ରଜ ଆସିଛି – ପ୍ରଣତୀ ମହାପାତ୍ର

ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ.. ରଜ ଆସେ ରଙ୍ଗବେରଙ୍ଗର ପୋଷାକ ପତ୍ରରେ, ଗାଆଁ ଆମ୍ବ ତୋଟାରେ, ବାଡି ତେନ୍ତୁଳି ଗଛରେ, ବାଉଁଶ ସିଡିରେ, ଗାଆଁ ଗୋହିରୀରେ, ନଖିଆ ନନା ପାନ ଦୋକାନରେ, ବୁଢୀ ମାଆ ର ଢିଙ୍କିଶାଳରେ, କୂଳ ଭୂଆସୁଣୀ ର ଅଳତାରେ, ଭେଣ୍ଡିଆ ପୁଅ ଙ୍କ ବାଗୁଡି ରେ, ମାଆର ପୋଡପିଠାରେ । ହେଲେ, ରଜ ଆଉ ସେମିତି ଆସୁନି, ଗାଆଁ ଦାଣ୍ଡ ଉତ୍ସବ ମୁଖର ହେଉନି, ଝିଅ ବୋହୂ ମାନଙ୍କର ଗହଳି ଶୁଭୁନି, ପୋଡପିଠା ର ବାସ୍ନା ହେଉନାହିଁ, ତାସ୍, ଲୁଡୁ ର ଆବଶ୍ୟକ ପଡୁନାହିଁ, ଦଳଦଳ ହୋଇ ଫିଲ୍ମ

ମୋ ଓଡିଶା – ପ୍ରଣତି ମହାପାତ୍ର

ବାରମାସେ ତେର ପରବକୁ ନେଇ ଦୁଲୁକି ଉଠେ ମୋ ଓଡିଶା ଭୂଇଁ, ନୂଆ ବରଷରେ ନୂଆ ଉନ୍ମାଦନା ପଣା ସଂକ୍ରାନ୍ତି ଯେ ଆସିଛି ଭାଇ । ସଂକ୍ରାନ୍ତି ପୁରୁଷ ଫକୀରମୋହନ ଓଡ଼ିଆ ଭାଷାର ମାନ୍ୟତା ପାଇଁ, ରେବତୀ ଗଳ୍ପରୁ ଆଠଗୁଣ୍ଠ ଯାଏ ରଚିଗଲେ ଆଜି ସେ କାଳଜୟୀ । ପବନ ନନ୍ଦନ ପଭୁ ହନୁମାନ ପଦାର୍ପଣ କଲେ ଏ ଧରାଧାମେ, ସୌର ନବବର୍ଷାରମ୍ଭେ ଝାମୁଯାତ୍ରା ଉତ୍କଳେ ପଣାରେ ଆସର ଜମେ । ସମ୍ବିଧାନ ପ୍ରଣେତା ଆମ୍ବେଦକର ନବବରଷେ ଜୟନ୍ତୀ ତାଙ୍କର, ବେଲପଣା,ଝାମୁଯାତ୍ରା, ଉଡାପର୍ବ ରାଧାରମଣ ଜନ୍ମ ଏ ଦିନର । ଯଜ୍ଞ ଉତ୍ସବ,

ସୁଯୋଗ୍ୟ ଦାୟାଦ – ପ୍ରଣତି ମହାପାତ୍ର

ବୀରପ୍ରସବିନୀ ପୂର୍ଣ୍ଣଗର୍ଭା ଏହି ଭାରତ ଭୂମିରେ କି ଅବା ନାହିଁ; ବକ୍ଷରୁ ଅମୃତ ନିଗାଡି ଦେଇଛି ଯୁଗଯୁଗ ସେ ସନ୍ତାନ ପାଇଁ । ମାଟିରେ ପଡିବା ଦିନଠୁ ଆମକୁ ଦିଅଇ ଖାଦ୍ୟ ଯୋଗାଡି, ଫଳଫୁଲ ଆଉ କେତେ ବନୌଷଧି ଆମ ପାଇଁ ଖୋଲି ଦେଇଛି ପେଡି । ଜାତି ଜାତି ପନିପରିବା ସାଙ୍ଗକୁ ଡାଲି, ଶସ୍ୟ ସବୁ ଅଜାଡି ଦିଏ, ସୁଶୀତଳ ଝରଣାର ଜଳବିନ୍ଦୁ ଅମୃତର ସମ ପିଆଉ ଥାଏ । ଗିରି, ବନ ଝର ଅପରୂପ ଶୋଭା ତା ମଧ୍ୟେ ସାଇତା ରତ୍ନଭଣ୍ଡାର, ସ୍ନେହମୟୀ ସିଏ ମାଟି ମାଆ

ଶୁଭ ସକାଳର ଶୁଭ କାମନା – ପ୍ରଣତି ମହାପାତ୍ର

ଶୁଭ ସକାଳର ଶୁଭ କାମନାରେ ଦୂରରୁ ଜଣାଏ ଶୁଭ ସ୍ଵାଗତ, ବନ୍ଧୁ ପରିଜନ ବିଭୁଙ୍କ ଆଶିଷେ ପ୍ରାଣ ଉଠୁଥାଉ ଯେ ଉଲ୍ଲସିତ । ନବ ପ୍ରଭାତରେ ନବ ଉନ୍ମାଦନା ଭରିଯାଉ ସଭିଙ୍କର ପ୍ରାଣରେ, ପ୍ରାଣବନ୍ତ ହେଉ ସୁନେଲି କିରଣେ ବିଭୁମୟ ହେଉ ଏ ଧରାରେ । ଉତ୍କଳ ର ପୁର ପଲ୍ଲୀ ଗାଇଉଠୂ ସତ୍ୟର ଅମୃତ ବାଣୀ, ଅସତ୍ୟ,ଅନ୍ୟାୟ କାଳିମା ହଟେଇ ବିଜେକରନ୍ତୁ ବୀଣାପାଣି । ଲକ୍ଷ୍ମୀ ଠାକୁରାଣୀ ସୁଦୟା କରନ୍ତୁ ମୋର ଏ ଉତ୍କଳ ପରେ, ଅନାହାରେ ଜମ୍ମା ନ ମରନ୍ତୁ କେହି ସର୍ବେଥାନ୍ତୂ ନିରୋଗରେ । ବ୍ରହ୍ମାବିଷ୍ଣୁ ମହେଶ୍ୱର ଙ୍କର

ବେଦନା – ପ୍ରଣତୀ ମହାପାତ୍ର

ବେଦ ପଢି କିଏ ମହାଜ୍ଞାନୀ ବୋଲି ନିଜକୁ ନିଜେ ବୋଲାଇ, ପଢିବାରେ ସିନା ସମୟ ସାରିଲା କେବେ ବୁଝି ନ ପାରଇ । ବେଦ ଅଧ୍ୟୟନ ଯଦିଓ ସହଜ ବେଦନା କି ପଢ କା'ର, ନରଦେହ ଏହି ମହୀରେ ଧରି ତୁ ନାହୁଁ ଦୁଃଖେ କା ସାଥୀର । ସୁଖର ଭାବନା ସଭିଏଁ ବୁଝନ୍ତି ଦୁଃଖୀ ର ଦୁଃଖକୁ ଥରଟେ ବୁଝ, ଲୋଡାନାହିଁ ଆଉ ବେଦ ଅଧ୍ୟୟନ ବେଦନା ବୁଝିଲେ ସବୁ ସମଝ । ଅମୀର ତ ଦିନେ ଫକୀର ହୋଇବ ନୁହେଁ ତାହା ଚିରସ୍ଥାୟୀ, ମନର ଆବେଗେ ଦୁଃଖେ

ପ୍ରେମ ରଙ୍ଗ ବୋଳିହେବା – ପ୍ରଣତି ମହାପାତ୍ର

ପ୍ରେମ ଫଗୁଣରେ ଉନ୍ମାଦିତ ହୋଇ ପ୍ରେମ ରଙ୍ଗ ବୋଳିହେବା, ସାରା ଜୀବନକୁ ରଙ୍ଗମୟ କରି ନାନା ରଙ୍ଗେ ବୁଡିଯିବା। ଆ ଲୋ ମିତଣୀ ଭୁଲି ରାଗରୋଷ ପ୍ରେମରଙ୍ଗେ ହେବା ମାତାଲ୍, କିଛି ସମୟ ତ ପାଗଳାମୀ କରି ରଙ୍ଗୀନ କରିଦେବା ମାହୋଲ। ଉଚ୍ଚ ନୀଚ ଜାତି ପ୍ରଥା ଭୁଲି ଯାଇ କରିବା ହୋଲିର ସ୍ଵାଗତ, ଦୋଳବିମାନରେ ଦୋଳଗୋବିନ୍ଦଙ୍କୁ କରିବା ଲୋ ପ୍ରଣିପାତ। ସାରା ସହରଟା ରଙ୍ଗମୟ ଆଜି ମାଖି ଦେହରେ ଅବିର, ତୋଦେହେ ମାଖିବି ମୁଁ ରଙ୍ଗ ଅବିର ତୁ ମାଖିବୁ ମୋତେ ଅବିର। ପ୍ରଣତି ମହାପାତ୍ର, ବାଲେଶ୍ଵର

ହେ ଜଗନ୍ନାଥ – ପ୍ରଣତୀ ମହାପାତ୍ର

ମୁଁ ଖାଣ୍ଟି ଓଡ଼ିଆ, ମୋ ପ୍ରଭୁ କାଳିଆ ସେ ନୀଳାଚଳିଆ, ସେ ଭକ୍ତ ବାଇଆ ବାହାନାତ ତାର ଭାରୀ ବଢିଆ, ଜଗତଜନଙ୍କ ମୁଖେ ଖୁସି ପାଇଁ, ଷାଠିଏ ପଉଟି ତା ଆଗେ ଥୁଆ ବାସନାରେ ତୃପ୍ତ ମୋ ନବଘନିଆ ମହଣ ମହଣ ଅଭଢା ଥୁଆ, ସବୁଥିରେ ତା'ର ବଡପଣିଆ, ଥରେ ବସିଗଲେ ବାଇଶି ପାହାଛେ ସାତ ଜନମର ପାତକଯାଏ, ରତ୍ନସିଂହାସନେ ବସିଥାଏ ସିନା ବଡଦାଣ୍ଡେ ତା'ର ନଜର ଥାଏ, କିଏ ନ ଖାଇଲା,ରାଗ ଋଷା କଲା ଚକାଆଖିରେ ସବୁ ଦେଖୁଥାଏ, ଜୀବନ ଦୀପ ମୋ ଜଳିଯାଉ ପ୍ରଭୁ ହୃଦେ ଚିନ୍ତୁଥାଏ ତୋହରି

କ୍ଷୁଦ୍ରଗଳ୍ପ – କିଞ୍ଚିତ ସଫଳତା – ପ୍ରଣତି ମହାପାତ୍ର

ପ୍ରଣତୀ ମହାପାତ୍ର ଫକୀରମୋହନ ନଗର, ଆଇ.ଟି.ଆଇ ଛକ, ବାଲେଶ୍ୱର ଅନେକ ଭାବିବା ପରେ ମିତା ଫୋନ୍ କଲା, କଣ କରୁଛୁ, ଫୋନ୍ ଧରୁନୁ ? କ'ଣ, ମୋ ଉପରେ ରାଗିଛୁ କି ? ଅପର ପଟୁ ଉତ୍ତର ଆସିଲା, ଆରେ ନା ରେ ମା, କାହିଁକି ରାଗିବି ଯେ । କହ କ'ଣ କହିବୁ । ଫୋନ୍ ଧରିବା ଲୋକ ଥିଲେ ମିତାର ମାଆ । ମା' ତୋ ସାଥିରେ କଥା ହେବାକୁ ହେଲେ ଖୁବ୍ ଚିନ୍ତା କରିବାକୁ ହୁଏ । କାହିଁକି

କେମିତି ଏ ସମ୍ପର୍କ – ପ୍ରଣତୀ ମହାପାତ୍ର

ପ୍ରଣତୀ ମହାପାତ୍ର ଫକୀରମୋହନ ନଗର, ଆଇ.ଟି.ଆଇ ଛକ, ବାଲେଶ୍ୱର ସରିଯାଇଥିଲା ଯୈ।ବନର ଢେଉ ମରିଗଲା ଆଶା ତରୁ, ଦୁହେଁ ରହିଗଲେ ଅଜଣା ପଥରେ ଯୁଗ ହେଲା ଫେରୁ ଫେରୁ । ଅଚାନକ୍ ସିନା ଦେଖା ହୋଇଥିଲା ସଂପର୍କ ଗଲା ବଦଳି, ପୁରୁଣା କଥାର ଭଟ୍ଟା ପଡିଥିଲା ପାରିଲାନି କିଛି ଭାଳି। କେବଳ ତାହାର ସ୍ମୃତି ପାଥେୟରେ ଲେଖିଲି ଗପ କବିତା, ରଚିଲି ବି କେତେ ରମ୍ୟ ନାଟକକୁ ହେଲି ସବୁଠି ପରିଚିତା । ଦୁର୍ଭାଗ୍ୟ ଥିଲା ତ ମୋର... ଶବ୍ଦ କୁ ଶବ୍ଦରେ ଖଞ୍ଜି ଦେଲି ସିନା ସୃଷ୍ଟି କଲି କେତେ କେତେ, ସିଏ ଚାଲିଗଲା