କବିତା – ହେ ପ୍ରେମ ! – ଅଜୟ କୁମାର ସାହୁ
ଲେଖକ ପରିଚୟ

ଅଜୟ କୁମାର ସାହୁ

ହେ ! ପ୍ରେମ ! କୁଆଡେ ଯାଇଛ ଛାଡି?
ନାହଁ ତୁମେ ଏବେ ମା ର ପଣତେ
ସ୍ନେହ ମମତାର ରୂପ ଧରି ।
ଭାଇ ର ବିଶ୍ବାସେ ହଜିତ ଯାଇଛ
ସ୍ବାର୍ଥନ୍ବେଷୀ ଶତ୍ରୁ ପରି ।। ୧
ସ୍ବାମୀ ସ୍ତ୍ରୀ ଏଠି ଝଗଡ଼ା ଲାଗନ୍ତି
ତୁମେ ନାହଁ ବୋଲି ଘରେ ।
ବ୍ରୁଦ୍ଧ ବାପା ମାଆ ନିତି କାନ୍ଦୁଛନ୍ତି
ତୁମେ ଚାଲିଗଲା ପରେ । ୨
ପ୍ରେମିକ ପ୍ରେମିକା ପାଖେ ରହିଅଛ
କ୍ଷଣିକ ସୁଖକୁ ଧରି ।
କିଛି କ୍ଷଣ ପରେ ଅଲଗା କରୁଛ
ଅବିଶ୍ବାସ ଦୁଃଖ ଭରି । ୩
ପ୍ରେମ ପ୍ରେମ ବୋଲି ସଭିଏଁ ଖୋଜନ୍ତି
ପ୍ରେମତ ମିଳଇ ନାହିଁ ।
ନିସ୍ପ୍ରେମ ନିଆଁ ରେ ସଭିଏଁ ଜଳନ୍ତି
ସାତ୍ତ୍ୱିକ ପ୍ରେମ କାହିଁ । ୪
ରଚନା : ଅଜୟକୁମାର ସାହୁ
ଠିକଣା : ବାସୁଦେବପୁର, ଖଣ୍ଡପଡା,ନୟାଗଡ଼ ।
ବର୍ତ୍ତମାନ ଠିକଣା – ଆସିକା, ଗଞ୍ଜାମ, ଦୂରଭାଷ : 9439338890
