କବିତା – ଅନ୍ଧ ବିଶ୍ଵାସ – କୁମୁଦ ଚନ୍ଦ୍ର ଦଳେଇ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଅନ୍ଧ ବିଶ୍ବାସ… ଯାହା ଅବାସ୍ତବ
ଏକ ମାନସିକ ବ୍ୟାଧି
ଅଦୃଶ ଭୟ..
ଅଜ୍ଞାନତା ର ପ୍ରତିଫଳନ..
ଭୟ.. ମରଣ ର, ଗୁଣି.. ଗାରେଡ଼ି ର
ଧର୍ମ. ଧର୍ମାନ୍ତର ର, ବିଧି… ବିଧାନ ର
ପ୍ରତ୍ୟକ ବ୍ଯକ୍ତି
ଅନ୍ଧ ବିଶ୍ବାସ ର ବଶବର୍ତ୍ତୀ
କାରଣ… ମୋହ
ପାରିବାରିକ ମୋହ ସମ୍ପର୍କର ମୋହ
ଭୋଗ ବିଲାସର ମୋହ, ପ୍ରଭୁତ୍ଵ ର ମୋହ
ଅନ୍ଧ ବିଶ୍ବାସ ବାସ ବାନ୍ଧିଥାଏ
ପ୍ରତ୍ୟେକ ମଣିଷ ର
ମନରେ, ଜ୍ଞାନରେ, କର୍ମରେ
ଆଚରଣ ରେ ଓ ଉଚ୍ଚାରଣ ରେ
ପ୍ରୟାସ କରିଥାଏ
ବଶବର୍ତ୍ତୀ କରାଇବାକୁ
ବ୍ୟକ୍ତି କୁ, ପରିବାର କୁ, ସାମାଜ କୁ
ଏପରି କି.. ବିଶ୍ଵ ସମୁଦାୟ କୁ
ଏବଂ
ସାଜିଥାଏ କାରଣ ବିନାଶର
ବ୍ୟକ୍ତି ବ୍ୟକ୍ତି ମଧ୍ୟରେ, ପରିବାର ପରିବାର ମଧ୍ୟରେ
ଧର୍ମ ଧର୍ମ ମଧ୍ୟରେ, ଜାତି ଜାତି ମଧ୍ଯରେ
ସ୍ରୁଷ୍ଟି କରିଥାଏ ବିଚ୍ଛେଦ
ସ୍ଵାମୀ ସ୍ତ୍ରୀ ମଧ୍ୟରେ, ଭାଇ ଭାଇ ମଧ୍ୟରେ
ଜାତି ଜାତି ମଧ୍ୟରେ ଓ ଦେଶ ଦେଶ ମଧ୍ୟରେ
ଓ ଆଦରି ନେଇ ଥାଏ
ହତ୍ୟା, ଲୁଣ୍ଠନ, ଦଙ୍ଗା, ପୋଡାଜଳା, ରକ୍ତ ପାତ ଭଳି
ପୈଶାଚିକ କର୍ମ କୁ
ପଶ୍ଚାତ୍ପଦ ହୁଏ ନାହିଁ
ଆପଣେଇ ବାକୁ ପାଶବିକ ଅତ୍ୟାଚାର ର
ଲୁଟିବାକୁ ଇଜ୍ଜତ୍ ମା ଭଉଣୀ ଙ୍କର୍
ଜୀବନ ନେବାକୁ ନେବାକୁ
ମଣିଷ ଓ ନୀରିହ ପଶୁ ପକ୍ଷୀ ଙ୍କର
ପ୍ରଦୂଷିତ କରିବାକୁ, ପ୍ରକୃତି ଓ ପରିବେଶକୁ
ଯାଥା. ମା.. ଆ.. ବା. ପା. ଆ ଭଳି
ପଞ୍ଚ ମହା ଭୂତ କୁ
ଆପଣ ବିଚାର କରନ୍ତୁ
ଏହା ଜଣେ ବିଜ୍ଞ, ସଭ୍ୟ ମଣିଷ ପକ୍ଷେ କେତେ ସମୀଚୀନ

ରଚନା : Kumuda chandra Dalei
ଠିକଣା : Polasara ganjam ଦୂରଭାଷ : 9861889305
