କବିତା – ହାୟରେ ଆଇନ ହାୟ – ନରେନ୍ଦ୍ର ପ୍ରସାଦ ବେହେରା

ବିଶାଳ ଭୂଖଣ୍ଡ ଏ ଦେଶ ଭାରତ
ସମସ୍ତେ ଆମେ ଜନତା
ଶତ ଧନ୍ୟବାଦ ଦେବି ଏ ଦେଶକୁ
ସଭିଙ୍କୁ ଦେଇ ଵାରତା ।୧।
କେତେ ମୁନିଋଷି ରାଜା ଜମିଦାର
ଗଲେଣି ସବୁ ଏ ଦେଶୁ
ଭାବି ନଥିଲେ ସେ ମନର ମଧ୍ୟରେ
ଆଇନ ମାଟିରେ ମିଶୁ ।୨।
ଲେଖି ଦେଇଗଲେ ଆଇନ ବହିରେ
ସଭିଙ୍କ ପାଇଁ ସମାନ
କିଏ ଜାଣିଥିଲା ଅନୀତି ହୋଇବ
ଧର୍ମର ହେବ ମରଣ ।୩।
ଧମକ ଚମକ ବଢିତ ଗଲାଣି
ମିଳୁନି କେଉଁଠି ନ୍ଯାୟ
ଭୁଲ୍ ଠିକ୍ ଏଠି ନିର୍ଣ୍ଣୟ ହେଉନି
ହାୟରେ ଆଇନ ହାୟ ।୪।
ଧନୀ ଲୋକ ଏଠି କରୁଛି ଅନ୍ଯାୟ
ଶାସନ କଳରେ ଥାଇ
ଗରିବ ପାଉନି ନ୍ଯାୟ ଏଠି ଭାଇ
ଆଇନ ପଛେ ଗୋଡାଇ ।୫।
ଟଙ୍କାରେ ଖେଳୁଛି ଧନୀଲୋକ ଏଠି
ନିଜର ସୁରକ୍ଷା ପାଇଁ
କାନ୍ଦି ମରୁଅଛି ଗରିବ ଲୋକଟି
ଆଇନ ତା’ ପାଇଁ ନାହିଁ ? ।୬।
ଆଇନକୁ କିଣି ନେବାରେ ସକ୍ଷମ
ହେଉଛନ୍ତି କେତେ ଜଣ
ପଚାରିଲେ ତାଙ୍କୁ କହିବେ ତୁମକୁ
ମୁହଁକୁ କରିଣ ଟାଣ ।୭।
ବିଚାରକ ଆଜି ପାରୁ ନାହିଁ କରି
ନ୍ଯାୟ ଅନ୍ଯାୟ ବିଚାର
ସତ୍ଯକୁ କରନ୍ତି ମିଛ ରୂପଦେଇ
ବଳିୟାନ ଧୁରନ୍ଧର ।୮।
ସାକ୍ଷୀ କିଣାଯାଏ ଅର୍ଥର ପ୍ରଭାବେ
ଅବା ଭୟ ଦେଖାଇଣ
ପରିବାର ଧ୍ବଂସ ପାଇଣ ଧମକ
ସାକ୍ଷୀ ହୁଏ ହଇରାଣ ।୯।
ଆଇନ ନିର୍ମାତା ଲେଖନୀ ମୁନରେ
ଲେଖିଥିଲେ ଯେଉଁ ନୀତି
ନ୍ଯାୟଦେବୀ ସାଜେ ଅନ୍ଧମୁକ ଆଜି
କାଠଗଡା ତାକୁ ଭିତି ।୧୦।
ନ୍ଯାୟର ଦେବତା ଗାଦିରେ ବସିଛି
ବିଚାର କରିବା ପାଇଁ
ଠିକ୍ ତଥ୍ଯ ଯଦି ସାମ୍ମାକୁ ନ ଆସେ
ଦୋଷୀ ଦଣ୍ଡପାଏ ନାହିଁ ।୧୧।
ଧନ୍ଯ ଏହି ଧର୍ମ ଦେଶର ଆଇନ
ବାଟବଣା ନ୍ଯାୟାଳୟ
ନ୍ଯାୟ ଦେବୀ ହାତେ ଧରିଛି ନିକିତି
ହାୟରେ ଆଇନ ହାୟ ।।୧୨।।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦
