ଭସା ମେଘ – ରୀତା ଅପରାଜିତl ମହାନ୍ତି

ମୁଁ ଏମିତିକା ଭସା ମେଘ ନୀଳ ଆକାଶରେ ଭାଷିବୁଲୁଥାଏ ଝରଣା କି ଧରା ରେ ଝରିବାର ନାହିଁ ମୋ ଆଶ। ମୁଁ ଚାହେଁ ବର୍ଷିବାକୁ ସରମି ଲତାଟିଏ ତୁମେ ହସିପାର ଏ କେମିତିକା ଭସା ମେଘ ଆମ୍ରପଲ୍ଲୀ, ଶୈଳଶ୍ରୀବିହାର, ଭୁବନେଶ୍ଵର, ମୋ- ୯୩୩୮୫୮୪୮୫୭

ତାରା ଫୁଲ – ରୀତା ଅପରାଜିତl ମହାନ୍ତି

ତାରା ଫୁଲ ତୋଳିବାର ଆଶା କରି ମନ ମୋ ଉଦାସ ଲାଗେ । ମାଟି ର ମଣିଷ ମୁଁ ତୁମକୁ କଣ ଛୁଇଁ ପାରିବି ତଥାପି ବେଳେ ବେଳେ ତୁମକୁ ଛୁଇଁବାକୁ ଶୂନ୍ୟ ରେ ହାତ ବଢ଼େଇଦିଏ ତୁମକୁ ଟିକେ ଛୁଇଁ ଦେବାକୁ ପ୍ଳଟ ନଂ - ୮୩/ସି, ଆମ୍ରପଲ୍ଲୀ, ଶୈଳଶ୍ରୀବିହାର, ଭୁବନେଶ୍ଵର

ତୁମ ଆଇନା – ରୀତା ଅପରାଜିତା ମହାନ୍ତି

ତୁମ ଆଇନା ରେ ମୁଁ ଲୁଚି ରହିପାରନ୍ତି କି ? ତୁମ ରୂପପସରାରେ ନିଜକୁ ହଜlଇ ଦିଅନ୍ତି ତୁମ ମହମହ ଗଜରାରେ ମୁଁ ମତେ ଖୋଜୁଥିବି ତୁମେ ସଜ ହେଲେ ରାତିରେ ବି ସୂର୍ଯ୍ୟ ଉଇଁଲା ପରି ଲାଗେ ତୁମେ ଋଷିଲେ ଜହ୍ନ ବି ମୁହଁଫୁଲାଇ ଵସେ । ତୁମ ଆଇନାର କେତେ ଭାଗ୍ୟ ନିତି ତୁମକୁ ଦେଖୁଛି ତୁମ ରୂପର ଅମୃତ ଚାଖୁଛି ତୁମ ଆଇନା ଭିତରେ ମୁଁ ଲୁଚି ରହିପାରନ୍ତି କି... ରୀତା ଅପରlଜିତା ମହାନ୍ତି, ଭୁବନେଶ୍ୱର, ମୋ- ୯୩୩୮୫୮୪୮୫୭

କ୍ଷୋଭ – ରୀତା ଅପରାଜିତା ମହାନ୍ତି

ଅସଜଡ଼ା ମୋ ଚୁଟି ରେ ଗଣ୍ଠି ପକାଇବା ଆଗରୁ ବର୍ଷା ଦେଲା ଭିଯାଇ ମୁକୁଳା ମୋ କେଶ କୁ ଖରା ଦେଲା ଶୁଖାଇ ଗୋଲାପ ବଣରେ ପଶି ଫୁଲ ତୋଳୁ ତୋଳୁ ରାତି ପାହିଗଲା ସକାଳଟା ହାଇ ମାରିଲା ମୋ ଆଖି ଆଗରେ ମୋ ଦାଣ୍ଡଦୁଆର ରେ ସାରା ରାତି ଅପେକ୍ଷା କରି କରି ସ୍ୱପ୍ନ ହେଇଗଲା ହାଲିଆ ଜୀବନ ତା ଏମିତି ସ୍ୱପ୍ନ ମାନେ ଏମିତି ମୋ ଉପରେ ବିରକ୍ତ ହେଇ ମତେ ଛlଡ଼ିଚାଲିଯିବେ ମୁଁ ଘାଣ୍ଟି ହେଉଥିବି ସବୁ ସରିଯିବା ର କ୍ଷୋଭ ରେ ସୂର୍ଯ୍ୟ ଙ୍କ ପହିଲି

ତୁମ ପରି ତୁମ ଗାଁ – ରୀତା ଅପରlଜିତା ମହାନ୍ତି

କେତେବେଳେ ଛାଇ ତ କେତେବେଳେ ଖରା କେତେବେଳେ ବରଷା ଅସରା କେବେ ପୁଣି ଶୀତ ର ମିଠା ଛୁଆଁ ଭାରି ଭଲଲାଗେ ତୁମ ପରି ମତେ ତୁମ ଗାଁ ମୁଁ ଯେବେ ଆସେ ସେ ବାନ୍ଧିଦିଏ ତl ସେନ୍ହ ର ଡୋର ରେ । ପୋଡ଼ ପିଠା ର ମହକରେ ମୋ ସହରୀମନକୁ ତୁମେ ବାନ୍ଧିଦେଲ ତୁମ ରଜଦୋଳି ଗୀତରେ କେଜାଣି କେମିତି ମୁଁ ନିଜକୁ ଭୁଲିଗଲି ତୁମ ପ୍ରୀତି ପାଇଁ ମୁଁ ଯେବେ ଝରକା ଖୋଲେ ତୁମ ଗାଁର ଦଲକାଏ ପବନ ବାଜେ ମୋ ମୁହଁରେ କେତେବେଳେ

ମୋ ଗାଁରେ ସକାଳ – ରୀତା ଅପରାଜିତା ମହାନ୍ତି

ମୋ ଗାଁରେ ସକାଳ ଆସିଲେ ପାଖ ମନ୍ଦିରରୁ ଘଣ୍ଟ- ଘଣ୍ଟା ବାଜି ଉଠେ ; ବୋଉ ସାରୁଛି ବାସି ପାଇଟି ଖରକି ଦେଲାଣି ଅଗଣା ସାନ ଖୁଡି ଝାଡୁଛନ୍ତି ବାସି ବିଛଣା ନୂଆ ବୋହୂଟି ଥିରିଥିରି ପାଦରେ ଫେରୁଛି ପୋଖରୀ ତୁଠରୁ କି ସୁନ୍ଦର ମୃଦୁମନ୍ଦ ପବନ ସକାଳର ନିଧି ନନା ପଖାଳ -ମଦରଙ୍ଗା ଶାଗ ଭଜାରୁ ପେଟେ ଖାଇ ବାହାରି ପଡିଲାଣି ବିଲକୁ କରିବାକୁ ହଳ ସବୁଦିନ ଆସେ ସକାଳ ହେଲେ ପ୍ରତ୍ଯେକ ଦିନ ନୂଆ ନୂଆ ବାସେ ମୋ ଗାଁର ସକାଳ । ସକାଳ ସୂର୍ୟ୍ଯ ଆସିବା ଯଦିଓ ସମାନ

ବଣମଲ୍ଲୀର ମହକ – ରୀତା ଅପରାଜିତା ମହାନ୍ତି

ଫୁଲର ଆଦର ସବୁଠି ରାଜଦ୍ଵାରରୁ ଶ୍ମଶାନ ଯାଏ ସବୁଠି ତାକୁ ଖୋଜାପଡେ ନବବଧୂର ଗଭାର ଗଜରାରେ ସେ ଭାରି ମନଲୋଭା ଲାଗେ କେତେବେଳେ ବୀର ସୈନିକଙ୍କ କବରରେ... । ହେଲେ ଏମିତି କିଛି ଫୁଲ ଅଛି ଭାରି ସୁନ୍ଦର ବାସ୍ନାଭରା ସେ ସେମିତି ବଣରେ ଫୁଟି ସେଇଠି ଅକାଳରେ ଝରିପଡେ... । ସେଇ ପ୍ରତିଭା ମାନଙ୍କୁ ବଣମଲ୍ଲୀର ମହକ ଇ-ପତ୍ରିକା ଲୋକ ଲୋଚନକୁ ଆଣେ ଦେଶ ବିଦେଶରେ ଓଡିଆ ସାହିତ୍ୟକୁ ନୂଆ ମାଇଲ ଖୁଣ୍ଟରେ ପହଞ୍ଚାଇ ପାରେ..., ଏ ପ୍ରୟାସରେ ସହଭାଗୀ ସମସ୍ତଙ୍କୁ ଜଗନ୍ନାଥ ସହାୟ ହୁଅନ୍ତୁ..., ସେମାନେ ସାହିତ୍ୟ ରଥକୁ ଏମିତି ଆଗେଇ ନିଅନ୍ତୁ...