ଅଗଷ୍ଟ ପନ୍ଦର ପରେ ପରେ – ଦିଲିପ୍ କୁମାର ତ୍ରିପାଠୀ

ଲେଖକ ପରିଚୟ

Blog | +

ଏହି ବିଷୟଟି 6 ଜଣ ପାଠକ ପଢି ସାରିଛନ୍ତି

ଭାରତ ମାତାର ଜୟ ଜୟ ଧ୍ୱନି

ଶୁଭୁନାହିଁ ଆଉ ଘରେ ଘରେ
ମହାନ ଭାଷଣ,ମହାନତା ସ୍ୱର
ବିଲୟ ହୋଇଲା ଗଗନରେ
ମିଛ ପ୍ରତିଶ୍ରୁତି ଦେଇ ଫେରିଗଲେ
ଅଗଷ୍ଟ ପନ୍ଦର ପରେ ପରେ ।୦।
ଭାରତ ମାତାର ଭବିଷ୍ୟତ ମାନେ
ବାହାରିଗଲେଣି କାମରେ
ଗଲା କାଲିର ସେ ମିଷ୍ଟାନ୍ନ ଭୋଜନ
ଆଉ କି ରହିବ ପେଟରେ ?
ଗରିବ ଲୋକଟା ଗରିବ ହିଁ ହେଲା
ଅଗଷ୍ଟ ପନ୍ଦର ପରେ ପରେ ।୧।
ସେମାନେ କହିଲେ ମିଛରେ ଦି ପଦ
ଆସନ ମିଳୁଛି ଦିଲ୍ଲୀରେ
ନିରୀହ ଜନତା ମାଗିଲେ ତା ପ୍ରାପ୍ୟ
ପଛରୁ ପଡ଼ିବ ପାହାରେ
ସମ୍ବିଧାନ ନୀତି ବଦଳି ଯାଇଛି
ଅଗଷ୍ଟ ପନ୍ଦର ପରେ ପରେ ।୨।
ଦେଇ ଦେଇ ସବୁ ଅନାର୍ଯ୍ୟ ମାନଙ୍କୁ
ନିଅଣ୍ଟ ଥିଲ ମୋ ଦେଶରେ
ଦେଶ ଯୋଗକ୍ଷେମ ଶପଥ ନେଇକି
ମାତିଲେ ଆପଣା ସ୍ୱାର୍ଥରେ
ଆହୁରି ଶ୍ରୀହୀନ ଦିଶିଲା ଦେଶଟା
ଅଗଷ୍ଟ ପନ୍ଦର ପରେ ପରେ ।୩।

ଦିଲିପ୍ କୁମାର ତ୍ରିପାଠୀ
କୁନ୍ଦନଦେଇପୁର ଶାସନ, ପର୍ଜଙ୍ଗ,ଢେଙ୍କାନାଳ 
ଦୂରଭାଷ- ୯୭୭୮୧୦୬୧୦୫

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments