କିଶୋର ଚନ୍ଦ୍ରାନନ ଚମ୍ପୁ – କ’ ଚମ୍ପୁ – କବିସୂର୍ଯ୍ୟ ବଳଦେବ ରଥ

ଲେଖକ ପରିଚୟ

Blog | +

ଏହି ବିଷୟଟି 4 ଜଣ ପାଠକ ପଢି ସାରିଛନ୍ତି

(କ ଚମ୍ପୂ – ରାଗ: ସାବେରୀ)
କି ହେଲା ରେ, କହିତ ନୁହଇ ଭାରତୀରେ
କାଲି ଯା ଦୂରରୁ ଦେଖି/ସଖୀ, କଳନା କଲା ମୋ ଆଖି
କଳା ଇନ୍ଦୀବର ଆରତିରେ ॥ ପଦ ॥
କେଳି କଦମ୍ବ ଲତାର, କୋଳେ କି ଶ୍ୟାମଳତାର,
ତେଜ ସେ ରବିସୁତାର ତୀରେ,
କମ୍ପି ମୋର କଳେବର, ହୋଇଗଲା ଆରପାର,
ଯାହାକୁ ଡରଇ ତାର ତୀରେ ॥ ୧ ॥
କୁସୁମ କୋଦଣ୍ଡ କାଣ୍ଡ, କେତେ କରିଥିଲା ରୁଣ୍ଡ,
କର୍କଶ ନୋହିବା ଭାରତୀରେ,
କହୁଛି ବରଜି ଲଜ୍ଜା, କେବଳ ହେଲା ମୋ ମଜ୍ଜା,
ମଜ୍ଜିଯିବି କି ଉଭା ରତିରେ ॥ ୨ ॥
କି ମୋହନ ଲୀଲା ଧରି, କୋଟି କଳାକର ଶିରୀ,
ପୁରିଛି ସେ ଶ୍ୟାମ ମୂରତିରେ,
କୁତ୍ସା କରେ ମୁଁ ଧାତାକୁ, କାହିଁକି ସରଜି ତାକୁ,
ଚିରାୟୁ ରଖିଲା ଜରତୀରେ ॥ ୩ ॥
କି ନୀତି କି ଜାତିଶୀଳ, କି କୁଳବରତ ଫଳ,
ଠଉର ପାରିଲା ମୋ ମତିରେ,
କୋମଳତର ମୋହନ, କୁଞ୍ଜକୁକ୍ଷିରୁ ନିଃସ୍ୱନ,
ଆସି ଚୁମ୍ବିଦେଲା ମୋ ଶ୍ରୁତିରେ ॥ ୪ ॥
କଲବଲ ଛଟପଟ, ହୋଇ ଯାଉଛି ନିପଟ,
ସଂବେଶ ଅଶନ ବିରତିରେ,
କହଇ ଶ୍ରୀବାଲ୍ଲକେଶ, ଶରଣ ଧରଣୀ ଈଶ,
ଏ କି ଦଣ୍ଡ ବିନା ପୀରତିରେ ॥ ୫ ॥
HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
0 Comments
Inline Feedbacks
View all comments