ପାରୁନାହିଁ ତୁମ ରଥକୁ ଭିଡି – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସଦ୍ୟ ପୋଷ୍ଟ

ଏହି ବିଷୟଟି 2 ଜଣ ପାଠକ ପଢି ସାରିଛନ୍ତି

ଦୁଃଖହର ହରି କଷଣକୁ ଫେଡି 

         ପାରୁନାହିଁ ତୁମ  ରଥକୁ ଭିଡି
 ଶୂନ୍ୟ ମନେମୋର ମିଶୁ ଭାବଡୋର 
            ମନ ଗୁଣୁଥାଉ ଭକତି ସିଡି…..
 ପଙ୍କିଳ ମାୟାରେ ଉବୁଟୁବୁ ମନ
      ମାୟାମୋହଟାକୁ ଆବୋରି ବସି
  ସୁଖପାଇଁ ନିତି ଭକ୍ତି ଭାବ ପ୍ରୀତି
            ଭଜୁଥାଏ ପ୍ରଭୁ ନାମକୁ ଘୋଷି…..
ଆସକ୍ତିରେ ଭରା ହୃଦୟଟା ମୋର
     ଭାବଗ୍ରାହୀ ବୁଝ ଭାବକୁ ହେଳେ
 କେମିତି ଭକତ ହେବିମୁଁ’ ତୁମରି
      ଦୀନବନ୍ଧୁ କୃପା ଦିନେ ନହେଲେ…..
  ଲୋକେ କୁହାକୁହି ହେଲେଣିଯେ’ କେତେ
           ପାପି ଗୋଟେ କାଳେ ଅଟଇ ମୁଁହିଁ
    ତୁମରି କରୁଣା  ବିନା କି ସମ୍ଭବ !
         ସନ୍ତୋଷେ ମିଳିବା ଜଗତ ସାଇଁ…

HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ