ନିଶବ୍ଦ – ରବୀନ୍ଦ୍ର କୁମାର ବିଶ୍ଵାଳ

ଲେଖକ ପରିଚୟ

ରବୀନ୍ଦ୍ର କୁମାର ବିଶ୍ଵାଳ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଲୋଡ଼ା ନାହିଁ ବି ତୁମ ପ୍ରେମ କି ଶ୍ରଦ୍ଧାପଣ
ନିସର୍ତ୍ତ ରେ ମୁଁ ଫେରେଇ ଦେଲି
ତୁମ ଅତର ଭିଜା ଗୋଲାପି ଚିଠି
ଭୁଲି ଗଲି ବାଟବଣା ଦିନ, ଆଉ
ହଜେଇ ଦେଲି ମୁଁ ସେଇ ନିଝୁମ ରାତି ର ସ୍ମୃତି…
ଏବେ ଦିଅ ମେଲାଣି
ମୁଁ ଶୋଇ ଯାଏ ନିଶ୍ଚିନ୍ତ ରେ
ଦୁଃଖ ର ଚାଦର ଘୋଡି ହୋଇ
ଯାଉ ଯେତେ ବେଦନାର ଭରା ନଈ
କୂଳ ଲଙ୍ଘି ଉଛୁଳି ଉଛୁଳି l
ଏମିତି ବି କୋଉ ଦୁଃଖ ବାକି ଅଛି କି ଆଉ
ତେଣୁ ମୁଁ ଏବେ ବେଫିକର
ବେହିସାବ ବି ରହିଥାଉ ଜୀବନ ର ବାକିଖାତା
ଦୁଃଖ ର ଅବା ସୁଖ ର..
ଦୁଃଖ ତ ମୋର ଅତି ଆପଣାର
ନିଶବ୍ଦ ଅନ୍ତରଙ୍ଗ ଅବୁଝା ଆଳାପ
ଏବେ ଭାବେ
ଟିକେ କଥା.. ଟିକେ ହସ
ଟିକେ ସ୍ନେହ ତୁମର
କାହିଁକି କେଜାଣି ସେତେବେଳେ
ମୁଁ ଏତେ ବେଶି ଲୋଡୁଥାଏ l

Writer’s Details: ରବୀନ୍ଦ୍ର କୁମାର ବିଶ୍ୱାଳ,
ଆଚାର୍ଯ୍ୟ ବିହାର , ଭୁବନେଶ୍ୱର -୭୫୧୦୧୩.
୯୩୩୭୨୩୨୨୩୩
Content Category:
Submission Date: Aug 19, 2019


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ