ନିଆରା ଅନୁଭୂତି – ମହେଶ୍ୱର ଦାଶ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।
କଥା ହେଲେ ତମ ସାଥେ ଥରେ
ଖେଳିଯାଏ ମନେ ଅପୂର୍ବ ପୁଲକ
ଥରେ ଦେଖିଲେ ତମକୁ ଦେହେ
ବୋଳିହୋଇଯାଏ ଗୋଲାପର ମହକ
ତମ ଆଖିରେ ମିଶିଗଲେ ଆଖି
ଲହଡି ଭାଙ୍ଗେ ପ୍ରୀତିର ପ୍ରାବଲ୍ୟ
ମୋ ଶିରା ପ୍ରଶିରାରେ ପ୍ରତିଟି ରକ୍ତ ବିନ୍ଦୁରେ
ତମ ଛଡ଼ା କେହି ବୁଝିବେନି ତା ମୂଲ୍ୟ
ଛୁଇଁଲେ ତମକୁ ଥରେ ନିରୋଳାରେ
ମିଳିଯାଏ ମୋତେ ସ୍ବର୍ଗୀୟ ଆନନ୍ଦ
ସେ ସମୟେ ମନେ ମୋ ନଥାଏ
ସଂସାରର ମାୟା,କପଟ ଓ ଛନ୍ଦ
Writer’s Details: ମହେଶ୍ୱର ଦାଶ,ନରସିଂହପୁର ଶାସନ, କେନ୍ଦୁଝର
Content Category:
Submission Date: Sep 04, 2019

ପଢିବାକୁ ଭୁଲନ୍ତୁ ନାହିଁ
