ଅସ୍ପଷ୍ଟ – ଲକ୍ଷ୍ମୀନାରାୟଣ ପଟ୍ଟନାୟକ

ଲେଖକ ପରିଚୟ

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପ୍ରଶ୍ନ କରୁଛି ମୁଁ ନିଜେ ନିଜକୁ
କାହିଁକି ମୁଁ ପାଦ ଥାପିଛି ଏ ଦୁନିଆଁ ବୁକୁରେ
କେମିତି ଆପଣେଇଛି ଅନିଶ୍ଚିତ ମୁହୂର୍ତ୍ତକୁ..
ନାଁ ତା’ର ଜୀବନ
ଜାଣି ସୁଧା ଅବଶ୍ୟମ୍ଭାବୀ ସତ୍ୟକୁ
କରିଚାଲିଛି ସ୍ଵାର୍ଥର ସାଧନ ॥

ଜୀବନ ଯେ ପାନ୍ଥଶାଳାର ରାତିଟିଏ
ସକାଳ ଆସିବା ପୂର୍ବରୁ
ପାଶୋରୀ ଦିଏ ସବୁ ଠିକଣା
କେମିତି ପାରୁନି ମୁଁ ବୁଝି..
ଏ ମିଥ୍ୟା ପ୍ରବଞ୍ଚନା
ଶୁଣି ସୁଧା ମହାକାଳର ଡାକରାକୁ
ପାଲଟିଛି ରାତିର ବାରଙ୍ଗନା ॥

ପୁଣି, ମଶାଣିର ଜୁଇ ଆଲୋକରେ
ଦେଖୁଛି ମୋ ପରଳ ଆଖିରେ
ଅସ୍ପଷ୍ଟ ହେଲେବି, ବାରି ହୋଇପଡୁଛି..
ଜୀବନର ସତ୍ୟ
ଆଉ ମହାକାଳର ତୁର୍ଯ୍ୟନାଦରେ
ଶୁଭୁଛି ହରିନାମ ସତ୍ୟ ରାମନାମ ସତ୍ୟ ॥

ଲକ୍ଷ୍ମୀନାରାୟଣ ପଟ୍ଟନାୟକ
ମଙ୍ଗଳାଯୋଡି, ଖୋରଧା, ଓଡିଶା
ଦୂରଭାଷ : ୯୮୬୧୬୧୬୧୨୬


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ