ସ୍ୱପ୍ନକୁ ସତ କରିବା – ସରୀତା ମହାନ୍ତି
ସପନ ଦେଖେଇ ହୃଦକୁ ଜିଣିଲ
ହୃଦୟରେ ଘର କଲ,
ଭଲପାଅ କେତେ ଜଣାଇଲ ମୋତେ
ନିଜର ବି କରି ନେଲ ।
ପ୍ରିତୀର ପରସ ପାଇଗଲାପରେ
ଖୁସିରେ ନାଚିଉଠିଲି,
ସତ୍ୟ କିମ୍ବା ସ୍ୱପ୍ନ ଭାବିବସି ମୁହିଁ
ମନକୁ ପ୍ରଶ୍ନ କରିଲି ।
ତୁମ ଆମ ପ୍ରେମ ସତ ଯେ ହୋଇବ
ଦୁନିଆକୁ ଜଣାଇବା,
ଦୁଇଟି ମନକୁ ଏକତ୍ର କରିଣ
ଦିନେ ଏକ ହୋଇଯିବା ।
ଘରପରିବାର ,ବନ୍ଧୁପରିଜନେ
ସମସ୍ତଙ୍କୁ ଜଣାଇବା,
ଦୁଇ ମନଯେବେ ଏକହୋଇଗଲା
ଆମେ ବା କଣକରିବା ।
ଭଲପାଇବାର ଦୃଷ୍ଟାନ୍ତ ଯେ ଦେବା
ଦୁନିଆକୁ ଜଣାଇବା,
ପାଇବାର କିଛି ଆଶା ରଖିବାନି
ନିଃ ସ୍ୱାର୍ଥପର ହୋଇବା ।
ତ୍ୟାଗ ମନୋଭାଭାବ ଦୁହେଁ ଯେରଖିବା
ବିଶ୍ୱାସ ବି ଦୃଢ ଥିବ,
ଯେତେ ଝଡଝଞାଜା ଆସିଲେ ଜୀବନେ
ହୃଦ କେବେ ନ ଭାଙ୍ଗିବା ।
ସପନ ଦେଖିବା ପୂରଣ କରିବା
ଆଗକୁ ଆଗେଇ ଯିବା,
ଯୋଡା ସହ ପରା ଘୋଡା ନୁହେଁ ସରି
ସଫଳ ନିଶ୍ଚେ ହୋଇବା ।
ସରୀତା ମହାନ୍ତି, ଶିକ୍ଷୟିତ୍ରୀ
ବାଲିଆପାଳ, ବାଲେଶ୍ୱର
