ଘଟଗାଁ ବାସିନୀ
ବିପଦ ହାରିଣୀ ଘଟଗାଁ ବାସିନୀ
ରହିଲ ଅନେକ ଦୂରେ
ଯାଇ ମୁଁ ପାରୁନି ଏଇଠୁ ଡାକୁଛି
ଶୁଣ ମୋ ଗୁହାରୀ ଥରେ ।୧।
ଘୋର ସଙ୍କଟରେ ପଡିଛି ଏରାଜ୍ଯ
ପାଉନାହିଁ ଥଳକୂଳ
ରାଜ୍ଯବାସୀ ଆଜି କରୁଛି ପ୍ରାର୍ଥନା
ଦିଅ ମା’ ମନରେ ବଳ ।୨।
କେନ୍ଦୁଝର ଜିଲ୍ଲା ଘଟଗାଁ ପୀଠରେ
ରହିଛ ଭକ୍ତଙ୍କ ପାଇଁ
ଶାଳବଣେ ପୁଣି କରିଅଛ ଘର
ଭକ୍ତ ଯେ ଯାଆନ୍ତି ଧାଇଁ ।୩।
ଭକ୍ତ ଆଜି ତୁମ ପଡିଛି ଦୁଃଖରେ
ଦିଅବାରେ ଦରଶନ
ନିର୍ଦ୍ଦୟ ହୋଇଲେ ବୁଡିବ ସଂସାର
ରାଜ୍ୟ ହେବ ଶମସାନ ।୪।
କବିକମଳ ନରେନ୍ଦ୍ର ପ୍ରସାଦ ବେହେରା, ଆଳଦା, ଖଇରା, ବାଲେଶ୍ଵର, ମୋ-୯୮୫୩୧୪୨୫୧୦
