ଉଷାରାଣୀ ପଣ୍ଡା

କବି କଳ୍ପନା ପରିଧିରୁ ସ୍ବତଃ ନିର୍ଗତ ଭାବ ତଥା ଶବ୍ଦବିନ୍ୟାଶର ସଂଯୋଜନାରେ ନିଃସୃତ କବିତା ,ଗପ, ଇତ୍ୟାଦିରୁ ଭାଷାର ମହତ୍ଵକୁ ସଂଯୁକ୍ତ କରି ମାତୃଭାଷାର ଗୁଣଗାନ ସହ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦୃଷ୍ଟିରେ , ସାହିତ୍ୟର ବିକାଶ ନିମିତ୍ତ ସୃଷ୍ଟି ହୋଇଛି ଏ ” ବଣମଲ୍ଲୀ ” । କଥାରେ ଅଛି- “ଗୁଣ ଚିହ୍ନେ ଗୁଣୀ” ଯଥାର୍ଥତା ପ୍ରତିପାଦନ କରିଛନ୍ତି । ନବୀନ, ତରୁଣ, ତରୁଣୀ ଯଥା- ମାନୀ, ଗୁଣୀବ୍ୟକ୍ତିଙ୍କ ସାରସ୍ଵତ କବିତା/ଗଳ୍ପ ସମ୍ଭାରକୁ ଦେଶ, ବିଦେଶ ଓ ରାଜ୍ୟରେ ଉପନିବେଶ କରିଛନ୍ତି । ସୁରଚିତ ଲେଖକ, ଲେଖିକାମାନଙ୍କର ସୁରୁଚି ସମ୍ପନ୍ନ ଲେଖାକୁ ସ୍ଥାନ ଦେଇ ସେମାନଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିବାରେ ପ୍ରୟାସ କରିଛି ଏ ବଣମଲ୍ଲୀ । ଆଦିଭାଷା ଓଡିଆ ଯୁଗଯୁଗକୁ ନେଇ କାଳଜୟୀ ହେଉ । ଏହା ହିଁ ପ୍ରଭୁ ଜଗତର ନାଥ ଜଗନ୍ନାଥଙ୍କ ଠାରେ କାମନା । ଶ୍ରେଷ୍ଠତମ ସାରସ୍ଵତ ବିନ୍ଧାଣୀ ମାନଙ୍କୁ ଆହୁରି ପ୍ରେରଣାମୂଳକ ମନ୍ତବ୍ୟ ଦେଇ ଭାଷାର ପରିମାର୍ଜିତ ହେଉ । ଓଡିଆ ଭାଷାର ଜୟ ହେଉ । ଜୟ ଜଗନ୍ନାଥ.. ଜୟ ଓଡିଆ ।


ଉଷାରାଣୀ ପଣ୍ଡା
ସୋମପେଟା, ଆନ୍ଧ୍ରପ୍ରଦେଶ