ନୀଳ ନୟନୀ – ତପସ୍ୱିନୀ ଦାଶ

ଗପ ନୁହଁ ଜମା ଏକ ନିଛୁକ ସତ ଘଟଣା । ଯୁବ ଓକିଲ ଜଣକ ତରବର ହୋଇ କୋର୍ଟ ଛାଡିଲେ । ଯିବା ପୂର୍ବରୁ କୋଟ, ଗାଉନ, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ଲକର ରେ ରଖିଲେ । ଚାବି ବାମ ପକେଟ ରଖି ତରବର ହୋଇ ବସ ଆଡକୁ ମୁହାଁଇଲେ । ଏଠୁ ଯିବାକୁ ପଡ଼ିବ ପଚିଶ କିଲୋମିଟର ଦୂର ମାଣତ୍ରୀ ପାଖ । କାଲି ଶିବରାତ୍ରୀ, ଘରଣୀ ଙ୍କ

ଆରାଧନା – ତପସ୍ଵିନୀ ଦାଶ

ଯାହାର ନାଁରେ ଛାତିରେ ଆସେ କମ୍ପନ ଥରେ ଅଧର ବେପଥୁରେ ଶିହରଣ ଅଧର ଖୋଜେ ଅଧର ଆଖିି ଖୋଜେ ପଡ଼ନ୍ତାନି କି ପତା ଦେଖୁଥାନ୍ତି ଚିର କାଳ କାନ କହେ ଶୁଣୁଥାନ୍ତି କି ସେ ମୂରଲୀ ସ୍ୱର ଅହର୍ନିଶ , ଶୋଇଥାନ୍ତି କୋଣାର୍କ ର ନଟନଟୀ ପରି ଢାଙ୍କି ଥାନ୍ତା ଚନ୍ଦ୍ରାତପ ମଖମଲି ଚାନ୍ଦର ଚାଦର, କେହି ନ ଥାନ୍ତେ ; ଥାଆନ୍ତ ତୁମେ ଆଉ ମୁଁ, ତୁମେ ଚୁମୁଥାନ୍ତ କେତେବେଳେ ମୋ ଅଧର ବିକ୍ଷୋଜ ଥରକୁ ଥର କରୁଥାନ୍ତି ମନା ଅଥଚ ସେ ମନା ରେ ଥାଆନ୍ତା ଶୁଭ ଆମନ୍ତ୍ରଣ ଆସ ,ଆସ ପ୍ରିୟ ଭିଡି ଧର ମେଣ୍ଟି

ଆଗ୍ନେୟ ସ୍ତୁପ – ତପସ୍ୱିନୀ ଦାଶ

ଯାହାକୁ କହୁଛ ତମେ ଆଗ୍ନେୟ ଗିରି ଅବା ଆଗ୍ନେୟ ସ୍ତୁପ ତା ଯେ କେଉଁ ଶାନ୍ତ କମନୀୟ ନାରୀ ର ଛାତିତଳ ତାପ ଏ କଥା ତମକୁ ମାନିବାକୁ ପଡିବ। ଦେଖ ! ତମକୁ ମୁଁ ଯେତେ ଯେତେ ଖୋଲିଛି ପୃଷ୍ଠା ପରେ ପୃଷ୍ଠା, ମୋତେ ଲାଗେ ମୁଁ ଭେଦି ଯାଉଛି ବାୟୁ ମଣ୍ଡଳ ଆକାଶ ରୁ ମହାକାଶ ଅନ୍ତରୀକ୍ଷ ଶୂନ୍ୟରୁ ମହାଶୂନ୍ୟ । ତମେ କିନ୍ତୁ ଦିନେ ବି ଚାହିଁନା ସ୍ତର ପରେ ସ୍ତର କେତେ ସ୍ତର ତଳେ ସାଇତିଛି ତମ ପାଇଁ ମୋ ଉତ୍ତପ୍ତ ତରଳ ଲାଭା କେବେ ଯଦି ଭେଦନ୍ତ ଭୁତ୍ୱକ, ତ୍ୱକ,

କ୍ଷୁଦ୍ରଗଳ୍ପ – ଶୂନ୍ୟଫଳ – ତପସ୍ୱିନୀ ଦାଶ

ପ୍ରଭୁ ତରୁଣୀ ର ତପସ୍ୟାରେ ସନ୍ତୁଷ୍ଟ ହେଲେ । କହିଲେ ଯାହା ମାଗୁଛୁ କେବଳ ଗୋଟିଏ ସ୍ଥୂଳ ବର ମାଗି ପାରିବୁ । ତ୍ରୁରୁଣୀ ଟି ବହୁତ ଚିନ୍ତା କରି କହିଲା ପ୍ରଭୁ ଗୋଟି ପୂର୍ଣ୍ଣ ତୁଳା ବସ୍ତା ଦିଅନ୍ତୁ । ପ୍ରଭୁ ତଥାସ୍ତୁ କହି ଉଭାନ ହୋଇଗଲେ । ତରୁଣୀ ର ମନରେ ଅନେକ ସ୍ବପ୍ନ ଥିଲା । ଭାବିଲା ପ୍ରଥମେ ତୂଳାରେ ଗୋଟିଏ ଭଲ ତକିଆ ଓ

କ୍ଷୁଦ୍ରଗଳ୍ପ – ଏ ଭଲ ପାଇବାର ନାଁ କଣ ? – ତପସ୍ୱିନୀ ଦାଶ

ଝିଅ ଟିର ଏଇଟା ପ୍ଲସ ଥ୍ରୀ third year । ଅନେକ ସୁନ୍ଦର ସୁନ୍ଦର wish କରି ପଠାଏ । ପୁଅଟି ବି ଦେଖେ । କେତେବେଳେ ଦୁଇ ଆଙ୍ଗୁଳି ରେ v ତ କେତେବେଳେ ଦୁଇ ଆଙ୍ଗୁଳି ଯୋଡି, very nice, excellent ବିଭିନ୍ନ ଶୈଳୀ ରେ ଶୁଭ ସୂଚନା ଦିଏ । ସମୟ ସମୟରେ କ୍ଷୁଦ୍ର କ୍ଷୁଦ୍ରଗଳ୍ପ ବି ପଠାଇଛି । ଖୁବ ସୁନ୍ଦର ସୁନ୍ଦର ମନ୍ତବ୍ୟ

ଟୋପାଏ ଅବିର ଧାଡିଏ କବିତା – ତପସ୍ୱିନୀ ଦାଶ

ଟୋପାଏ ରଙ୍ଗ ପିନ୍ଧିବୁ ବୋଲି ସାରାଦିନ ତୋଅରି ଚିନ୍ତାରେ ଘାଣ୍ଟି ହେଲି ହେଲେ ଲେଖି ପାରିଲିନି ଧାଡିଏ କବିତା, ରଙ୍ଗୀନ କରିପାରିଲିନି ନିସ୍ତରଙ୍ଗ ସୀମନ୍ତ ଶବ୍ଦମାନଙ୍କୁ ଗୋଟାଉ ଗୋଟାଉ ତୁ ଧରାଦେଲୁ । ଧର ଦେଲା ତୋ ଭାବ,ତୋ ପ୍ରୀତି ତୋ ସମ୍ମୋହନ ମୁଁ ଗୋଟାପଣେ ଭିଜିଗଲି ବିନା ବର୍ଷାରେ । ମଜ୍ଜିଗଲି :ବିନା ରଙ୍ଗରେ ହଜିଗଲି:ଫଗୁଣର ମିଥ୍ୟା ଆଶ୍ୱାସନରେ ତୋ ମନ୍ତୁରା କଥାର ଚାତୁରୀରେ ତୁ ବୁଝେଇଦେଲୁ- ଅନ୍ୟକୁ ଭିଜେଇବାରେ ,ରଙ୍ଗେଇବାରେ ମଜା ଅଛି । ହେଲେ ନିଜେ ରଙ୍ଗ ହେଲେ ହାର ଭିଜା ଦେହରେ ଶତ କଦମ୍ବ ର ରୋମାଞ୍ଚ ଫଗୁଣ ର

ହଡା ବଳଦ – ତପସ୍ୱିନୀ ଦାଶ

ହଡା ବଳଦର ଦୁଃଖ ଗୋଟେ କଅଣ ତାର ତ ଜନ୍ମରୁ ନିଧାର୍ଯ୍ୟ ସମୟର ତତଲା ରଜ୍ଜୁରେ ଘୋଷଡା ହେବା ତା ପାଇଁ ବାଧ୍ୟତାମୂଳକ, ଯେଉ ତେଣୁ ଯାହାମିଳୁ ବକ୍ତେ ଖାଇ ମୁନ୍ଦେ ପିଇ ଚୁପ ରହି ସମୟକୁ ନେବାକୁ ଘୋଷାଡ଼ି ବିଧାତା ନିର୍ଦେଶ । ଆଦ୍ୟ ଯୌବନ ର ପହିଲି ବସନ୍ତ ମାଲିକ ବେହେଡା ଦାନ୍ତ ତଳେ ବନ୍ଧା ପଡିଗଲା ବେଳେ ଶୁଖିଗଲା ତାର ସ୍ବପ୍ନର ସାଗର ଦେଉଳ ଝର ଉଷ୍ଣ ପ୍ରସ୍ରବଣ ପରି ଜଳିଲେବି ତାର ଦେହ ଗଁ ଗଁ ସ୍ୱର ତାର ହଜିଗଲା ବିଶାଳ ପବନର ସାଇଁ ସାଇଁ ଗର୍ଜନ