ଉଷ୍ମତା – ରବୀନ୍ଦ୍ର କୁମାର ବିଶ୍ଵାଳ

ଲେଖକ ପରିଚୟ

ରବୀନ୍ଦ୍ର କୁମାର ବିଶ୍ଵାଳ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ତ ଗୋଟେ କୁହୁଡି ଘେରା ନିରୀହ ଶୀତରାତି
ଉଷ୍ମତା ଦେବା ବାହାନାରେ କେତେ
ଜଲ୍ଲାଦ କେତେଥର ମାରିଛି ପ୍ରତାରଣାର କାତି ।
ତୁ ଦେଖ ମୋ ଭିତରେ କେମିତି ମତେ ଟିକି ଟିକି କରି ଖାଉଛି
ତୋତେ ହରେଇ ଦେବାର ଗୋପନୀୟ ଭୀତି ।
ଏବେ ମୁଁ ବସିଛି ମୋ ଦୁଃଖର ପାହାଡ଼ ଉପରେ
ଆଖିର ଆଇନାରେ ଖାଲି ଶୂନ୍ୟତା ଖେଳିବୁଲେ ।
ମତେ ଖାଲି ଶୁଭିଯାଏ ମୋ ଜୀବନର କ୍ଲାନ୍ତ ଶାହାନାଇ
ଅବଶିଷ୍ଟ ଜୀବନ ବଞ୍ଚିବାକୁ
ତୋ ଚ୍ଛଡା ମୋର ଆଉ କିଛି ରାହାନାହିଁ ।
ତୁ ଯଦି କହିବୁ..
ଆଉ କିଛି କହିବିନି କବିତା ଆଳରେ. .
ଯେତେ ଅଭିମାନ, ଯେତେ ଅସହାୟତାକୁ
ବଖାଣିବିନି ଗପର ସାହାରାରେ ।
ଯେତେ ଯେତେ ତୋର ମୋର ଗୋପନୀୟ ଭାବ
ସାଇତି ରଖିଦେବି ମୋ ହୃଦୟର ନିବୁଜ କୋଣରେ ।
ଆଉ ଖୋଜିବି ନିତୋ ଛାତିର ଉଷ୍ମତା
ମୋ ଆୟୁଷର ଶେଷ ସୀମାଯାଏଁ ।

Writer’s Details: Rabindra Kumar Biswal. Acharya Vihar, Bhubaneswar-751013
Content Category:
Submission Date: Jul 13, 2019


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ