ଫୋନି ଗଲା ପରେ ପରେ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ସମ୍ପାଦକ - | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଫୋନି ମହାକାଳ           

      ଦନୁଜ ଆସିଲା    
ଓଡିଶା ପ୍ରଦେଶ ବୁଲି
ଦୁଇଘଣ୍ଟା ମାତ୍ର
      ରଚିଲା ତାଣ୍ଡବ
ସବୁ କରିଦେଲା ଖାଲି   ।।
ଭାଙ୍ଗି ରୁଜି ସବୁ
      ଚୁରମାର କରି    
ହତଶୀରି କରିଦେଲା
ମୁହୁର୍ତ୍ତ ଭିତରେ 
      ତା ଲେଲିହାନ ଜିହ୍ୱା  
ସବୁଜିମା ଚାଟିନେଲା   ।।
ସଙ୍ଗେ ଅଣଚାଶ   
        ପବନ ସହିତ    
ଚାରିମେଘ ଏକାକାର
ପ୍ରଳୟ ସମାନ 
      ରତ୍ପାତ ତା ରୂପ  
ସତେ କେଡ଼େ ଭୟଙ୍କର   ।।
ଘୋର ଗରଜନ  
      ଦାନ୍ତ କଡମଡ  
କରି ତାର ନାଲି ଆଖି
ଦାରୁଣ ସେ ଲୀଳା  
      ରଚିଲା ରାକ୍ଷସ  
କରିଗଲା ନିରିମାଖୀ   ।।
ଅକାଳ ଚଡକ  
    ଅଦିନ ବଉଦ 
ଅବେଳରେ ଘୋଟିଆସି
ବିକଳାଙ୍ଗ କରି। 
  ଦେଇ ଚାଲିଗଲା 
କାହିଁ ଗଲ ବ୍ରହ୍ମରାଶି  ।।
ମହା ମହା ଦୃମ
   ଧରାଶାୟି ହେଲେ
ଲଣ୍ଡା କରିଗଲା ମହୀ
କେତେ ଘର ଭାଙ୍ଗି
  ବାସହରା କଲା
ତାହା ବଖାଣି ନୁହଇ  ।।
ହା ହୁତାସର   
    ବିକଳ କ୍ରନ୍ଦନ 
ରୋଳେ ମୁଖରିତ ଦେଶ
ବିର୍ଣ୍ଣନ ଦିଶଇ  
   ସବୁଜିମା ଭରା 
ଏହି ଉତ୍କଳ ପ୍ରଦେଶ  ।।
ଶୀରିହୀନ ଦିଶେ 
   ନାହିଁ ଗଛ,ବୃଛ 
ସବୁ ନିଃଶେଷ କରିଲା
ଅଦିନ ବାତ୍ୟା ଏ
  ଫୋନି କାଳରାହୁ
କାଳ ସମ ଘୋଟିଗଲା  ।।

HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ