ପବିତ୍ର ପ୍ରେମ – ସଦାନନ୍ଦ ସାହୁ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ପ୍ରେମ ଧର୍ମକର୍ମ ପ୍ରେମ ଚିରମର୍ମ
ଆତ୍ମାର ସଂଯୋଗ ଫୁଲ
ଦୁଇ ହୃଦୟର ନିଆରା ଏ’ଭାବ
ପାହାନ୍ତି ସପନ ଗେଲ !1!
ପ୍ରେମ ହସଫୁଲ ମୂଲତା’ ଅମୂଲ
ସରଗର ପାରିଜାତ
ପ୍ରେମୀ ପାରେ ତୋଳି ସରଗକୁ ଚଢି
ପ୍ରେମୀକା ପରାଣ ମିତ !2!
ଶାଶ୍ଵତ ପ୍ରେମର ନିଅାରା ପ୍ରଭାବ
ପ୍ରେମ ପ୍ରେମୀ ଐଶ୍ଵରୀକ
ଦୃଶ୍ୟମାନ ହୁଏ ଖଞ୍ଜିଚିରେ କିଏ
ଔଜ୍ଜଲ୍ଯ ମୁକ୍ତାମାଣିକ !3!
ପ୍ରେମର ପରଶ ଆଣିଦିଏ ହସ
ସୌଭାଗ୍ୟ ବିଜୟ ସତ
ମଧୁମୟ ଭାଵ ହୁଅଇ ପ୍ରତୀତ
ବହିଯାଏ ପ୍ରେମସ୍ରୋତ !4!
ଦୁଇଟି ଆତ୍ମାର ଅପୂର୍ବ ସମ୍ପର୍କ
ବିଶ୍ଵାସର ବସାଘର
ଝଡବତାସରେ ରୁହେ ସେ’ଦମ୍ଭରେ
ଏକାଗ୍ରତା ବ୍ରତତା’ର !5!
ପ୍ରେମିକା ନାୟିକା ସର୍ବଜନାଦୃତା
ହୃଦୟ ସଙ୍ଗୀତା ମିତା
ପ୍ରେମୀକ ପ୍ରବର ପ୍ରେମ ସୌଦାଗର
ମହା ଅନୁଭବି ଶ୍ରୋତା !6!
ପାଶ୍ଚତ୍ୟ ସଂସ୍କୃତି କରୁଛି ବିକୃତି
ପବିତ୍ର ପ୍ରେମର ଛବି
ଭରତୀୟ ପ୍ରେମ ଜନ୍ମ ଜନ୍ମାନ୍ତର
ପ୍ରେମପ୍ରେମୀ ଅନୁଭବି !7!

ପ୍ରେମରେ କଳଙ୍କ ନୁହେଁ ଶୁଭଙ୍କର
ପ୍ରେମୀକ ପ୍ରେମିକା ହେଜ
ପ୍ରେମ ଜୀବନର ଚିରହସ ଫୁଲ
ହୃଦୟ ପରାଣ ଚିଜ !8!
ପ୍ରେମ ମାନେ ନୁହେଁ ଦୈହିକ ମିଳନ
ଦେହ ସୁଖ ଉପଭୋଗ ,
ଦୁଇଟି ଆତ୍ମାର ଅପୂର୍ବ ସଂଯୋଗ
ସ୍ନେହଁ ଭାବ ଅନୁରାଗ !9!
ହୃଦୟ ବିଭବ ନିଆରା କୃତିତ୍ଵ
ସ୍ମୃ୍ତିର ସ୍ଵାକ୍ଷର ଲିପି
ଆସ ପ୍ରେମପ୍ରେମୀ ହେବା ଅନୁରାଗି
ବ୍ୟଭିଚାର ଯିବ ଛପି !10!
ସଦାନନ୍ଦ ସାହୁ
ଧୁରୁଷିଆ, ଆଠଗଡ଼, କଟକ
