ପ୍ରେମ
ପ୍ରେମ
ବାସନ୍ତୀ ଲତା ଜେନା
ପ୍ରେମ ଦୁନିଆର ସବୁଠୁ ସୁନ୍ଦର
ପ୍ରେମମୟ ତ ଜଗତ
ପ୍ରେମ ବିନା ନାହିଁ ଜୀବନର ମୋହ
କଠିନ ପଥର ସେତ ll
ନର ପଶୁ ପକ୍ଷୀ କୀଟ ତରୁ ଲତା
ସମସ୍ତେ ପ୍ରେମରେ ବନ୍ଧା
ପ୍ରେମ ରସ ପାଇ ପଲ୍ଲବିତ ହୁଏ
ଶୁଷ୍କ ପ୍ରାଣ ପ୍ରୀତି ଛନ୍ଦା ll
ପ୍ରେମର ପରସେ ଗଢି ଉଠି ଥାଏ
ଜୀବନର ଅଟାଳିକା
ପ୍ରେମ ମରିଗଲେ ଜୀଵନ ମଉଳେ
ନ ରହେ ରଙ୍ଗ ତୂଳୀକା ll
ପ୍ରେମ ତ ଯେଉଁଠି ଆନନ୍ଦ ସେଇଠି
ହସୁ ଥାନ୍ତି ଲଷ୍ମୀ ଦେବୀ
ଶ୍ରୀରାଧା ଗୋବିନ୍ଦ ପ୍ରେମ ପ୍ରତିଛବି
କି ଉପମା ତାଙ୍କୁ ଦେବି ll
ପ୍ରେମ ଫୁଲ ତୋଳି ପ୍ରେମ ମନ୍ଦିରରେ
କରୁ ଥିଲେ ନିତି ପୂଜା
ସଂସାରର ରଥ ଖୁସି ଖୁସି ଚଳେ
ଉଡ଼ଇ ବିଜୟ ଧ୍ବଜା ll
ପ୍ରେମର ରାଗିଣୀ ବାଜି ଗଲେ କର୍ଣ୍ଣେ
ମନ ହୁଏ ପୁଲକିତ
ପ୍ରେମ ବିନା ନାହିଁ ସୃଷ୍ଟିର ସ୍ଥିରତl
ଜୀଵନ ପାଇଁ ତ ସତ ll
ପ୍ରେମର ପରଶ ମିଳିଗଲେ ଥରେ
ଜୀଵନ ହୁଏ ସରସ
ସଂସାର ଜଞ୍ଜାଳ ଜଣା ପଡେ ନାହିଁ
ବିତି ଯାଏ ବର୍ଷ ମାସ
——–+—–
ବାସନ୍ତୀ ଲତା ଜେନା
ଗାନ୍ଧିନଗର, ପୋଷ୍ଟ /ଜିଲ୍ଲା :
ନବରଙ୍ଗପୁର, ଓଡିଶା
ମୋ : 8658655979
ହ୍ୱାଟ୍ସଅପ ନଂ : 9437432921

