କଥାଠାରୁ କାମ ବଡ଼ – ହରିଶ୍ଚନ୍ଦ୍ର ହୋତା

ଲେଖକ ପରିଚୟ

ହରିଶ୍ଚନ୍ଦ୍ର ହୋତା
ମୂଷାବଣି ସରକାରୀ ଉ.ପ୍ରା. ବିଦ୍ୟାଳୟ, ଭାଲୁବସା, ରାଇରଙ୍ଗପୁର, ମୟୂରଭଞ୍ଜ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

କଥାଠାରୁ କାମ ବଡ଼
ଜାଣିଥାଅ ଜଗତେ,
ନଭୁଲିବ ମନୁ ପିଲେ
ଥିବାଯାଏ ମରତେ ll
ଗାନ୍ଧୀ, ଜବାହର ନିଜ
କାମ ପାଇଁ ଅମର,
ଦେଶ ନୁହେଁ ବିଶ୍ୱକୁ ବି
କରିଗଲେ ନିଜର ll
ଦେଖ ମଧୁ, ଗୋପବନ୍ଧୁ
ଦାନ ତାଙ୍କ ମହାନ,
ଏ ଓଡ଼ିଆ ଜାତି ପାଇଁ
ଦେଇଥିଲେ ଧିଆନ ll
ସେଵାମୟୀ, ସ୍ନେହମୟୀ
ଥିଲେ ମାଆ ଟେରେସା,
ବିଶ୍ୱଜୟୀ   ସନ୍ଥ    ଆଜି
ମନେ ରଖି ଭରସା ll
ତୁମପରି  ଛୋଟ    ପିଲା
ବାଜି ଆଉ ଧରମା,
ରଖିଗଲେ  ନାମ    ତାଙ୍କ
ହୋଇ ସଦକରମା ll
ସେଇ    ମହା ପୁରୁଷଙ୍କ
ପଥ ଆମେ ବରିବା,
ଦେଶ ପାଇଁ, ଜାତି ପାଇଁ
କାମ ସଦା କରିବା ll
କଥା ନୁହେଁ କାମେ ଆମେ
ଆଗୁସାର ହେବାରେ,
ନିଜେ ହସି ଏ ଜଗତ
ହସାଇ ଯେ’ ଦେବାରେ ll

ହରିଶ୍ଚନ୍ଦ୍ର ହୋତା, ରାଜ୍ୟ ପୁରସ୍କାର ପ୍ରାପ୍ତ ପ୍ରଧାନଶିକ୍ଷକ,
ମୂଷାବଣି ସରକାରୀ ଉପ୍ରା. ବିଦ୍ୟାଳୟ, ଭାଲୁବସା,
ରାଇରଙ୍ଗପୁର, ମୟୁରଭଞ୍ଜ l
ଦୂରଭାଷ:-9438745662

 


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ