ସମୟ ଓ ଶ୍ରାବଣୀ – ତପନ ପ୍ରଧାନ

ଶ୍ରାବଣୀ ଗୋ, ଭୁଲ ବୁଝନା ମୋତେ ସେଦିନ ମୁଁ ରାଗିଥିଲି ସିନା ଲୁଚାଇଲ ବୋଲି ମୋର - ପ୍ରିୟାର ଆଳାପ ଆଜି କିନ୍ତୁ ନିତି ଖୋଜେ, ନିତି ଚାହେଁ ତୁମ ଉପସ୍ଥିତି ନୂଆ ଶବ୍ଦ, ନୂଆ ରବ, ନୂଆ ରୂପ ପାଏ ତୁମଠାରେ ଆଜି, ତୁମ ସେ ବରଷା କଣ୍ଠ ରିମ ଝିମ ସ୍ୱର ଶୁଭେ ମୋର ପ୍ରିୟା କଣ୍ଠ ପରି ଶ୍ରାବଣୀ ଗୋ, ତମରି ପରଶେ ଫୁଟେ ଯେତେ ନାଲି, ନେଳି, ହଳଦିଆ ଫୁଲ ସବୁ ମୋର ପ୍ରିୟା ହସ ସମ-

ମନୀଷା ଓ ରଜ – ତପନ ପ୍ରଧାନ

କେମିତି ମନୀଷା, କଟାଉଛ ରଜ ମଉଜକୁ ରଜ ଦୋଳି ଆଉ ତାର ଫାଶୀ ଦଉଡିକୁ ନେଇ କେମିତି ବା ଖେଳୁ ଅଛ ଦୋଳି ଅହ ରହ ଲୁହ ଢାଳିବାକୁ ! ପହିଲି ରଜରେ ,ବୈଶାଖୀର ବିଦାୟୀ ଖରାରେ ଅସୁମାରୀ କୁସୁମର ଉଜୁଡା ଯୌବନେ ପହ୍ଲବିତ ନୂତନ ପତ୍ରରେ ତୁମ ସ୍ୱପ୍ନ ଝୁଲୁ ଥିବ ବାର ଗାଆଁ ତେର ନଈ ପାରେ ! ମୋ ପାଇଁ ଜୀବନଟା ତୋର ଯେବେ ଛିଣ୍ଡା ଗୁଡ଼ି ହେଲା ପବନର ତାଳେ ତାଳେ ଉଡି ଚାଲିଗଲା ସୁତା ଯୋଡି ଗୁଡ଼ି

ପରମାଣୁ ଗଳ୍ପ – ଆନ୍ଦୋଳନ – ତପନ ପ୍ରଧାନ

ମଦ ବିରୋଧୀ ଆନ୍ଦୋଳନ ପାଇଁ ଖୁବ ଜୋରରେ ପ୍ରସ୍ତୁତି ଚାଲିଛି । ଛକରେ ଜମା ହୋଇଥିବା ପୁରୁଷ ଓ ସ୍ତ୍ରୀ ଲୋକମାନେ ନିଶାଗ୍ରସ୍ଥ ଭାବେ ଅଧିକ ମଦ ନ ଦେଲେ, ଆନ୍ଦୋଳନ ପାଇଁ ଯିବେ ନାହିଁ ବୋଲି ଜିଦ ଧରି ବସିଛନ୍ତି । ତପନପ୍ରଧାନ, ବିଳାଶୁଣି, କଟକ ଫୋନ ନମ୍ବର- ୭୦୦୮୬୯୨୩୨୮

ଆମ୍ବ ଓ ଜୀବନ – ତପନ ପ୍ରଧାନ

ଆଜି ଗାଆଁକୁ ଯାଇଥିଲି । ପୁରୁଣା ଘର ମାଝୀତୋଟା ଆଡେ ଘେରାଏ ବୁଲି ଆସିଲି । ଚାରିଆଡେ ଆମ୍ବ ଗଛରେ ବଉଳ ଭର୍ତ୍ତି। ଏ ବର୍ଷ ନିଶ୍ଚୟ ଭଲ ଆମ୍ବ ଫଳିବ । ଆମ୍ବ ତୋଟା ଦେଖି ସେ ପୁରୁଣା ବଡ଼ ଗଛ ଓ ପିଲାଦିନ କଥା ମନେ ପଡ଼ିଲା । ସେତେବେଳେ ଅଷ୍ଟମ କି ନବମ ଶ୍ରେଣୀରେ ପଢୁଥାଏ । ଆମ୍ବ ସିଜନ ସରି ଆସିଥାଏ । କିନ୍ତୁ ବଡ଼ଗଛର

ଗଳ୍ପଟିଏ ନୁହେଁ – ଆମ୍ବ ଓ ଜୀବନ – ତପନ ପ୍ରଧାନ

ଆଜି ଗାଆଁକୁ ଯାଇଥିଲି । ପୁରୁଣା ଘର ମାଝୀତୋଟା ଆଡେ ଘେରାଏ ବୁଲି ଆସିଲି । ଚାରିଆଡେ ଆମ୍ବ ଗଛରେ ବଉଳ ଭର୍ତ୍ତି । ଏ ବର୍ଷ ନିଶ୍ଚୟ ଭଲ ଆମ୍ବ ଫଳିବ । ଆମ୍ବ ତୋଟା ଦେଖି ସେ ପୁରୁଣା ବଡ଼ ଗଛ ଓ ପିଲାଦିନ କଥା ମନେ ପଡ଼ିଲା । ସେତେବେଳେ ଅଷ୍ଟମ କି ନବମ ଶ୍ରେଣୀରେ ପଢୁଥାଏ । ଆମ୍ବ ସିଜିନ ସରି ଆସିଥାଏ ।

ଦ୍ଵିତୀୟ ଈଶ୍ୱର – ତପନ ପ୍ରଧାନ

ତପନ ପ୍ରଧାନ ବିଳାଶୁଣି, କଟକ ମଣିଷ ସାଜିଛି ଆଜି ଦ୍ଵିତୀୟ ଈଶ୍ୱର କେବେ ବିଶ୍ଵକର୍ମା ସାଜେ, କେବେ ପୁଣି ତାଣ୍ଡବ ଶିବର । ଚନ୍ଦ୍ରମାରେ ପାଦ ପୁଣି ମଙ୍ଗଳରେ ଯାନ ସୃଷ୍ଟିର ରହସ୍ୟ ଭେଦ, ଈଶ୍ୱର କଣିକା ପରମାଣୁ ଅସ୍ତ୍ରର ଭଣ୍ଡାର ତଥାପି ମନରେ ପ୍ରଶ୍ନ କୋଟିଏ ଟଙ୍କାର ମଣିଷ ସାଜିଛି ଆଜି ଦ୍ଵିତୀୟ ଈଶ୍ୱର ।। ନଦୀର ନିର୍ଝର ଆଉ ଝରଣାର କୁଳୁକୁଳୁ ଗୀତି କୋଇଲିର କୁହୁ ମଳୟ ପବନ ପୁଣି ପୂର୍ଣ୍ଣ ଜହ୍ନରାତି କୃଷ୍ଣଚୂଡ଼ା ରଙ୍ଗ ଆଉ ଜୁଇ ଜାଇ ହେନାର ବାସନା ଭରିକି ପାରିବ

ବିଶ୍ଵାସ

ତପନ ପ୍ରଧାନ ବିଳାଶୁଣି, କଟକ ଅଭିମାନୀ, ଭିଜିଭିଜି ତୋ ସ୍ୱପ୍ନେ ଦିନେ ଗଢିଥିଲି ....... ଅଜସ୍ର ମୁଁ ସ୍ୱପ୍ନର ମହଲ ସମୟ ଘୁର୍ଣ୍ଣିରେ ସବୁ ଭାଙ୍ଗିଗଲା ବର୍ଷା ଶେଷ କଳାହାଣ୍ଡି ମେଘ ପରି ଆଖିଲୁହ ଶୁଖିଗଲା ! ଅଭିମାନୀ, ଜଳିଜଳି ତମପାଇଁ ଆଜି ନୀଳକଣ୍ଠ ସାଜେ ପାନ କରେ ଦୁଃଖର ଗରଳ କୁହୁଳୁଛି ବାରୁଦ ପାଖରେ ହେଲେ ଜଳୁନାହିଁ ଯଦିଓ ମୁଁ ଅଛି ଏଠି କୁହୁଡି ଘେରରେ ହଜିନାହିଁ ତଥାପି ସେ ସ୍ମୃତିର ଝଲକ ଜୀବନରେ ବାଜିଦେଇ ହାରିଯିବା ପରେ !! ଅଭିମାନୀ, ତୁମେ ଯେ ଆସିବ ଦିନେ ନିଶ୍ଚୟ ଆସିବ ସବାପଛେ ବହୁତ ଡେରିରେ ଅବିଶ୍ୱାସ ଏ