କିଛି ବି ସତ ଥାଇପାରେ – ଶ୍ୟାମା କିଙ୍କର ମହାନ୍ତି

ଲେଖକ ପରିଚୟ

ଶ୍ୟାମା କିଙ୍କର ମହାନ୍ତି
କୈବଲ୍ୟ କୁଟୀର, ଯମୁନା ରୋଡ, ମାର୍କଣ୍ଡେଶ୍ଵର ସାହି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଚାରିଦିନ ତଳେ ଲେଖିଥିଲି
ଯୋଉ କବିତା
ବିଗତ ପିଲାଦିନକୁ ନେଇ,
ଡଙ୍ଗା କରି ନଷ୍ଟ କରିଦେଲା
ମୋ ଦୁଷ୍ଟ ପୁଅ
ସେଇଟା ଏବେ ଡ୍ରେନରେ ।
ଏଇ ..ଦୁଇଦିନ ତଳେ
ପ୍ରେମ ଓ ବିରହକୁ ନେଇ
ଲେଖିଥିଲି କବିତାଟିଏ ଯେ
ବର୍ତ୍ତିଲାନି ଘରଣୀଙ୍କ ନଜରରୁ ,
କାମଧନ୍ଦା ଛାଡି
ଛୁଟିଦିନରେ ଘରେ ବସୁଥିବା
ଲୋକର କବିତା
କୁଆଡେ ଆଉ ଯା’ନ୍ତା…
ସେଇଟା ଏବେ ଡଷ୍ଟବିନରେ ।
ଆଉ…ଆଜି
ଅଫିସରେ ଫାଇଲ ଭିତରୁ
ବାହାରିଲା ଜୀବନଦର୍ଶନଧର୍ମୀ
ଆଉ ଗୋଟେ ଯେ,
ହାତରେ ଲୋଚାକୋଚା କରି
ନିଶୁଆ ମୋ ବଡବାବୁ
ଫିଙ୍ଗିଲା ମୋ ମୁହଁରେ ।
ଧେତ…
ଆଉ କୋଉ କବିତା ମାଡୁଚି ଯେ
ଲେଖିବି….?

HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ