କଳଙ୍କିତ ଲାଗେ ପ୍ରୀତି – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଭୁଲି ପାରୁନାହିଁ ସେଇ ଅତୀତକୁ
          ମନେ ହେଉଅଛି ଗୁଣି
  ସପନେ ଆସିବ କଥା ଦେଇଥିଲ
           ସିନ୍ଦୁରା ତ' ଫାଟିଲାଣି …..

       ଲେଖି ପାରୁନାହିଁ ପ୍ରେମର କବିତା
                 ମନ ମୋ' ଗଲାଣି ମରି
          କହିପାରୁ ନାହିଁ ମନର ଭାଷାକୁ
                     ସମାଜକୁ ଡରି ଡରି …..

ପ୍ରେମ ଆବେଗରେ ତୁମ ପ୍ରତିଶୃତି
              ପାଲଟି ଯାଇଛି ସ୍ମୃତି
        ବୁଝି ପାରୁନାହିଁ ତୁମରି ପ୍ରମକୁ
            କଳଙ୍କିତ ଲାଗେ ପ୍ରୀତି ……

      ✍ସନ୍ତୋଷ ପଟ୍ଟନାୟକ ,ବେଗୁନିଆପଡା ବ୍ଳକ୍ , ଗଞ୍ଜାମ 


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ