ଅବୁଝା ମନକୁ ବୁଝାଇ ପାରୁନି – ନରେନ୍ଦ୍ର ପ୍ରସାଦ ବେହେରା

ଲେଖକ ପରିଚୟ

ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମନ ମୋର ଏକ ଅବୁଝା ନଈ

ଧିରେ ଧିରେ ଯାଏ ଆଗକୁ ଆଗେଇ ।
ଅବୁଝା ମନକୁ ବୁଝାଇ ପାରୁନି
କେବେସେ ବୁଝିବ ଜାଣି ପାରୁନି।
ନିଆଁରେ ପୋଡେନି ପବନେ ଉଡେନି
ଜଳରେ ନ ବୁଡି (ଜମା)ଆଗେଇ  ପାରେନି।
ଯେତେ ବାଧାବିଘ୍ନ ଆସିଲେତା ଆଗେ
ଖାତିରି ନକରି ଯାଏ  ସେ ବେଗେ।
ବସିବା ସ୍ଥାନରେ ନଥାଏ ସେ କେବେ
ଉଡୁଥାଏ ମନ ସାରା ବିଶ୍ବ ବ୍ରହ୍ମାଣ୍ଡେ।
ତୁ ସିନା ବସିଛୁ-ତୋ ବଡଦେଉଳରେ
ମୁଁ ବସି ଭାବୁଛି (ଏଠି) ତୋର ନାମକୁ ରେ।
ମୁଁ ସିନା ବସିଛି ମୋ ଘର ପିଣ୍ଡାରେ
ମନ ମୋର ଅଛି ତୋ ବଡଦାଣ୍ଡରେ ।
ଅତି ଅବୁଝା  ଏ ମନଟି ମୋହର
କେମିତି ବୁଝିବ  ତୁ କହ ଏଥର ।
ଦରଶନ ପାଇ ଦେଇ ଥଆନ୍ତି ବୁଝାଇ
 ଆନନ୍ଦରେ ହୋଇ ଥାଆନ୍ତି ମୁଁ ବାଇ।
ଯେତେ ବୁଝାଇଲେ ବୁଝୁ ନାହିଁ ସେତ
କହୁଛି ମୋତେ (ତୁ) ରୋକି  ପାରିବୁନି ସତ ।
ଭାରି ଅମାନିଆରେ କାଳିଆ ସୁନା
ଅବୁଝା ମନକୁ ଆଜି ବୁଝାଇ ପାରେନ।
ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ