କବିତା – ସନ୍ଧ୍ୟା ନଇଁ ନଇଁ ଆସୁଛି – ପ୍ରଦୀପ କୁମାର ପ୍ରଧାନ
ଲେଖକ ପରିଚୟ
ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ବେଳ ରତ ରତ ତନୁ ମନ କ୍ଲାନ୍ତ
ଯାତ୍ରା ପଥ ବାକି ରହିଛି,
ଚାଲିବାକୁ ହେବ ପଥ ବହୁ ଦୂର
ସନ୍ଧ୍ୟା ନଇଁ ନଇଁ ଆସୁଛି ।।
ରାତ୍ରିର କବରୀ ଢ଼ାଙ୍କିବା ଆଗରୁ
ଖୋଜିବାକୁ ହେବ ଠିକଣା,
କେତେ ଦୂରେ ଉଭା ପାନ୍ଥଶାଳା ଯେ
କରିବାକୁ ହେବ କଳନା ।।
ଫେରିବାକୁ ଆଉ ଫୁରୁସତ କାହିଁ
ଅସ୍ତାଚଳେ ରବି ଡୁବୁଛି,
ସଅଳ ସଅଳ ଚାଲିବାକୁ ହେବ
ହାତ ଠାରି ପଥ ଡାକୁଛି ।।
ରଚନା : ପ୍ରଦୀପ କୁମାର ପ୍ରଧାନ
ଠିକଣା : ପି.ଜି.ଟି., ଇଂରେଜୀ, ଡି.ଏ.ଭି. ପବ୍ଲିକ ସ୍କୁଲ, ବ୍ରହ୍ମପୁର, ଦୂରଭାଷ : ୮୭୬୩୬୨୯୨୮୨
