ସାକ୍ଷାତ – ସମିର କୁମାର ବେଉରା

କେବେ ଭାବିନଥିଲି ଜୀବନରେ ଆଉଥରେ ଦୀପ୍ତି ଦାସ ସହ ଏମିତି ଅଚାନକ ଦେଖାହେବ ବୋଲି | ସେ ହଜି ସାରିଥିଲା ମୋ ସ୍ମୃତିର ସୌରମଣ୍ଡଳରୁ ମଜ୍ଜି ସାରିଥିଲା ବୋଧେ ତା ସୁଖୀ ସଂସାରରେ, ହେଲେ ଏ ଅଚାନକ ଦେଖା ମନେ ପକାଇ ଦେଲା କଅଁଳ ବୟସର ପ୍ରଥମ ପ୍ରେମକୁ ସମୟ ରହିଗଲା କିଛିସମୟପାଇଁ ସେ ଦେଖୁଥିଲା ମତେ ମୁ ଦେଖୁଥିଲି ତାକୁ | କିଛି ସମୟ ପରେ ସମୟ ପୁଣି ଚାଲିଲା ତା ବାଟରେ ଦୀପ୍ତି ଦାସ ମୋଠୁଁ ବିଦାୟ ନେଲା ପଦୁଟିଏ କଥା ତାର ଶୁଣିପାରିଲିନି ପଦୁଟିଏ କଥା କହିବିପାରିଲିନି କଥା ହେଇଥିଲୁ ଦୁହେଁ ଖାଲି ଆଖିରେ

ଓଡିଶା ପର୍ଯ୍ୟଟନରେ ଅଂଶୁପା ହ୍ରଦ : ଏକ ଅବଲୋକନ – ସମିର କୁମାର ବେଉରା

ପର୍ଯ୍ୟଟନ କ୍ଷେତ୍ର ହିସାବରେ ଅନେକ ପଛରେ ଥିଲେ ବି ସୌନ୍ଦର୍ଯ୍ୟ ତାର ଅତୁଳନୀୟ । ଓଡ଼ିଶାର ସୁନ୍ଦରୀ ଚିଲିକାର ସାନ ଭଉଣୀ ହିସାବରେ ଜଣାଯାଏ, ଅଂଶୁପା । ଅଂଶୁପା, ଘୋଡା ଟାପୁ ଆକୃତିର ମଧୁର ଜଳଭରା ହ୍ରଦ । ଗୋଟେ ପଟେ ତାର ସାରଣ୍ଡା ପାହାଡ ଅନ୍ୟ ପଟେ ମହାନଦୀର ଧାର । ଚାରିପଟେ ତାର ଭରିରହିଛି ବାଉଁଶ, କାଜୁ ତଥା ଆମ୍ବ ଇତ୍ୟାଦି ବୃକ୍ଷମାନଙ୍କର ଗହଳି । କବିବର

ସ୍ମୃତି – ସମିର କୁମାର ବେଉରା

ଆ ଆଜି ଆଉଥରେ ସାଙ୍ଗହେଇ ସ୍କୁଲ ଯିବା , ସ୍କୁଲ ପାଚେରିକରେ ଲାଲ କୃଷ୍ଣଚୂଡ଼ାର ଛାଇରେ ଇତିହାସ ପଢିବା | ପୁଣିଥରେ ଖେଳିବା ରାଜାରାଣୀ ବୋହୁଚୋରି ଗପିବା ଅଗନାଅଗନି ବନସ୍ତ ରାଜାରାଣୀ ଆଉ କେତେ ବୁଢ଼ୀ ଅସୁରୁଣୀ କଥା ସୂର୍ଯ୍ୟ ତେଣେ ଆସୁଥିବେ ନଇଁ ପୁଣିଥରେ ବାରଣାରୁ ତୋଳିଦେବି ବିରହୀ କଇଁ | ଚେନ୍ନାଇ, ତାମିଲନାଡୁ

ସ୍ମୃତି – ସମିର କୁମାର ବେଉରା

ଆ ଆଜି ଆଉଥରେ ତୋର ମୋର ହାତ ଧରାଧରି ହୋଇ ସ୍କୁଲ ଯିବା , ଆଉଥରେ ବର୍ଷାରେ ଭିଜିବା ହୃଦୟର ସବୁ ଦୁଃଖକୁ କାଗଜଡାଙ୍ଗ କରି ଭସାଇଦେବା | ଆ ଆଜି ଆଉଥରେ ବର୍ତ୍ତମାନଠୁ ଲୁଚିଲୁଚି ଲୁଚକାଳି ଖେଳ ଖେଳିବା ସାଙ୍ଗହୋଇ ତୋଳିବା କଣ୍ଟେଇ କୋଳି ଖେଳିବା ରାଜା ଦୋଳି ହଜେଇଦେବା ନିଜଠୁ ନିଜକୁ , ଆ ଆଜି ତୋର ମୋର ଫେରିଯିବା ଆଉଥରେ ଆମ ସୁନେଲି ଅତୀତକୁ | ଚେନ୍ନାଇ, ତାମିଲନାଡୁ

ବାଜେ ଝିଅ – ସମିର କୁମାର ବେଉରା

ତୁ ଆଜି ସତୀ ସାଜିଥିବୁ ତୋର ଅସତୀପଣକୁ ନେଇ ଲୁଚେଇ ଦେଇଥିବୁ ତୋ ବାପଘର ଗାଁରେ ଅଭିନୟରେ ହଜେଇଦେଇଥିବୁ ଅତୀତକୁ ଅତୀତରେ | ସବୁପରେବି ତୋ ହୃଦୟର ଅନ୍ଧାରି ଘରେ ସଢୁଥିବ ମୋ ବାଫାଦର ପ୍ରେମ ଆଉ ମୋ ସଢା ପ୍ରେମର ଦୁର୍ଗନ୍ଧରେ ହଜିଯାଉଥିବ ତୋ ସତୀତ୍ଵ ତୋ ଅଭ୍ୟନ୍ତରେ ଆଉ ଆମ ସମ୍ପର୍କର ଅତୀତ କରିପକାଉଥିବ ତତେ ଅସତୀ ପ୍ରତି ମୁହୁର୍ତ୍ତରେ | କୁସୁପଙ୍ଗି, ବାଙ୍କୀ, କଟକ, ଦୂରଭାଷ : ୯୪୪୪୭୯୭୪୨୭

ମିଳନ-ବିଚ୍ଛେଦ – ସମିର କୁମାର ବେଉରା

ସିଏ ଦେଖାହୋଇଥିଲା ଆଜି ପ୍ରାୟ ଦଶ ବର୍ଷ ପରେ ତାଙ୍କ ଗାଁ ମୁଣ୍ଡ ପୋଖରୀ ତୁଠରେ, ସେଇ ଚିରାଚରିତ ହସ ଲାଖିରହିଥିଲା ତା ଓଠରେ , ତା ମଥାର ସିନ୍ଦୁର ଖତେଇହଉଥିଲେ ମତେ ତା ଅଣ୍ଟାର ଚର୍ବି ଆଉ ତା କବରୀର ଦୀର୍ଘତା ଯାହା ବଢିଥିଲେ କିଛି କିଛି ଖୋଜିଲେ ବି ମିଳୁନଥିଲା ଲାଜ ଆଉ ତା ମୁଁହରେ ମୁ ବରଂ କଥାହେଲି କେଇପଦ ନୁଆଁଇ ମୋ ମୁହଁକୁ ଚେଷ୍ଟା କରି ବି

ଭୋକ – ସମିର କୁମାର ବେଉରା

ସମିର କୁମାର ବେଉରା କୁସୁପଙ୍ଗି, ବାଙ୍କୀ, କଟକ ସମୟ ବଦଳେ ବଦଳେ ସମ୍ପର୍କର ସ୍ୱର ହେଲେ ଥମେନାହିଁ କେବେ ଦି ମୁଠା ଭାତ ପାଇଁ ଜୀବନର ଏ ମହାସମର । ମୁଠାଏ ଆହାର ପାଇଁ କିଏ ଏଠି ଅଭିନୟ କରେ ମୁଁହରେ ଛଳନାର ପାଉଡର ବୋଳି କିଏ ପୁଣି ନିଜ ଦେହକୁ ଦଂଶିତ କରାଏ କବାଟ କିଳି । ପେଟ ପାଇଁ କେତେ କେତେ ଚନ୍ଦ୍ରା ବେହେରାଣୀ ହୃଦୟରେ ତାଲା ପକେଇ ଜଳିଯାନ୍ତି ଯୋନିର ଜତୁଗୃହରେ, ସଂଗ୍ରାମ ଚାଲିଥାଏ ଅହରହ ପେଟ ପାଇଁ ମଣିଷ ଭୁଲିଯାଏ ମଣିଷପଣିଆ କେବେ କିଏ ବିକ୍ରୀହୋଇଯାଏ ବିଚ ବଜାରରେ ଆଉ କିଏ ଅନନ୍ତ ଅନ୍ତ୍ରଦାହର ଶିକାର ହୋଇ ଜଳୁଥାଏ ଚିରଦିନ ନିଜ ଅଭ୍ୟନ୍ତରେ

ଅଣୁଗଳ୍ପ – ଜୀବନର ଚଲାବାଟେ – ସମିର କୁମାର ବେଉରା

ସମିର କୁମାର ବେଉରା ଜନ୍ମସ୍ଥାନ - ବାଙ୍କୀ, କଟକ ବର୍ତ୍ତମାନ ବାସ - ଚେନ୍ନାଇ, ତାମିଲନାଡୁ ୨୦୧୪ ମସିହା ଜାନୁଆରୀ ମାସ । ଛୁଟିରେ ମୁ ଓଡିଶା ଯାଇଥାଏ । କେତେକ ସାହିତ୍ୟିକ କାର୍ଯ୍ୟକ୍ରମ ତଥା କେତେକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସମୟ ପୁରା ସ୍ଥିର ହୋଇସାରିଥାଏ । ଦିନେ ବାଙ୍କୀ ଷ୍ଟେଟବ୍ୟାଙ୍କକୁ ଯାଇଥାଏ ମୋର ସଞ୍ଚୟ ଖାତାକୁ ବନ୍ଦ କରିବା ପାଇଁ । କହିବାକୁ ଚାହେଁ ବାଙ୍କୀ ହେଉଛି କଟକ ଜିଲ୍ଲାର

ଡିସେମ୍ବର, ଜାନୁଆରୀ, ଶୀତ, ତମେ ଆଉ ମୁଁ – ସମିର କୁମାର ବେଉରା

ସମିର କୁମାର ବେଉରା କୁସୁପଙ୍ଗି, ବାଙ୍କୀ, କଟକ ଦୂରଭାଷ : ୯୪୪୪୭୯୭୪୧୭ ତମ ଘର ବାସୁଥିବ ଜାନୁଆରୀ ଜାନୁଆରୀ ନୂଆବର୍ଷ ପ୍ରତିକ୍ଷ।ରେ, ହେଲେ ମୋ ଘର ବସେ ଏଠି କେମିତିକା ଗୋଟେ ଅବାସ୍ନାରେ, ତୁମ ବିରହରେ ॥୧॥ ତମେ ଦେଖୁଥିବା ସ୍ଵପ୍ନ ମଥାରଖି ଏଇ ଡ଼ିସେମ୍ବର ଛାତିରେ, ହେଲେ ମୋ ଜୀବନର ଖୋଲାଦେହ ଥରିଯାଏ ମାର୍ଗଶୀର ଶୀତରେ ॥୨॥ ସେଠି କୋହଲା ପବନ ନିଶ୍ଚେ ଚୁମୁଥିବ ତୁମ ଚର୍ବିଳ ଗାଲକୁ, ଏଠି କିନ୍ତୁ ସ୍ମୃତିର ବରଫଝଡ ଯନ୍ତ୍ରଣାରେ ପୋତିଦିଏ ମୋର ଭଙ୍ଗା ହୃଦୟକୁ ॥୩॥