ଜନମବେଦୀରେ ଜଗତ ଠାକୁର – ଗୋପୀନାଥ ସେଠୀ

ଲେଖକ ପରିଚୟ

ଗୋପୀନାଥ ସେଠୀ
ବାଘମାରୀ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବାପାଙ୍କ ଜିଦି          ଜନମ ବେଦି
ପରେ ଦେଖିବି ଦିଅଁ ।
କହିଲା ବୋଉ        ସତେକି ଆଉ
ଦେଖିବା କଳା ମୁହଁ ।।

ସାଆନ୍ତ ପଣେ        ସାଆନ୍ତ ଜଣେ
ମୋ ପୁରୀ ସରକାର ।
ଦାସ ପଣରେ         ଡାକିଲି ଥରେ
ସୁଦୟା ପ୍ରଭୁ କର ।।

ଭକତ ବନ୍ଧୁ            କରୁଣା ସିନ୍ଧୁ
ବୁଝିଲେ ଭକ୍ତ ମନ ।
ତିନି ଜଣଙ୍କୁ            ଶଙ୍ଖ କ୍ଷେତ୍ରକୁ
ଡାକିଲେ ନାରାୟଣ ।।

ଲାଗିଲା ଡୋରି         ଆସିଲି ପୁରୀ
ବାପା ବୋଉଙ୍କୁ ନେଇ ।
ଚକା ନୟନ            ଦେଲେ  ଦର୍ଶନ
ସଙ୍ଗେ ଭଉଣୀ ଭାଇ ।।

ବୟସ ଅଶି            ଅଳପ ହସି
କହିଲେ  ବାପା ଧିରେ ।
ଭାଗ୍ଯରେ ଥିଲା        ଦର୍ଶନ ହେଲା
ଆଡପ ମଣ୍ଡପରେ ।।

ଏତିକି ଭାବ           ଥାଉ ମାଧବ
ଜୀବନ ଯାତ୍ରା ପଥେ ।
ଅର୍ଜୁନ ସଖା           ଦେଉଥା ଦେଖା
ଭାଇ ଭଉଣୀ ସାଥେ ।।

ଗୋପୀନାଥ ସେଠୀ
ବାଘମାରୀ, ଖୋର୍ଦ୍ଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ