ଶିକ୍ଷା – ପ୍ରୀତିପ୍ରିୟା ମହାନ୍ତି

ଶିକ୍ଷା ବିନା ଜୀବନ ଯେ ଅଟଇ ଅନ୍ଧାର, ଶିକ୍ଷା କରେ ଜୀବନକୁ ସରସ ସୁନ୍ଦର । ଶିକ୍ଷା ବଳେ ପଗୁଂ ଯେ ଲଘୁଂଅଛି ଗିରି, ଶିକ୍ଷା ଯୋଗୁଁ ବ୍ୟକ୍ତି ହୁଏ ଅମର ମରି କରି । ଶିକ୍ଷା ବିନା ଜୀବନ ଯେ ନୁହଁଇ ଜୀବନ, ଶିକ୍ଷା ବିନା ବ୍ୟକ୍ତି ହୁଏ ଭାରି ହୀନିମାନ । ଶିକ୍ଷା ଅଟେ ଜୀବନର ଆଲୋକବର୍ତିକା, ଶିକ୍ଷା ନୁହେଁ ଜମାରୁ ଯେ ମାୟା ମରୀଚିକା । ଶିକ୍ଷା ପଛେ ଧାଏଁ ଯିଏ ସେ ହୁଏ ବିଜୟୀ, ଅଶିକ୍ଷିତ ଗହଳିରେ

ମୁନାର ସପନ ଦେଖା – ପ୍ରୀତିପ୍ରିୟା ମହାନ୍ତି

ଦେଖିଲା ମୁନା ସପନେ ଦିନେ ଆସିଛି ଏକ ପରି, ଝିକମିକ୍ ତା' ପୋଷାକେ ଲଗା ଚିକିମିକିଆ ଜରି । ଆତୁର ହୋଇ କହିଲା ମୁନା ପରି କାନରେ ଥିରି, ଆମ ରାଇଜ ବୁଲାଇ ଦେବି ନିଅ ମତେ ମିତ କରି । ଖୁସିରେ ମୁନା ମାରିଲା ଡିଆଁ ପରିକୁ ପାଖେ ପାଇ, କହିଲା ମୁନା ଯିବନି ଛାଡ଼ି ଏକାକୀ କରି ଦେଇ । ଖେଳିଲେ ଦୁହେଁ ଖୁସି ମନରେ ହାତ କୁ ହାତ ଛନ୍ଦି, ନାଚିନାଚିକା,ଗାଇଗାଇକା କରିଲେ କୁଦାକୁଦି । ହଠାତ ମା' ଡା଼କିଲେ ମୁନା ଉଠ ସକାଳ ହେଲା, ନିଦରୁ ଉଠି ଦେଖିଲା ସିଏ ପାଖେ

ଶୁଣରେ ଧନ – ପ୍ରୀତିପ୍ରିୟା ମହାନ୍ତି

ଶୁଣରେ ଧନ ଦେଇଣ ମନ, ଦୁଇ ଦିନର ଏଇ ଜୀବନ । କର ଅର୍ଜନ ଅସୀମ ଜ୍ଞାନ, ସମାଜେ ଦିନେ ହେବୁ ବିଦ୍ବାନ । ସୁଗୁଣ କଲେ ତୁ ଆହରଣ, ସଂସାରେ ପରା ହେବୁ ମହାନ । ଲଘୁଜନରେ ସ୍ନେହ ପ୍ରଦାନ, ଗୁରୁଜନଙ୍କୁ ଯଥା ସମ୍ମାନ । ଉଦ୍ ଭ୍ରାନ୍ତ ବେଳ ଅଟେ ଯୌବନ, କରିବୁ ନାହିଁ କେବେ କୁକର୍ମ । ନୀଚ ପ୍ରୀତିରେ ନୋହି ମଗନ, ଉତ୍ତମ ପାତ୍ରେ ଦେବୁ ତୁ ମନ । ଦେବୁ ଯେ ଶିକ୍ଷା କରି ଯତନ, ପରପିଢିର ଉଦାହରଣ । ପୂର୍ବପିଢିର ରଖିବୁ

ଡାକିଲେ ମଲି ନ ଡାକିଲେ ମଲି – ପ୍ରୀତିପ୍ରିୟା ମହାନ୍ତି

ଲୋକଙ୍କ କଥାକୁ ଧରି ବସିବଯେ ପାରିବନି କରି କିଛି, ଲୋକ କଥା ଶୁଣି କି ଅବସ୍ଥା ହୁଏ ବିସ୍ତୃତରେ ଜଣାଉଛି । ହେଇଟି ଶୁଣୁଛ ସମ୍ବୋଧନ କରି ସ୍ୱାମୀଙ୍କୁ ଥିଲି ମୁଁ ଡାକି ରାଗିକରି ସେ ଜଣାଇଲେ ତୁମେ କୋଉ ଯୁଗେ ଅଛ କହିବକି । ନାଁ ଧରି ମୋର ଆଜିଠୁ ଡାକିବ ଛାଡ଼ ସେ କାଳିଆ କଥା ସାଙ୍ଗସାଥି ମୋର ପାଖେ ଥିଲାବେଳେ ଲାଜେ ନଇଁଯାଏ ମଥା । ପତିଦେବ କଥା ଅମାନ୍ୟ ନ କରି ଡାକିଲି ତାଙ୍କ ନିର୍ଦ୍ଦେଶେ ଡର ଥିଲା ଯେଉଁ କଥାକୁ ମୋହର ଘଟିଲା ବି

ତୁମେ ହିଁ ତ ଜଣେ – ପ୍ରୀତିପ୍ରିୟା ମହାନ୍ତି

ତୁମେ ହିଁ ତ ଜଣେ ଯା ପାଇଁ କି ମନେ ତୋଳିଛି ପ୍ରେମ ନଅର, ତୁମେ ହିଁ ତ ଜଣେ ଯା ପାଇଁ କି ହୃଦେ ବହେ ପ୍ରେମ ପାରାବାର । ତୁମେ ହିଁ ତ ଜଣେ ଯା ପାଇଁ କି ମୁଁ ଭୁଲିଯାଏ ଦୁଃଖ କ୍ଳେଶ, ତୁମେ ହିଁ ତ ଜଣେ ଯା ପାଇଁ କି ମୁଁ ମାଗଇ ଦେବ ଆଶିଷ । ତୁମେ ହିଁ ତ ଜଣେ ଯା ପାଖରେ ଥିଲେ ଛୋଟ ଲାଗେ ସମୟଟା, ତୁମେ ହିଁ ତ ଜଣେ