କବିତା – ସଜବାଜ – ମାନସ ରଞ୍ଜନ ପଟ୍ଟନାୟକ

ଲେଖକ ପରିଚୟ

ମାନସ ରଞ୍ଜନ ପଟ୍ଟନାୟକ
ସାକ୍ଷୀଗୋପାଳ, ପୁରୀ | ସଦ୍ୟ ପୋଷ୍ଟ

Read More

ସରିଗଲା ଦିନ ଯିବ ସେ ବାହୁଡି
ଫେରିବନି ଆଉ ସେହି
ଏଇ ଜନମର ଅଭିନୟ ସାରି
ମଂଚରୁ ବିଦାୟ ନେଇ(୦)
କେତେ ପରକାରେ ରଙ୍ଗ ମାଖି ହୋଇ
ବିତାଇଲୁ ଯେତେ ଦିନ
ଚାଲିଗଲା ବେଳେ କେହି ଯିବେ ନାହିଁ
ସାକ୍ଷୀ ରହିବ ଶଶ୍ମାନ
ଜଳୁଥିବ ଜୁଈ ହୁତୁ ହୁତୁ ହୋଇ
ଅଶ୍ରୁ ନିଗାଡିବେ କେହି(୧)
ଭଲ କାମ ଯଦି କରିଥିବୁ କେବେ
ଅପାସୋରା ହେବ ସ୍ମୃତି
ମନେପକାଇବେ ଜଣେ ହେଲେ କେହି
ଜୀବନ ହୋଇଲେ ଇତି
ଜୀବ ଥାଉ ଥାଉ ସଜବାଜ ହୁଅ
ନିରାଟ ସତ ଯେ ଏହି(୨)


ରଚନା : ମାନସ ରଞ୍ଜନ ପଟ୍ଟନାୟକ, ସମ୍ପାଦକ – ମାଟିର ମହକ

ଠିକଣା : ସାକ୍ଷୀଗୋପାଳ, ପୁରୀ, ଦୂରଭାଷ :


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ