ତୁମରି ଓଠର ହସ – ସିଦ୍ଧେଶ୍ୱର ତ୍ରିପାଠୀ

ତୁମରି ଓଠର ହସ କଲାମୋତେ ବେହୋସ ବଦଳିଲା ମୋ ଦୁନିଆଁ ପାଇ ତୁମ ପରଷ ଅବୁଝା ଏ ମନ ଝୁରେ ଯାଅନି ଘଡ଼ିଏ ଦୁରେ ଆସ ଆସ ତୁମରି ଓଠର ହସ - - - - ଆକାଶେ ଉଡୁଛି ଆଜି ସାଜି ପ୍ରେମ ପକ୍ଷୀ ସବୁ ଖୁସି ପାଇଯାଏ ତୁମକୁ ମୁଁ ଦେଖି ଭଲମୁଁ ପାଉଛି ଏତେ ଛନ୍ଦିତ ଦେଇଛି ମୋତେ ପ୍ରେମର ଫାଶ ତୁମରି ଓଠର ହସ- - - - ତୁମ କଥା ସବୁ ଲାଗେ ମହୁଠାରୁ ମିଠା ତୁମ ତେରେଛା ନଜର ଲଗାଏ ପ୍ରେମ ଛିଟା ତୁମେ ଋଷି ଚାଲିଗଲେ ଏଇମୋ ମନ

ମାଗିବିନି ପ୍ରେମ ମୂଲ – ସିଦ୍ଧେଶ୍ଵର ତ୍ରିପାଠୀ

ଭଲ ପାଉଥିଲି ଅତୀତେ ତୁମକୁ ଏବେବି ପାଉଛି ଭଲ କେବେ ସାଜିବିନି ତୁମ ବାଟେ କଣ୍ଟା ମାଗିବିନି ପ୍ରେମ ମୂଲ । ତୁମେ ମୋ ସାଥିରେ ଛଳନା କରିଲ ବିଶ୍ୱାସରେ ଦେଲ ବିଷ ଈଶ୍ୱରଙ୍କୁ କରେ ନିତି ନିବେଦନ ତୁମ ଓଠେଫୁଟୁ ହସ । ଜହ୍ନ ଜୋଛନା ରେ ଭିଜେଇଇବ କହି ଉଆଁସରେ ହଜେଇଲ କେବେ ସାଜିବିନି ତୁମ ବାଟେ କଣ୍ଟା ମାଗିବିନି ପ୍ରେମ ମୂଲ - - - - ହସିଉଠୁ ପ୍ରିୟା ତୁମରି ସଂସାର ସ୍ୱାମୀ ସନ୍ତାନଙ୍କୁ ପାଇ ମୋ ଜୀବନେ ଆସୁ ଦାରୁଣ ନିଦାଘ ତୁମ ପାଇଁ

ତୁମେ – ସିଦ୍ଧେଶ୍ଵର ତ୍ରିପାଠୀ

ତୁମେ ମହକିତ ଅତି ମନୋଲୋଭା ପ୍ରୀତିର ଚନ୍ଦନ ବନ ମୁଁ ତ ଅର୍ଦ୍ଧ ଦଗ୍ଧ ଗୋଟେ କାଠ ଗଣ୍ଡି ଉଆଁସ ରାତି ମୋ ମନ । ତୁମେ ସଭିଙ୍କର ଅତି ଆପଣାର କେତେ ମନ କଲ ଚୋରି ମୋ ମନକୁ ତୁମ ପାଶେ ମୁଁ ହଜାଇ ନିତି ମରେ ଝୁରି ଝୁରି । ତୁମ ବିନା ଜଳି ଜଳି ବିତାଉଛି ପ୍ରତି ରାତି ପ୍ରତି ଦିନ ତୁମେ ମହକିତ ଅତି ମନଲୋଭା ପ୍ରୀତିର ଚନ୍ଦନ ବନ - - - - ତୁମେ ବାଟ ଭାଙ୍ଗି କେବେଠୁ

ମୋ ଗାଁ ରେ ରଜ – ସିଦ୍ଧେଶ୍ଵର ତ୍ରିପାଠୀ

ରଜ ଆସିଗଲେ ମୋ କୁଣ୍ଡିଲୋ ଗାଁ' ସବୁଠୁ ସୁନ୍ଦର ଦିଶେ ଘରେ ଘରେ ଦୋଳି ଲାଗିଥାଏ ପୁଣି କେତେ ପିଠା ପଣା ବାସେ । କୁଆଁରୀଏ ସାରି ଗାଧୁଆ ପାଧୁଆ କେତେ ସଜବାଜ ହୋଇ ବାଉଁଶ ଦୋଳିରେ ଝୁଲୁ ଥାନ୍ତି ଦେଖ ରଜ ଗୀତ ଗାଇ ଗାଇ। ଗ୍ରାମ ଦେବତୀ ମୋ ବ୍ରାହ୍ମଣୀଦେବୀଙ୍କ ଚାଲେ ପୂଜା ଆରାଧନା ହୋମ ଯଜ୍ଞ ଶେଷେ ମାଆଙ୍କ ନିକଟେ ଉଡ଼ଇ ବିଶାଳ ବାନା । ସଞ୍ଜ ଆସିଗଲେ ସତ୍ୟ ନାରାୟଣ ବିରାଜନ୍ତି ଆସ୍ଥାନରେ ଚାରି ରାତି ବାଦୀ ପାଲା ଦେଖା ହୁଏ ବନ୍ଧୁ ବାନ୍ଧବ ସାଙ୍ଗରେ

ବଣମଲ୍ଲୀ – ସିଦ୍ଧେଶ୍ଵର ତ୍ରିପାଠୀ

ଜୀବନର ଏ ଚଲା ବାଟରେ ବହୁ ପଥ ଅତିକ୍ରାନ୍ତ କଲି ଚାଲୁ ଚାଲୁ ଅରଣ୍ୟରେ ଦିନେ ତୁମରି ମହକ ପାଇ ପାଗଳ ସାଜିଲି ଜୀବନର ଏ ଚଲା ବାଟରେ.... ଅଟକି ଗଲା ମୋ ପାଦ ତୁମକୁ ମୁଁ ଦେଖିଲି ନୟନେ ମୋ ସାଥୀରେ ନେଇଯିବି ଫେରିବା ବେଳକୁ ଭାବିନେଲି ମନେ ଜୀବନର ଏ ଚଲା ବାଟରେ.... ତୁମ ରୂପ ତୁମ ରଙ୍ଗ ତୁମରି ମହକ ତୁମ ମହୁଝରା କଥା କଲାତ କୁହୁକ କଥା ଦେଲ ସାଥେ ଯିବ ମୁଁ ଫେରିଲା ପରେ ଜୀବନର ଏ ଚଲା ବାଟରେ.... ମନେ ମନେ

ଏସନ ଫଗୁଣ ନୂଆ – ସିଦ୍ଧେଶ୍ଵର ତ୍ରିପାଠୀ

ସିଦ୍ଧେଶ୍ଵର ତ୍ରିପାଠୀ କୁଣ୍ଡିଲୋ, କେରଙ୍ଗ, ଖୋରଧା କେତେ ଯେ ଫଗୁଣ ଆସିଛି ଜୀବନେ ଏସନ ଫଗୁଣ ନୂଆ ତୁମକୁ ପାଖରେ ପାଇଗଲା ପରେ ମନ ହୁଏ ଅମାନିଆଁ । କିଛିନାହିଁ ଲୋଡା ଖାଲି ତୁମଛଡା ତୁମେ ମୋର ସବୁକିଛି ବହୁ ବିଳମ୍ବରେ ହେଉପଛେ ପ୍ରିୟା ତୁମକୁ ପାଖେ ପାଇଛି । ଏ ଫଗୁଣ ମୋର ସ୍ମୃତି ପାଲଟିବ ପାଇ ତୁମ ଓଠ ଛୁଆଁ କେତେ ଯେ ଫଗୁଣ... ବିରହ ଜୀବନେ ମିଳନ ଭରିଲ ତୃଷାର୍ତ୍ତକୁ ଜଳ ଦେଇ ଅଧୁରା ଅଧୁରା ସପନ ଗୁଡାକ ସତ ହେଲା ତୁମପାଇଁ । ଏମିତି ବନ୍ଧନେ ବାନ୍ଧିଦେଲ ମୋତେ ଆଉ

ପ୍ରିୟା ଯିବ ଶାଶୁଘର – ସିଦ୍ଧେଶ୍ଵର ତ୍ରିପାଠୀ

ସିଦ୍ଧେଶ୍ଵର ତ୍ରିପାଠୀ କୁଣ୍ଡିଲୋ, କେରଙ୍ଗ, ଖୋରଧା ଦୂରଭାଷ : ୮୦୧୮୬୪୬୭୦୪ ଅତୀତଟା ଆଜି ସ୍ମୃତି ପାଲଟିଲା ହଜିଗଲା ସବୁ ଚିହ୍ନ ସପନ ଗୁଡାକ ସପନେ ରହିଲା ସୁଖ ହେଲା ଅବସାନ ॥ ହଳଦୀ ଲଗେଇ ମେହେନ୍ଦୀ ସଜେଇ ବଉଳ ପାଟକୁ ପିନ୍ଧି ପ୍ରିୟତମା ଆଜି ଶାଶୁଘର ଯିବ ନୂଆ ହାତେ ହାତ ଛନ୍ଦି ॥ ଗଜରାରେ ବେଣୀ ସଜାଇଛି ତା'ର ନାଇଛି ଶଙ୍ଖା ସିନ୍ଦୁର ହୃଦୟଟା ଜଳେ ଏ ମନ କୁହୁଳେ ସବୁ ସ୍ଵପ୍ନ ଛାରଖାର ॥ ମୋ ଜୀବନ ନର୍କ ହେଲାଣିତ ହେଉ ଦୁଃଖ ମୋ ଅତି ନିଜର ସୁହାଗ ସିନ୍ଦୁର ସିନ୍ଥିରେ

କବିତା – ତୁମ ଅପେକ୍ଷାରେ – ଆକାଶବାଣୀ ପୁରୀରୁ ପରିବେଷିତ

ଆକାଶବାଣୀ ପୁରୀ ତରଫରୁ ଅର୍ଚ୍ଚନା ଆଚାର୍ଯ୍ୟଙ୍କ କଣ୍ଠରେ ବଣମଲ୍ଲୀର ମହକ ସମ୍ପାଦକ ସିଦ୍ଧେଶ୍ଵର ତ୍ରିପାଠୀଙ୍କ ପରିବେଷିତ କବିତା "ତୁମ ଅପେକ୍ଷାରେ"  http://www.youtube.com/watch?v=-F73E4aNSXI