ଅଗ୍ନି ବଳୟ – ପ୍ରଶାନ୍ତ କୁମାର ସାହୁ

ଝୁଲିଝୁଲି ବାଟ ଖୋଜନାହିଁ
ସବୁଠି ତ ନିଆଁ …
ଆଗପଛ ଚାରିପାଖ
ଦେଖିନିଅ ଅଗ୍ନି ବଳୟ !
ଛଳନାହୀନ ହୃଦୟଟା ଥିଲେ
ଶୀତଳତାର କବଚ଼ ପିନ୍ଧି
ହୋଇଥାନ୍ତା ଜଳପତି !
ପଞ୍ଚବାଣ ବିଦ୍ଧ ହୃଦୟ କି ବୁଝେ
ନିୟତିର ବଦ୍ଧାଞ୍ଜଳି …
ଘୁରିଯାଅ କିଛି ବର୍ଷ ଏକାଏକା,
ରାସ୍ତା ଆପେଆପେ ଫିଟିଯିବ!
ଫେରିଯିବ ନା ଆଗେଇବ ?
ପାଉଁଶ ବୋଳି ହୋଇ ଶୋଇଯିବ
ନା ପାଣି ଚିକେ ଢଞାଳି
ମଥାରେ ଟୀକା ଲଗାଇବ !
ତୁମ ପାରଖୀର ଅନ୍ତ କାହିଁ …
ଓହ୍ଲେଇବାକୁ ହେବ
ନିୟତିର ଘେରାମାରିବାକୁ !
ଅକୀର୍ତ୍ତିର ଘଣ୍ଟନାଦ ଶୁଣିବାକୁ,
ବୁଝିପାରିବ ବିଫଳତା ବି
କେଉଁ ପ୍ରୟାସର ଫଳ !
ନିଆଁଟା କଅଁଳ ଲାଗିବ …
ପାଇଯିବ ପ୍ରଶଂସାର ସ୍ମାରକୀଟିଏ,
କହୁଥିବ ନିଆଁକୁ ନିନ୍ଦିଛି ବା କିଏ ?


ଛତ୍ରଗଡ଼, ଖୋର୍ଦ୍ଧା

2 thoughts on “ଅଗ୍ନି ବଳୟ – ପ୍ରଶାନ୍ତ କୁମାର ସାହୁ”

ମନ୍ତବ୍ୟ ରଖନ୍ତୁ