କବିତା – ଅଭିଳାଷ – ବିଷ୍ଣୁ ପ୍ରସାଦ ମିଶ୍ର

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।


ଅଳସୀ କ୍ଷେତରେ ଅଳସ ଭାଙ୍ଗୁଛି
ପାହାନ୍ତି ପହର ଶୀତ,
ଫୁକିଆ ତାରା କୁ ବିଦାୟ ଜଣାଇ
କୁକ୍କୁଟ ରଚଇ ଗୀତ.
ପୂରୁବା ସୁନ୍ଦରୀ ମଥାରେ ସିନ୍ଦୁର
ସକାଳ ସୂରୁଜ ରଚେ,
ଷୋରିଷ ଗଛରେ କାକର ମୁକୁତା
ହୀମର ପ୍ରଭାତ ସଞ୍ଚେ.
ଶୁଖିଛି କଦମ୍ବ ମଉଳିଛି ବାସ
ଚହଟେ ରଜନୀଗନ୍ଧା,
ମନ୍ଦ ପବନର ମହକ ଭିତରେ
ଅମାନିଆ ମନ ବନ୍ଧା.
ଗଞ୍ଜଣା କୁଞ୍ଜରେ ଦିନ ଥାଉ ହୁଏ
ସଞ୍ଜ ପର ଘନ ରାତି,
ମନ ବଗିଚାର ଗଙ୍ଗଶିଉଳୀ’ଟା
ଫୁଟି ଝଡ଼ୁଥାଏ ନିତି.
ବିରହ ଯାହାର ସୁଖର ସଉଦା
ଦୁଃଖ କିବା ଅବଶୋଷ,
ପଳାଶ ଫୁଲରେ ମଧୁମକ୍ଷୀକା’ର
ନ’ଥାଏ ଟି ଅଭିଳାଷ.


ରଚନା : ବିଷ୍ଣୁ ପ୍ରସାଦ ମିଶ୍ର

ଠିକଣା : ରଥଶର୍ମା କଲୋନୀ, କୋରାପୁଟ,  ଦୂରଭାଷ : 9124049129


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ