ତୋ ବିନା – ସନ୍ତୋଷ ପଟ୍ଟନାୟକ

ଲେଖକ ପରିଚୟ

ସନ୍ତୋଷ ପଟ୍ଟନାୟକ
ତିରିଡା, ବେଗୁନିଆପଡା ବ୍ଲକ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଶରଦ ଶ୍ରୀହୀନ ବସନ୍ତ ବିଦୀର୍ଣ୍ଣ
   ସୁଖିଲାଣି ସୁଖ ମୋହ
ଜୀବନ ବାଟିକା ଲାଗେ ମରିଚିକା
   ବିଦଗ୍ଧି ହୃଦୟେ କୋହ….

             ଯୌବନ ଭ୍ରମୁଛି ସ୍ମୃତିନଦୀ ତୀରେ
                   ଖୋଜି ଖୋଜି ମଧୁଗୀତି
               ସାତ ସପନ ସେ ମୃଦୁ ଚୁମ୍ବନଟା
                       ବିରହ ଖୋଜଇ ରତି….

ମନ ମନ୍ତ୍ରଣାରେ ବିବେକ ବିବଶ
   ବିଗତ ସ୍ମୃତିକୁ ଝୁରି
ବାଧ୍ୟ ବାଧ୍ୟତାରେ ଜିଉଁଛି ଜୀବନ
    ଜିଅନ୍ତା ଶବଟେ ପରି….

                   ଜୀବନଟା ଏଠି ତମସା ଆଚ୍ଛନ୍ନ
                         କାଳବୈଶାଖିର ଭୀତି
            କି’ ସରାଗେ ଆଉ ଖୋଜିବି ପୁନେଇଁ
               ଜହ୍ନ ଜୋଛନାର ରାତି…..

ସନ୍ତୋଷ ପଟ୍ଟନାୟକ,
ବେଗୁନିଆପଡା ବ୍ଳକ୍, ତିରିଡା, ଗଞ୍ଜାମ 


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ