କବିତା – ଉଦବେଳନ ଏକ ପ୍ରଣୟୀ ମନର – ତପନ ଦୀକ୍ଷିତ (ବେଳାଭୂମି)

ଚାଣକ୍ୟ ନୁହଇଁ ଚାତୁରୀରେ ତୁମ
ମନକୁ ଭୁଲାଇ ଦେବି
ଚରକ ନୁହେଁ ମୁଁ ପ୍ରେମ ଜ୍ୱରପାଇଁ
ଔଷଧି ତୁମକୁ ଦେବି,
ଚାର୍ବାକ ନୁହଁଇ ଅବାସ୍ତବ ବୋଲି
ତୁମ ପ୍ରେମକୁ କହିବି
ଭର୍ତ୍ତୃହରି ରୂପେ ଶୃଙ୍ଗାର ଶତକେ
ତୁମ ରୂପ ବଖାଣିବି,
କାଳିଦାସ ହୋଇ ‘ମେଘଦୂତ’ କାବ୍ୟ
ତୁମ ପାଇଁ ଲେଖିଯିବି
ବାତ୍ସ୍ୟାୟନ ରୂପେ କାମସୂତ୍ର ସାଥୀ
ତୁମକୁ ଶିଖାଇ ଯିବି,
ତାନ୍ ସେନ୍ ହୋଇ ଜୀବନ ଵୀଣାରେ
ମେଘମଲ୍ହାର ସୁର
ତୋଳୁଥିବି ଯେବେ ତୁମେ ଝରୁଥିବ
ଆକାଶରୁ ଝର ଝର,
ଅଭିଶପ୍ତ ମୋର ସପନେ ତୁମର
ଶ୍ରାବଣୀ ର ଅଭିସାର
ଛୁଇଁ ଯାଉଥିବ ଏ ଦେହକୁ ଥିବ
ୠତୁଚର୍ଯ୍ୟା ପ୍ରକୃତିର…।।

ପଢିବାକୁ ଭୁଲନ୍ତୁ ନାହିଁ
ରଚନା : ବେଳାଭୂମି(ତପନ ଦୀକ୍ଷି)
ଠିକଣା : ନାସିକେଶ୍ୱର,କାକଟପୁର, ପୁରୀ, ଦୂରଭାଷ : 953740744
