କେମିତି ଖେଳିବି ହୋଲି – ତପନ କିଶୋର ପ୍ରଧାନ

ଲେଖକ ପରିଚୟ

ବ୍ଲଗ | ସଦ୍ୟ ପୋଷ୍ଟ

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

ବାଇଗେଣୀ ଅଟେ ତୋର ମନର ବିଶ୍ୱାସ
ଘନନୀଳ ପୁଣି ତୋର ରାଶି ରାଶି କେଶ…
ନୀଳ ନୀଳ ଭସା ଆଖି ଆକାଶର ଛାଇ…
ସବୁଜ ଅଟଇ ତୋର ମନଖୋଲା ହସ…
ହଳଦିଆ ତୋର ପାଦ ଦିଶଇ ସୁନ୍ଦର
ସବୁଠୁ ସତେଜ ତୋର ନାରଙ୍ଗୀ ଅଧର
ହସିଲେ ରାଗିଲେ ଦିଶେ ଲାଲ ତୋର ଗାଲ
ଗୋଲାପୀ ସପନ ତୋର ଅୟୁତ ଯୁଗର..
ସାତରଙ୍ଗ  ଭରା ସାଥି ତୋ ହୃଦ୍ୟ ଭିତରେ
ଖେଳିବି କିପରି  ରଙ୍ଗ  ନାହିଁ ମୋ ପାଖରେ..
ତୋ ପାଖରେ ବନ୍ଧା ମୋର ଜୀବନର ରଙ୍ଗ..
ମୋ ମନରୁ ଇନ୍ଦ୍ରଧନୁ ଚୋରି କଲା ପରେ…..

ତପନ କିଶୋର ପ୍ରଧାନ, ବିଳାଶୁଣି, କଟକ
ମୋ – 7008692328


HTML tutorial
0 0 ରିଭିୟୁ
ପୋଷ୍ଟ ରେଟିଙ୍ଗ
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ