କବିତା – ମୋ ମନ ମୟୂରୀ – ଦେବବ୍ରତ ବାରିକ

ଲେଖକ ପରିଚୟ

ଦେବବ୍ରତ ବାରିକ
ଆନନ୍ଦପୁର, କେଉଁଝର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମ ଆଖି ଆଗରେ
ଜଣେ ରହିଛି ଲୁଚି
ମୁରୁକି ମୁରୁକି ହସୁଛି
କହି ପାରୁନି କିଛି
କେତେ ଭଲ ପାଏ ଜାଣିନି
ମୁଁ ଯେ ପ୍ରେମ ପାଗଳ
ରାତି ରାତି ବସି ଭାବୁଛି
ପ୍ରେମେ ହେଇ ବିଭୋର..
ନିଦ ନାହିଁ ଏଇ ଆଖିରେ
ରାତି ଯାଉଛୁ ସରି
ଆସିବ ବୋଲି ମୁଁ ଚାହିଁଚି
ମୋ ଆଖିକୁ ବୁଜି
ସପନ ପ୍ରେୟସୀ ମୋର
ଆଗୋ ବର୍ଷା ର ରାଣୀ
କେବେ ଆସି ପାଖେ ରହିବ
ଦିନ ଗଡି ଗଲାଣି
କେବେ ଯେ ଘଟିବ ଅନ୍ତ
ଏତେ ଅପେକ୍ଷା କରି
ଆସିବ କେବେ ତ କୁହ
…ମୋ ମନ ମୟୂରୀ

ରଚନା : ଦେବବ୍ରତ ବାରିକ

ଠିକଣା : ଆନନ୍ଦପୁର କୋର୍ଟ
ଆନନ୍ଦପୁର, କେନ୍ଦୁଝର,   ଦୂରଭାଷ :


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ