଜୀବନ ଯମୁନା ଉଜାଣି ଉଠିଲେ ଉଛୁଳି ଉଠଇ ମନ ଦେହ ଆକାଶରେ ଉଦିତ ହୁଅଇ ଯଉବନ ରୂପା ଜହ୍ନ ।। ହୃଦୟ ତନ୍ତ୍ରୀ ରେ ଝଙ୍କାରିତ ହୁଏ ମଧୂର ରାଗିଣୀ ସ୍ବର ସ୍ଥିରିଭୁତ ଚକ୍ଷୁ ଚଳଚଞ୍ଚଳ ସଦା ହୁଏ ଢଳ ଢଳ ।। ଚପଳଛନ୍ଦା ପାଦ ସ୍ଥିରହୁଏ କୃଶ ହୋଇଥାଏ କଟୀ ବକ୍ଷ ଉର୍ଦ୍ଧ ମୁଖି ବିସ୍ତାରିତ ହୁଏ ଯଥା ଯମଜ ଧୃଜଟି ।। ମନ ଛନଛନ ଆଖି ଚଞ୍ଚଳ ସତେକି ବନର ଏଣୀ ମୁଖ ମାଧୁରୀମା ଶୋଭା ଦିଶେ

ପିତା – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ପିତା ଦେହପାଇଁ ହିତା ଏ ଶବ୍ଦର ଅନେକ ଅର୍ଥ, ପାଟିକୁ ପିତା ଲାଗୁ ଥିବା କଲରା, ଲିମ୍ବ, ଚିରେଇତା, ଏସବୁ ପାଟିକୁ ପିତା ଦେହପାଈଁ କିନ୍ତୁ ‌‌ହିତା ।। ପିତା ଅନ୍ୟ ଏକ ଶବ୍ଦ ତାହାର ଅର୍ଥ ଦେବତା ଙ୍କ ଠାରୁ ଉର୍ଦ୍ଧ ସମାନ ନୁହଇଁ ସ୍ବର୍ଗ, ଧର୍ମ ତାର ଅନ୍ୟ ଏକ ଅର୍ଥ ପରମ ତପ ର ଅର୍ଥ ପିତା ।। ଜନ୍ମଦାତା ବାପା ଙ୍କୁ କୁହାଯାଏ ପିତା ସଂସାର ସମୁଦ୍ର ଜୀବନ ତରୀ ର କାତ ମୁଣ୍ଡ ଉପରେ ଥିବା ଆଶିର୍ବାଦ

ଆସ ହେ କଳା ସାଆନ୍ତେ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଆସ ଆସ ଢଳି ଢଳି ନୀଳଗିରି ପାନକରି କାଦମ୍ବରୀ ନବ ଯଉବନ କରିଲି ଦର୍ଶନ ଏବେ ହୁଅ ରଥଚାରୀ ରଥରେ ବାମନ ରୂପ କରିବି ଦର୍ଶନ ହେ କମଳାନନ କ୍ଷୟ ହେବ ଯେତେ ପାପ ।। ଭାଇ ବଳଦେବ ଭଉଣୀ ସୁଭଦ୍ରା ରଥେ ବସି ଚାହିଁ ଛନ୍ତି କାହିଁ ଗଲା ଆମ ନାଟଖଟ କାହ୍ନା ବୋଲି କଥା ହେଉଛନ୍ତି କିଆଁ ଡେରି ଡେରି କର ମାଉସୀ ଘରକୁ ଯିବା ପାଇଁ ପରା ବେଳ ହେଉଛି ଉଛୁର ।। ହରିବୋଲ ହୁଳହୁଳି ଗହଳି ରେ ଉଛୁଳି

ଘୃଷ୍ଣେଶ୍ଵର ମହାଦେବ ଶରଣ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଜ୍ୟୋର୍ତିଲିଙ୍ଗ ଘୃଷ୍ଣେଶ୍ବର, ମହାଦେବ ମହେଶ୍ୱର ଈଶ୍ବର ଆଓରଙ୍ଗାବାଦ ଏଲୋରା ପର୍ବତ ପାଦଦେଶରେ ହେ ହର ବିଜୟ କରିଛ ଶାନ୍ତ ପରିବେଶେ , ଆହେ ପ୍ରଭୁ ଗଙ୍ଗାଧର ଜ୍ୟୋର୍ତିଲିଙ୍ଗ ଘୃଷ୍ଣେଶ୍ବର ।। ସୁରମ୍ୟ ମନ୍ଦିର ଆହା କି ସୁନ୍ଦର ନାହିଁ ତା’ର ପଟାନ୍ତର କଇଳାଶ ଶୋଭା ବିରାଜିଛି ଅବା ତହୁଁ ବଳି ମନୋହର ଭକତର ଡାକ ଶୁଣି ବିଶ୍ବନାଥ , ଦୁଃଖ କରି ଥାଅ ଦୂର ଜ୍ୟୋର୍ତିଲିଙ୍ଗ ଘୃଷ୍ଣେଶ୍ବର ।। ସଙ୍ଗେ ଘେନି ସତୀ ଆହେ ମହାଯତି କରୁଛ ତହିଁ ବିହାର ଶହ ଶହ

ସାଇନାଥ ଶରଣ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ସାଇନାଥ ସାଇନାଥ ସାଇନାଥ ହେ ଶିରିଡି ର ଅଧିଶ୍ବର ସ୍ବର୍ଣ୍ଣ ସିଂହାସନେ ବିଜୟ କରିଛ ଯୋଗୀରାଜ ଯୋଗେଶ୍ୱର ହେ ସାଇନାଥ….।। ତୁମ ନାମ ମନ୍ତ୍ର ଗାଇ ଗାଇ ଭକ୍ତ ଲଭେ ଆନନ୍ଦ ଅପାର ତୁମେ ସାଇ ଭକ୍ତ ନୟନ ସଂଖାଳି ତୁମେ ତାର ଆପଣାର ତେଣୁ ଭକତର ସକଳ ଦୁଃଖ କୁ ତୁମେ କରିଥାଅ ଦୂର, ସାଇନାଥ…।। ସିରିଡ଼ି ଧାମକୁ ଆସନ୍ତି ଭକତ ତୁମ ଦରଶନ ପାଇଁ ସମାଧୀ ମନ୍ଦିରେ ତୁମ ଦରଶନେ ମନେ ଶାନ୍ତି ବିରାଜଇ ଆହେ ସାଇ ନାଥ ସିରିଡ଼ି ସନ୍ଥ ହେ ପ୍ରେମମୟ ଠାକୁର,ସାଇ ନାଥ….।। ଶରଣ ରକ୍ଷଣ

ତୁମପାଇଁ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ତୁମେପରା ମୋର ମନ ଉପବନ ସୁନ୍ଦର ସୁମନ ଲତିକା ସାଙ୍ଗ, ସହୀ ମେଳେ ଫୁଟି ସୁରଭିତ କରୁଛ ତମାଳ ଲତାର ବିଥିକା କୁଞ୍ଜ ମୋର ମନ ଉପବନ ବାଟିକା ।। ଫୁଟିଛି ସରୋଜ, ଚନ୍ଦ୍ରମୁଖ ସତେ ରଙ୍ଗ କି ଉଦିତ ସୂରୁଯ କାନ୍ତୀ ଝଟକେ ତଡିତ ଚମକ ଲୁଚାଇ ମୋ ମନ ଆକାଶେ ବିଚରି ଯାଇଛ ବୁଣି ସାତରଙ୍ଗ ରଙ୍ଗମୁରୁଜ ।। ଲାଜେଇ ଲତିକା ଲୋଟେଇ ଯାଇଛ ରୁକ୍ଷ ଥୁଣ୍ଟା ରଞ୍ଜ। ପରେ ତୁମରି ପରସେ ମନ ମୋହାଛନ୍ନ ଆବେଶେ ତୁମ କୁସୁମିତ କୁସୁମ

ମୋ ଦେଶର ଅଧିପତି – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ବିଶ୍ବ ଭାତୃତ୍ବ ବନ୍ଧନ ବହନ କାରି ଚକାଡୋଳା ନୀଳଗିରି ଫର ଫର ନୀଳଚକ୍ର ଅଗ୍ରେ କେତନ ପତିତପାବନ ବୋଲି ।। ବ୍ରାହ୍ମାଣ୍ଡ ର ଠାକୁର ହେ ନୀଳ ସୁନ୍ଦର ଅହରହ ଉଡାଉଛ ଜଗତର ନାଥ ବୋଲି ହେ ଜଗନ୍ନାଥ ନାମ ତେଣୁ ବହିଅଛ କଳା,ଧଳା, ହଳଦିଆ ତିନି ରଙ୍ଗରେ ସଂସାର ଦେଇଛ ଗଢି , ବିଶ୍ବ ଭାତୃତ୍ବ ….।। ତୁମେ ହିନ୍ଦୁ, ମୁସଲିମ ବୈ।ଦ୍ଧ ,ଇସାଈ ଧରମର ପ୍ରତିନିଧି ତୁମେ ନେତା, ଅଭିନେତା କଳା ସାଆନ୍ତେ ତୁମେ ମୋର କୋଟିନିଧି ସର୍ବ ଧର୍ମ ସମନ୍ବୟ ବିଶ୍ବ ଠାକୁର ତୁମେ କାଳ ମହାବଳି