ଅଗ୍ନି ବଳୟ – ପ୍ରଶାନ୍ତ କୁମାର ସାହୁ

ଝୁଲିଝୁଲି ବାଟ ଖୋଜନାହିଁ ସବୁଠି ତ ନିଆଁ ... ଆଗପଛ ଚାରିପାଖ ଦେଖିନିଅ ଅଗ୍ନି ବଳୟ ! ଛଳନାହୀନ ହୃଦୟଟା ଥିଲେ ଶୀତଳତାର କବଚ଼ ପିନ୍ଧି ହୋଇଥାନ୍ତା ଜଳପତି ! ପଞ୍ଚବାଣ ବିଦ୍ଧ ହୃଦୟ କି ବୁଝେ ନିୟତିର ବଦ୍ଧାଞ୍ଜଳି ... ଘୁରିଯାଅ କିଛି ବର୍ଷ ଏକାଏକା, ରାସ୍ତା ଆପେଆପେ ଫିଟିଯିବ! ଫେରିଯିବ ନା ଆଗେଇବ ? ପାଉଁଶ ବୋଳି ହୋଇ ଶୋଇଯିବ ନା ପାଣି ଚିକେ ଢଞାଳି ମଥାରେ ଟୀକା ଲଗାଇବ ! ତୁମ ପାରଖୀର ଅନ୍ତ କାହିଁ ... ଓହ୍ଲେଇବାକୁ ହେବ ନିୟତିର ଘେରାମାରିବାକୁ ! ଅକୀର୍ତ୍ତିର ଘଣ୍ଟନାଦ ଶୁଣିବାକୁ, ବୁଝିପାରିବ ବିଫଳତା ବି କେଉଁ

ବର୍ଷା – ପ୍ରଶାନ୍ତ କୁମାର ସାହୁ

ଆସିବ କେବେ ଝପଝପ ହୋଇ ଅନେକ ଭାବ ଓ ବିରହକୁ ଧରି ତପ୍ତ ଶରୀରେ ସିଞ୍ଚିଦେବ କରୁଣାର ବାରି , ଘାସ ତଳ ବି ଚମକି ଉଠିବ ତୁମ ରଙ୍ଗ ସମ୍ଭାରର ପଟୁଆର ଦେଖି ! ବୁଣିଦେବ ସବୁଜା ପାଟଟିଏ ଫୁଲରୀ ଧଡ଼ିରେ ଶୀର୍ଣ୍ଣକାୟ ବି ପାଇଯିବ ନବରୂପ , ତୁଟିଯିବ ଦେହମନର ଚାଟୋଳ , ଥନଥନ ମେଘର ମୁହଁରେ ଚାହୁଁଥିବ ପ୍ରତ୍ୟାଗତ ବହକା ଧରଣୀ । କାକଳିରେ ନାଚିବ ପଲ୍ଲବୀ ଫଳପୁଷ୍ପେ ଅଙ୍ଗ ଭରି ରଙ୍ଗଣୀ ବେଶରେ, ତୃଷ୍ଣାହୀନ ଚାତକର ଜୟଜୟକାରେ ଦୃଶ୍ୟହେବ ମିଳନର ଫୁଲଠାର ! ଛତ୍ରଗଡ଼, ଖୋର୍ଦ୍ଧା

ରଙ୍ଗମଞ୍ଚର ପ୍ରତିଛବି – ପ୍ରଶାନ୍ତ କୁମାର ସାହୁ

ରଙ୍ଗମଞ୍ଚ କି ପାରେ କହି ଅଭିନେତାର ସଉଦାବାଜୀ ନିଜକୁ ନିଜ ଭିତରେ ଚାପିଦେଇ ଆପଣାର କରି ହଜିଯାଏ ଦେଖଣାହାରୀର ବିମୁଗ୍ଧ ହୃଦୟ ଭିତରେ ... ନିସ୍ତବ୍ଧ ପ୍ରହର ଚାହିଁରହେ ପଚାରିଦେବ ପଦେ ହେଲେ ରାତି କାହିଁ? ନାଟକର ଯବନିକା ପରେ କେବେ ଠିଆ ହୁଅ ରଙ୍ଗମଞ୍ଚରେ... ଦେଖୁଥିବ ଘରମୁହାଁ ଦର୍ଶକମାନଙ୍କୁ , ଶୁଣିବ ସାଇତି ରଖୁଥିବା ବେଳେ ବାଦ୍ୟଯନ୍ତ୍ରର ବେସୁରା ଶବ୍ଦକୁ, ଆଉ କିଛି ଗଭୀର ଭାବରେ ପ୍ରେରିତ ସନ୍ଦିହାନ ଦର୍ଶକ ବନ୍ଧୁଙ୍କୁ , ଆଉ ଟିକେ ନିରେଖି ଦେଖିବ ! କେହି ଜଣେ ଶାନ୍ତିରେ ଶୋଇଛି ! ନିର୍ଜନତାର ସୁଯୋଗରେ ଗଳି ପଶିଥିବା ଅପାଙ୍କ୍ତେୟ

ଅପହଞ୍ଚ ଲକ୍ଷ୍ୟସ୍ଥଳ – ପ୍ରଶାନ୍ତ କୁମାର ସାହୁ

ଏବେ ବି ଶୁଭୁଛି କୋଳାହଳ ଯିବାକୁ ହେବ ଆଉ କିଛି ଦୂର, ପହଞ୍ଚିବା ସହଜ ତ ନୁହେଁ ଅଟକିଛି କୁହ ତେବେ କିଏ ? ଇଚ୍ଛାର ବୋଝ ଯାଏ ବଢ଼ି ବୟସର କାନ୍ଧ ନ ପାରଇ ବୋହି, କ୍ଷଣେ ରହି ଦେଖେ ଯେବେ ପଛରେ ତ ଆଉ କେହି ନାହିଁ ! ଛାଡି ସେ ଆସିଛି ପଛେ କେତେ ଗ୍ରାମ ନଗର, ନିର୍ଜ୍ଜନତା ଖୋଜିଖୋଜି କେତେ ମେଳାରେ ତ ହାଜର ! ପସରା ଅଳପ ଏଠି ବେଭାରୀ ବହୁତ, ନ ବୁଝନ୍ତି ପୀଡା କା'ର ଲୋଭ ଲାଭେ ବ୍ୟସ୍ତ , ଦିଅ ଦିଅ

ସାଦା ମଲାଟ – ପ୍ରଶାନ୍ତ କୁମାର ସାହୁ

ଖୋଜିହୁଏ ନମୁନାର ଚାବିକାଠି ପାଦ ଠାରୁ ଆଖିଯାଏଁ ; ସବୁ ତ ପୂର୍ବାନୁମାନ ସାଦା ମଲାଟ ପରି ! ହୃଦୟଟା ବିବଶରେ ବୁଡ଼ିଗଲାଣି ଯୁଗପତ୍ ପ୍ରଚଳିତ ନଈରେ , ମଥା ଟେକି ଡାକଦିଏ କୂଳ ଯିବଛୁଇଁ ଏକା ଏକା ଧନର ଲମ୍ବା ରଶି ଟାଣି ; ବସିଯାଅ ଅସ୍ମିତାର ଆସନରେ... କୁଳ ଆଉ ଦୁଇ କୂଳର ଦୂରତା ଏକାକାର ହୋଇଯିବ ... ନିଃସନ୍ଧି ଜୀବନ ଯେବେ ଘୋଟିଯାଏ ଭୂଇଁନିମ୍ବ ଇଚ୍ଛାହୁଏ ଲେଉଟାଇବାକୁ ପୃଷ୍ଠା ବିଛୁଆତିର ତିତିକ୍ଷା ଜାଣିବାକୁ ; ଖୋଜିବୁଲେ ଆତପତ୍ର ବଞ୍ଚିବାକୁ ସ୍ବ-ଦହନରପରାଗ ଠାରୁ ; କିଏ ସେ ଦେବ ବାର୍ତ୍ତା ? ଆଦରରେ

ଶାଗୁଣାର ହସ (ଦ୍ଵାଦଶ ଭାଗ) – ପ୍ରଶାନ୍ତ କୁମାର ସାହୁ

ପୂର୍ବବର୍ତ୍ତୀ ଭାଗ ସେବତୀ ସହ କାମିୟା ରାଓ କୋର୍ଟରେ ପହଞ୍ଚିବା ବିଚାରପତିଙ୍କ ଦୃଷ୍ଟି ଆକର୍ଷଣ କଲା ।ସେ ଟିମ୍ପା ରାମକୁ ଅଭିନୟ ବନ୍ଦ କରିବାକୁ କହିଲେ ।କିନ୍ତୁ ଏ କ'ଣ ...!ଟିମ୍ପା ରାମ୍ ର ଶରୀର ଯେ ନିଶ୍ଚଳ ହୋଇ ସାରିଥିଲା ।ତା'ର ଅଭିନୟ ସବୁ ଦିନ ପାଇଁ ଶେଷ ହୋଇଯାଇଥିଲା ।କବି ବାହୁବଳେନ୍ଦ୍ର ଖୁସୀରେ ମାତାଲ ହେଇଯାଉଥିଲା ।ଆଉ ଦିନା ଏବେ ବି ଟିମ୍ପା ରାମ୍ ଉପରେ ନିଶ୍ଚଳ ହୋଇ

ବଞ୍ଚିତ – ପ୍ରଶାନ୍ତ କୁମାର ସାହୁ

ପାହାଡର ମଥା ଛୁଇଁ ସୂରୁଜଟା ଦେଲେ ଚାହିଁ ଦେଖେ ନାହିଁ ଭରା ଆଖି କେତକୀ ଗୋହିରେ , ଖିଲିଖିଲି ହସ ପୁଣି ବଉଳ ବେଣୀର ଗୀତ ଶୁଣେ ନାହିଁ କାନପାରି ନିସ୍ତବ୍ଧ ଛାତିରେ , ସଞ୍ଜୁଆ ପ୍ରହର ଖଟି ଏକାନ୍ତରେ ଯାଏ ବିତି ଚିତ୍ରଟିଏ ଆଙ୍କେ ମନ ଆକାଶରେ ନିତି , ବିନିଦ୍ର ରଜନୀ କଟେ କାମିନୀର ମୂଳେ ମହମହ ବାସୁଥାଏ ବିଚ୍ଛେଦରେ ଭାଳେ , ଦେଖେ ନାହିଁ ଚାନ୍ଦ ମୁହଁ ନିଜେ ତ ବଉଦ କାଳେ ଦୁଃଖେ ଝରିଯିବ ହୋଇ ସେ

ଶାଗୁଣାର ହସ (ଏକାଦଶ ଭାଗ) – ପ୍ରଶାନ୍ତ କୁମାର ସାହୁ

ପୂର୍ବବର୍ତ୍ତୀ ଭାଗ ଦିନା ନିଜକୁ ସମ୍ଭାଳିବାକୁ ଚେଷ୍ଟା କରୁଥାଏ କାହିଁ କି ନା ତା' ଓକିଲ ବାରମ୍ବାର ତାଗିଦ୍ କରୁଥାଏ ।ହେଲେ ସେ ତ ଏକ ନିଛକ୍ ଶାଗୁଣା ପରିବାର ଭିତରେ ନିଜକୁ ହେଜେଇ ଦେଇସାରିଛି ! ବିଚାରପତିଙ୍କ କଡା ନିର୍ଦେଶକୁ ଶୁଣିପାରିଲା ଦିନା ।ଏବେ ଜବାବ ସୁଆଲ ହେବ ।ଟିମ୍ପା ରାମ୍ ନିଜକୁ ପ୍ରସ୍ତୁତ କରୁଥାଏ ।କିଛି ସମୟ ଭିତରେ କୋର୍ଟ ପରିସର ନିସ୍ତବ୍ଧ ହେଇଗଲା ।ଅର୍ଡର...ଅର୍ଡର... ଆପଣ ଦିନାକୁ

ଇଚ୍ଛୁକ – ପ୍ରଶାନ୍ତ କୁମାର ସାହୁ

ଆଜି ନୀରବ ! ନିଜ ଇଚ୍ଛାର ବିରୁଦ୍ଧରେ... ଝରା ଫୁଲ ଦେହେ ମୃଦୁ ମଳୟ ପରଶ ପାରିବ କି ଜାଗି ନବ ଉନ୍ମାଦନା ଦେଇ ବାର୍ତ୍ତା ମହକର ଦୂରେ ବହୁଦୂରେ ! ପଚାରୁନ ଥୁଣ୍ଟା କାଶତଣ୍ଡୀକୁ ନିର୍ଜନ ନଈପଠାର କରୁଣ କାହାଣୀ ଶୁଖିଲା ନଈ ଧାରେ ! କାହା ପାଇଁ ଡେଣା ଯୋଡି଼ ଉଡ଼ିବାର ସପନ ଦେଖିବ ... ଉଚ୍ଛୁଳା ଲହଡ଼ି ତ ମନମାରି ଲୋଟିଯାଇଛି... ବାରବାର ବେଳାଭୂମି ଶୋଷି ନିଏ ବୋଲି ! କେତେ ଆଉ ଖୋଜିବ ପଥିକଟିଏ ହୋଇ ବିସ୍ତୀର୍ଣ୍ଣ ଶୁଖିଲା