ଅନାମ ଚରଣ ସାହୁ – ଭଉଣୀକୁ ଚିଠିଟିଏ

ଲେଖକ ପରିଚୟ

ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ | ସଦ୍ୟ ପୋଷ୍ଟ

Read More

ରାଖୀ ପୂର୍ଣ୍ଣିମାରେ ଲେଖୁଛି ଲୁହରେ

ଘେନିବୁ ଆଶିଷ ମୋର
କେଉଁ ଦୂର ଦେଶେ ରହିଛୁ କି ବେଶେ
ଭଗିନୀ ମୋ ଆପଣାର ।
ଅଭିମାନ କରି ଦୂରେ ଗଲୁ ଚାଲି
ଛାଡି ତୋ ଆପଣା ଘର
କାହା ଅଭିଶାପ ଭରିଲା ସନ୍ତାପ
ଛିଣ୍ଡାଇ ସେନେହ ଡୋର ।
ତୁ’ ଗଲାପରେ ହୃଦୟ ମୋ ଝୁରେ
ଶ୍ରାବଣୀରେ ରାଖୀ ପାଇଁ
ଲାଗେ ମୋତେ ସତେ ଅଛୁ ମୋର ପାଶେ
ସେନେହ କାଙ୍ଗାଳୀ ହୋଇ ।
ମଥାରେ ମୋହର ବିଜୟ ତିଳକ
ଟାଣିଥିଲୁ ଶେଷଥର
ନ ରଖିଲି ତୋର ଭରଷା, ବିଶ୍ବାସ
ଟାଣିଲି ବିଭେଦ ଗାର ।
ଗଗନରେ ରହି ରହିଥିବୁ ଚାହିଁ
ଦେଇ ତୋ ସ୍ବର୍ଣ୍ଣାଭ ଆଭା
ରାଖୀ ଟିଏ ପରା ନୁହେଁ ଖିଏ ସୂତା
ଅଟେ ଏ ସଂସାର ଶୋଭା ।

Writer’s Details: ଅନାମ ଚରଣ ସାହୁ
ବିଭୂତିପୁର, କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦Content Category:
Submission Date: Aug 15, 2019


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ