କବିତା – ହେଇ ଆସିଲେ ତୋ ସିଏ ! – ବି. ନିରୁପମା

ଲେଖକ ପରିଚୟ

ବି.ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ | ସଦ୍ୟ ପୋଷ୍ଟ

ତୁମେ ନିତି ମୋତେ ସୁନ୍ଦରୀ କହୁଛ 
ସତରେ ନା ମିଛେ ମିଛେ ,
ଯେତେବେଳେ ମୁହିଁ ଯୁଆଡ଼େ ଯାଉଛି
ଗୋଡ଼ାଉଛ ପଛେ ପଛେ ।
ସାଙ୍ଗମାନେ ଦେଖି ଚିଡ଼ାଉ ଅଛନ୍ତି
‘ହେଇ ଆସିଲେ ତୋ ସିଏ ,
ସାରା ଅଞ୍ଚଳରେ ରସିକ ନାଗର
ନାଆଁ ପାଇଛନ୍ତି ଯିଏ ।’
ଗାଡ଼ି ଧରି ତୁମେ ଘୂରି ବୁଲୁଅଛ
ମୋ ପଛରେ ଘାଇଁ ଘାଇଁ ,
ସାଥୀମାନେ ଦେଖି କହୁଛନ୍ତି ମୋତେ
‘ତୋହଭଳି ଭାଗ୍ୟ କାଇଁ !!
ରାଜାପୁଅ ଭଳି ଚେହେରା ଯେମିତି
ହୃଦୟଟି ପୂରା ଖୋଲା ,
ମନା ନ କରିକି ରାଜି ହୋଇ ଯାଆ
ପରେ ପସ୍ତେଇବୁ ଶୀଲା ।’
ତାଙ୍କ କଥା ଶୁଣି ଭାବନା ଆସିଛି
କହୁଅଛି ଖୋଲି ଆଜି ,
ମୋ ହୃଦୟ ଏବେ ତୁମକୁ ଦେବାକୁ
ଅଛି ପୂରା ମୁହିଁ ରାଜି ।
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ